TV ସିରିଏଲ ‘ଶ୍ରୀ କୃଷ୍ଣ’ ର ରୁକ୍ମଣୀ ଆଜି ଏତେ ବର୍ଷ ପରେ ଦେଖା ଯାଆନ୍ତି କିଛି ଏମିତି କି ଆପଣ ବି ଦେଖିଲେ ଚିହ୍ନି ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ଧାରବାହିକ ‘ଶ୍ରୀକୃଷ୍ଣ’ ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଧାରବାହିକ ଦୂରଦର୍ଶନ ଚ୍ୟାନେଲରେ ପ୍ରସାରିତ ହୋଇଥିଲା । ସେତେବେଳେ ଏହି ଧାରବାହିକ କୁ ଲୋକମାନେ ବହୁତ ପସନ୍ଦ କରିଥିଲେ ଏବଂ ଏବେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି । ଏହି ଧାରବାହିକ ରେ କାମ କରିଥିବା ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ରାତାରାତି ବହୁତ ଲୋକପ୍ରିୟ ଏବଂ ପ୍ରସିଦ୍ଧ ହୋଇଯାଇଥିଲେ ।

ରାମାନନ୍ଦନ ସାଗରଙ୍କ ଧାରବାହିକ ‘ଶ୍ରୀକୃଷ୍ଣ’ ରେ ଶ୍ରୀକୃଷ୍ଣ ଙ୍କ ଚରିତ୍ର ରେ ସର୍ବ ଦମନ ଡ଼ି ବର୍ମନ ଅଭିନୟ କରିଥିଲେ ଏବଂ ତାଙ୍କ ଅଭିନୟ ଏତେ ସୁନ୍ଦର ଓ ବାସ୍ତବିକ ଥିଲା ଯେ ଦର୍ଶକ ମାନେ ତାଙ୍କୁ ହିଁ ଶ୍ରୀକୃଷ୍ଣ ବୋଲି ଭାବୁଥିଲେ ଏବଂ ଏହା ସହିତ ତାଙ୍କ ଅଭିନୟ ରେ ହିଁ ଶ୍ରୀକୃଷ୍ଣ ଙ୍କ ର ଝଲକ ମଧ୍ୟ ଦେଖିବାକୁ ମିଳିଥାଏ । ସେ ନିଜର ଅଭିନୟ ମାଧ୍ୟମରେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ ଏବଂ ପ୍ରସିଦ୍ଧି ଲାଭ କରିଥିଲେ ।

ଧାରାବାହିକ ‘ଶ୍ରୀକୃଷ୍ଣ’ ରେ ରୁକ୍ମଣୀ ଙ୍କ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ନାମ ହେଉଛି ପିଙ୍କି ପାରେଖ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଧାରାବାହିକ ରେ ରୁକ୍ମିଣୀ ଙ୍କ ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ବିଷୟରେ ହିଁ କହିବାକୁ ଯାଉଛୁ । ସେ ବର୍ତ୍ତମାନ କିପରି ଦେଖା ଯାଉଛନ୍ତି ଏବଂ ସେ କିପରି ରହୁଛନ୍ତି ଆଦି ବିଷୟରେ ଆଜି ଆମେ ଆପଣ ମାନଙ୍କୁ ଅବଗତ କରାଇବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଶ୍ରୀକୃଷ୍ଣ ଧାରାବାହିକ ରେ ରୁକ୍ମଣୀ ଚରିତ୍ର ରେ ଅଭିନେତ୍ରୀ ପିଙ୍କି ପାରେଖ ଅଭିନୟ କରିଥିଲେ । ଦର୍ଶକ ମାନେ ତାଙ୍କୁ ରୁକ୍ମଣୀ ଚରିତ୍ର ରେ ଖୁବ ପସନ୍ଦ ମଧ୍ୟ କରିଥିଲେ । ତାଙ୍କର ସୁନ୍ଦର ଏବଂ ଆକର୍ଷଣୀୟ ଅଭିନୟ କୁ ଲୋକମାନେ ଖୁବ ପସନ୍ଦ କରିଥିଲେ ଏବଂ ତାଙ୍କୁ ମଧ୍ୟ ସତରେ ରୁକ୍ମଣୀ ବୋଲି ମାନି ନେଇଥିଲେ । ଅଭିନେତ୍ରୀ ପିଙ୍କି ପାରେଖ ଙ୍କ ଜନ୍ମ ଗୁଜୁରାଟ ରେ ହୋଇଥିଲା । ଏହି ଅଭିନେତ୍ରୀ ନିଜର ଅଭିନୟ କ୍ୟାରିୟର ୧୯୯୪ ରେ ଆସିଥିବା ଧାରବାହିକ ‘ଶ୍ରୀକୃଷ୍ଣ’ ଜରିଆରୁ ହିଁ ଆରମ୍ଭ କରିଥିଲେ । ଏହି ସିରିଆଲ ମାଧ୍ୟମରେ ସେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ ଏବଂ ପ୍ରସିଦ୍ଧି ଲାଭ କରିଥିଲେ ।

ଏହାପରେ ଏହି ଅଭିନେତ୍ରୀ ଗୁଜୁରାଟ ରେ ଗୁଜୁରାତି ସିନେମାରେ ଅଭିନୟ ଆରମ୍ଭ କରିଥିଲେ । ପିଙ୍କି ପାରେଖ ଯେତେବେଳେ ନିଜର ଅଭିନୟ କ୍ୟାରିୟର ରେ ଅଭିନୟ କରୁଥିଲେ ସେ ସେତେବେଳେ ବହୁତ ସୁନ୍ଦର ଓ ପତଳା ଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କୁ ଦେଖିଲେ ପ୍ରଥମ ନଜର ରେ ହୁଏତ ଆପଣ ମାନେ ଜାଣି ପାରିବେ ନାହିଁ । କାରଣ ଏବେ ତାଙ୍କ ଓଜନ ବହୁତ ବଢି ଯାଇଛି । ଏବଂ ବହୁତ ମୋଟା ମଧ୍ୟ ଦେଖା ଯାଉଛନ୍ତି ।

ପିଙ୍କି ଙ୍କୁ ଶେଷ ଥର ଗୁଜୁରାତି ସିନେମା ‘ମଣ୍ଟୁ କି ବିଟୁ’ ରେ ଦେଖା ଯାଇଥିଲେ ଏବଂ ଏହା ପରେ ସେ ନିଜର ବୈବାହିକ ଜୀଵନ ଅର୍ଥାତ ନିଜର ସଂସାର ରେ ବହୁତ ବ୍ୟସ୍ତ ହୋଇ ପଡିଲେ । ବର୍ତ୍ତମାନ ସେ ନିଜର ସଂସାର ରେ ସେ ବହୁତ ଖୁସି ରେ ଅଛନ୍ତି । ଅଭିନେତ୍ରୀ ପିଙ୍କି ପାରେଖ ଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି । ଏହି ଅଭିନେତ୍ରୀ ବର୍ତ୍ତମାନ ଅଭିନୟ କ୍ଷେତ୍ର ରୁ ଦୂରରେ ଅଛନ୍ତି ଏବଂ ନିଜ ପରିବାର ସହିତ ହସଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *