‘ବିଶ୍ଵାସ କରି ହେଉନି ରାଇ ଭାଇ ଆତ୍ମହତ୍ୟା କରିଛନ୍ତି, କାରଣ ସେ ଜଣେ…’ ରାଇମୋହନଙ୍କ କଳା ବିୟୋଗରେ ଭାଙ୍ଗି ପଡିଛି Ollywood, ଦେଖନ୍ତୁ କଣ ଖିଲେ Siddhant Mohapatra…

ବନ୍ଧୁଗଣ ଗତ କିଛି ସମୟ ପୂର୍ବରୁ ଏକ ବଡ ଦୁଃଖର ଖବର ଆମ ମାନଙ୍କ ସାମ୍ନାକୁ ଆସିଲା । ବନ୍ଧୁଗଣ ଯାତ୍ରା ଓ ଓଡିଆ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ରାଇମୋହନ ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଗତ କିଛି ସମୟ ପୂର୍ବେ ରାଇମୋହନ ଆତ୍ମହତୟଆ କରି ନିଜ ପ୍ରାଣ ହରାଇଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ତାଙ୍କ ବାସ ଭବନରୁ ତାଙ୍କର ଝୁଳନ୍ତା ମୃତ ଦେହ ଠାବ କରିଛି ପୋଲିସ ।

ଘଟଣା ସ୍ଥଳରେ ଏବେ ମଞ୍ଚେଶ୍ଵର ଥାନା ପୋଲିସ ପହଞ୍ଚି ସାରିଛି । ରାଇମୋହନ ଯାତ୍ରା ଓ ଓଡିଆ ଫିଲ୍ମ ଜଗତରେ ନିଜର ଦମଦାର ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଯାତ୍ରା ଜଗତରେ ତାଙ୍କର ଅବଦାନ ଅତୁଳନୀୟ ରହିଛି ।

ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ତାଙ୍କର ଆତ୍ମହତୟଆ ଖବର ଜାଣିବା ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ବଡ ଝଟକା ଲାଗିଛି । ଅନ୍ୟ ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଓଡିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି ।  ସେ ଅଡିଓ କଲ୍ ମଧ୍ୟରେ ଗଣମାଧ୍ୟମକୁ କହିଛନ୍ତି ଯେ, ରାଇ ଭାଇ ନା କୌଣସି ମାନସିକ ଅବସାଦରେ ଥିଲେ ନା କୌଣସି ଚିନ୍ତାରେ ।

ସେ ସବୁ ମୋ ସହ ଖୁସିରେ କଥା ହୁଅନ୍ତି । ଯେତେବେଳେ ମୁଁ ଏ ଖବର ଶୁଣିଲି ମୁଁ ବିଶ୍ଵାସ କରିପାରିଲି ନାହିଁ । ରାଇ ଭାଇ ସୁସାଇଡ କରିଲେ ମୁଁ ଭାବିଲି ମିଛ ହେଇଥିବ ଏ ଖବର । ତା ପରେ ମୁଁ ତମର ଲାଇଭ ନ୍ୟୁଜ ଦେଖି ଭାବିଲି କେମିତି ସମ୍ଭବ ହେଲା ଏଇଟା । ରାଇ ଭାଇ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏତେ ବଡ ସଫଳତା ପାଇଥିଲେ ।

ଆଉ ସେ ଯେଉଁ ସଫଳତା ପାଇଥିଲେ ଗୋଟେ ଲୋକର ଜୀବନରେ ଆଉ କଣ ଅଭାବ ରହିଲା ଯେ, ସେ ସୁସାଇଡ କରିବ । ଏହି କଥାଟି ମୁଁ ବୁଝି ପାରୁନି ଏତେ ବଡ ସଫଳତା ପାଇକି ମଧ୍ୟ କେମିତି ରାଇ ଭାଇ ଏତେ ବଡ ସ୍ଟେପ ନେଇଗଲେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସିଦ୍ଧାନ୍ତ ମହାପାତ୍ର ନିଜର ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *