ହେ ଭଗବାନ ! ପୁଣି ଥରେ Ollywood ରେ ଶୋକର ଛାୟା, ଆତ୍ମହତ୍ୟା କଲେ Ollywood ର ଲୋକପ୍ରିୟ ଆକ୍ଟର Raimohan Parida

ବନ୍ଧୁଗଣ ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ମାମଲାଟି ଏବେ ସନ୍ଦେହ ଘେରରେ ରହିଛି । ରଶ୍ମିରେଖା ଆତ୍ମହତୟଆ କରିଥିବା ନେଇ ସୂଚନା ମିଳିଥିବା ବେଳେ ଏହି ଆତ୍ମହତୟଆ ପଛରେ ସନ୍ତୋଷ ପାତ୍ର ନାମକ ଏକ ଯୁବକଙ୍କ ହାତ ଅଛି ବୋଲି ରଶ୍ମିରେଖାଙ୍କ ବାପା ଅଭିଯୋଗ କରିଛନ୍ତି । ତେଣୁ ବନ୍ଧୁଗଣ ଏବେ ସନ୍ତୋଷ ନାମକ ଜଣେ ଯୁବକଙ୍କୁ ନେଇ ଚର୍ଚ୍ଚା ହେଉଛି ।

ମିଡିଆ ରିପୋର୍ଟସ ଅନୁସାରେ ରଶ୍ମିରେଖା ରାଜା ନାମକ ପୁରୁଷ ସହ ମିଳାମିଶା କରିବା ନେଇ ସନ୍ତୋଷ ଏହାକୁ ସହ୍ୟ କରିପାରି ନଥିଲା । ଏଥିପାଇଁ ଉଭୟ ସନ୍ତୋଷ ଓ ରଶ୍ମିରେଖାଙ୍କ ମଧ୍ୟରେ ଝଗଡା ହୋଇଥିଲା ଆଉ ପରେ ମାରପିଟ ମଧ୍ୟ ହୋଇଥିଲା । ବନ୍ଧୁଗଣ ଏହା ପରେ ରଶ୍ମୀରେଖାଙ୍କ ମୃତ ଦେହ ମିଳିଥିଲା ।

ତେବେ ବନ୍ଧୁଗଣ ରଶ୍ମିରେଖାଙ୍କ ମୃତ୍ୟୁକୁ ମାତ୍ର କିଛି ଦିନ ହୋଇଛି ଓଡିଆ ଫିଲ୍ମ ଜାଗତ ପାଇଁ ଆଉ ଏକ ବଡ ଦୁଃଖର ଖବର ସାମ୍ନାକୁ ଆସିଛି । ବନ୍ଧୁଗଣ ଯାତ୍ରା ଓ ଓଡିଆ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ରାଇମୋହନ ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଗତ କିଛି ସମୟ ପୂର୍ବେ ରାଇମୋହନ ଆତ୍ମହତୟଆ କରି ନିଜ ପ୍ରାଣ ହରାଇଛନ୍ତି ।

ମିଡିଆ ରିପୋର୍ଟସ ଅନୁସାରେ ତାଙ୍କ ବାସ ଭବନରୁ ତାଙ୍କର ଝୁଳନ୍ତା ମୃତ ଦେହ ଠାବ କରିଛି ପୋଲିସ । ଘଟଣା ସ୍ଥଳରେ ଏବେ ମଞ୍ଚେଶ୍ଵର ଥାନା ପୋଲିସ ପହଞ୍ଚି ସାରିଛି । ରାଇମୋହନ ଯାତ୍ରା ଓ ଓଡିଆ ଫିଲ୍ମ ଜଗତରେ ନିଜର ଦମଦାର ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଯାତ୍ରା ଜଗତରେ ତାଙ୍କର ଅବଦାନ ଅତୁଳନୀୟ ରହିଛି ।

ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ତାଙ୍କର ଆତ୍ମହତୟଆ ଖବର ଜାଣିବା ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ବଡ ଝଟକା ଲାଗିଛି । ଅନ୍ୟ ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ମାନେ ନିଜ ନିଜର ଦୁଃଖ ପ୍ରକାଶ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *