ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଲୋକମାନେ ନିଜ ଘରେ ବସି ଅତି ସହଜରେ ଏହି ଘଟଣା ଗୁଡିକ ବିଷୟରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକଳ ହୃଦୟ ବିଦାରକ ଘଟଣାର ଚର୍ଚା ସୋସିଆଲ ମିଡିଆରେ ହେଉଛି ।
ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ଓ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଦୁଃଖ ଅନୁଭବ କରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ତାମିଲନାଡୁ କୁନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ସାରା ବିଶ୍ଵକୁ ଆଚମ୍ବିତ କରିଛି । ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟର ଏମଆଇ 75ରେ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସହ ମିଶି ସେନାର କେତେକ ବରିଷ୍ଠ ଅଧିକାରୀ ଥିଲେ । ଏହି ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ।
ମୃତକଙ୍କ ମଧ୍ୟରେ ଥିଲେ ଲାନ୍ସ ନାଇକ ସାଇ ତେଜା । ସିଡିଏସ ବିପିନ ରାୱତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଥିଲେ ଲାନ୍ସ ନାଇକ ସାଇ ତେଜା । ତାମିଲନାଡୁକୁ ଯାତ୍ରା କରିବାକୁ ଯିବା ପୂର୍ବରୁ ଲାନ୍ସ ନାଇକ ଶେଷ ଫୋନ କଲ୍ ରେ ତାଙ୍କ ପତ୍ନୀଙ୍କ ସହ କଥା ହୋଇଥିଲେ । ସେ ନିଜ ପତ୍ନୀଙ୍କ ସହ ଭିଡିଓ କଲ୍ କରି ଶେଷ ଥର ପାଇଁ ଦେଖିଥିଲେ । ଏହାର କିଛି ଘଣ୍ଟା ପରେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।
ଦୁର୍ଘଟଣାରେ ଲାନ୍ସ ନାଇକଙ୍କ ମୃତ୍ୟୁ ଖବରକୁ ନେଇ ବୁଧବାର ସନ୍ଧ୍ୟା ସମୟରେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ଲାନ୍ସ ଲାଇକ ସାଇ ତେଜା ଯିବା ପରେ ଏବେ ଏକୁଟିଆ ହୋଇଗଲେ ପୁଅ, ଝିଅ ଓ ସ୍ତ୍ରୀ । ସେନାକୁ ଯିବା ପାଇଁ ସାଇଙ୍କୁ ତାଙ୍କ ମା ବହୁତ ସାହାସ ଦେଇଥିଲେ । ଆନ୍ଧ୍ର ପ୍ରଦେଶ ଚିତୋର ଜିଲ୍ଲା କାଣ୍ଟେଭାରି ଗାଁରେ ୨୭ ବର୍ଷୀୟ ଲାନ୍ସ ନାଇକଙ୍କ ଘର ଅଛି ।
ତାଙ୍କର ୫ ବର୍ଷର ପୁଅ ଓ ୩ ବର୍ଷର ଝିଅ ଅଛି । ଗତ ତିନି ମାସ ପୂର୍ବେ ଗଣେଶ ପୂଜାରେ ଲାନ୍ସ ନାଇକ ସାଇ ତେଜା ଘରକୁ ଆସିଥିଲେ । ତେବେ ସାଇଙ୍କ ମା ସବୁବେଳେ ନିଜ ଦୁଇ ପୁଅଙ୍କୁ ସେନାରେ ଯିବା ପାଇଁ ଉତ୍ସାହିତ କରି ଆସୁଥିଲେ । ଲାନ୍ସ ନାଇକ ସାଇ ତେଜାଙ୍କ ସାନ ଭାଇ ମହେଶ ସିକିମରେ ସେନାରେ କାର୍ଯ୍ୟରତ ଅଛନ୍ତି । ୨୦୧୩ ମସିହାରେ ସାଇ ଭାରତୀୟ ସେନାରେ ଯୋଗ ଦେଇଥିଲେ ।
ସେନାରେ ଯୋଗ ଦେବାର ଏକ ବର୍ଷ ପରେ ସେ ବିଭାଗୀୟ ପରୀକ୍ଷା ଦେଇଥିଲେ । ଏହା ପରେ ସେ ୧୧ ପାରା ସ୍ପେଶିଆଲ ଫୋର୍ସରେ ଲାନ୍ସ ନାଇକ ଭାବେ ନିଯୁକ୍ତି ପାଇଥିଲେ । ଏହା ପରେ ସେ ଜେନେରାଲ ରାୱତଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଭାବେ ନିଯୁକ୍ତ ହୋଇଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ସେ ଆଉ ଦୁନିଆରେ ନାହାନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।