ବନ୍ଧୁଗଣ ଗତ ବୁଧବାର ଭାରତ ପାଇଁ ବହୁତ ଖରାପ ହେଲା । ଭାରତର ପ୍ରଥମ ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ସମେତ ଅନ୍ୟ ୧୩ ଜଣ ଲୋକ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇ ଥିଲେ । ଏହି ଦୁର୍ଘଟଣାରେ ଜେନେରାଲ ବିପିନ ରାୱତଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସହିତ ଅନେକ ସେନାଧିକାରୀ ମାନେ ପ୍ରାଣ ହରାଇଛନ୍ତି । ଜେନେରାଲ ବିପିନ ରାୱତ ହେଲିକପ୍ଟରରେ ଯାଉଥିବା ବେଳେ ତାମିଲନାଡୁର ଏକ ଜଙ୍ଗଲରେ ହେଲିକପ୍ଟର କ୍ରାଶ ହୋଇଯାଇଥିଲା ।
ହେଲିକପ୍ଟର ତାମିଲନାଡୁର ଏକ ଜଙ୍ଗଲରେ କ୍ରାଶ ହୋଇଯାଇଥିଲା । ଦୁର୍ଘଟଣା ସ୍ଥଳକୁ ଏକ ଉଦ୍ଧାରକାରୀ ଟିମ ଯାଇଥିଲା ଓ ଅନ୍ୟାନ୍ୟ ଲୋକମାନେ ଯାଇଥିଲେ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶିବ କୁମାର ନାମକ ଜଣେ ବ୍ୟକ୍ତି ଦୁର୍ଘଟଣା ସହ ଜଡିତ ଏକ ହୃଦୟ ବିଦାରକ ଦୃଶ୍ୟ ବିଷୟରେ କହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଶିବ କୁମାର ସେହି ଦୃଶ୍ୟ ମନେ ପକାଇ କାନ୍ଦି କାନ୍ଦି କହିଛନ୍ତି’ମୁଁ ଜଣେ ଠିକାଦାର। ଗତ ବୁଧବାର ଅପରାହ୍ନରେ ନୀଳଗିରିର କୁନ୍ନୁର ନିକଟରେ ଯେତେବେଳେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେଲା ମୁଁ ମୋ ଭାଇଙ୍କୁ ଭେଟିବାକୁ ଯାଉଥିଲି। ସେ ଏକ ଚା ବଗିଚାରେ କାମ କରନ୍ତି । ଆଗକୁ ଶିବ କହିଛନ୍ତି’ମୁଁ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଖସିବା ଓ ସେଥିରେ ଲାଗିଥିବା ନିଆଁରେ ଲୋକେ ପୋଡି ହୋଇଯାଉଥିବା ଦେଖିଛି।
ମୋ ସହିତ ଅନ୍ୟ କିଛି ଲୋକ ବି ଘଟଣାସ୍ଥଳରେ ଥିଲେ । ଆମେ ତିନି ଜଣଙ୍କୁ ହେଲିକପ୍ଟରରୁ ତଳେ ପଡ଼ିଥିବାର ଦେଖିଛୁ । ସେମାନଙ୍କ ମଧ୍ୟରୁ ଦୁଇଜଣ ଜୀବିତ ଥିଲେ । ଆମେ ସେମାନଙ୍କୁ ନିଆଁ ଭିତରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲୁ । ଦୁହିଁଙ୍କ ମଧ୍ୟରୁ ଜଣେ ମୋତେ ପାଣି ମାଗିଥିଲେ । ଆଗକୁ ଶିବ କହିଛନ୍ତି’ ଆମେ ତାଙ୍କୁ ନିଆଁ ଭିତରୁ ଟାଣି ଆଣିଥିଲୁ । ଏହାପରେ ଉଦ୍ଧାରକାରୀ ଦଳ ତାଙ୍କୁ ନେଇ ଯାଇଥିଲେ ।
ତିନି ଘଣ୍ଟା ପରେ ମୋତେ କେହି ଜଣେ ଜେନେରାଲ ବିପିନ ରାୱତଙ୍କ ଫଟୋ ଦେଖାଇଥିଲା।ସେତେବେଳେ ମୁଁ ସ୍ତବ୍ଧ ହୋଇ ଯାଇଥିଲି। କାରଣ ମୁଁ ଯାହାଙ୍କୁ ଉଦ୍ଧାର କରିଥିଲି ସେ ହିଁ ଥିଲେ ସେନା ମୁଖ୍ୟ ବିପିନ ରାୱତ। ସେ ପିଇବା ପାଇଁ ପାଣି ମାଗିଥିଲେ । ଆଗକୁ ଶିବ କହିଛନ୍ତି’କିନ୍ତୁ ମୁଁ ତାଙ୍କୁ ଦେଇ ପାରି ନଥିଲି । ଏହି କାରଣରୁ କାଲି ସାରା ରାତି ଶୋଇ ପାରି ନଥିଲି । ଶେଷରେ ଜାଣିଲି ଜେନେରାଲ ବିପିନ୍ ରାୱତ ଡାକ୍ତରଖାନା ଯିବା ବାଟରେ ମୃତ୍ୟୁବରଣ କରିଛନ୍ତି ।
ବହୁତ ଦୁଃଖ ଲାଗିଲା । ଯିଏ ଆମ ଦେଶ ପାଇଁ ଏତେ କିଛି କରିଛନ୍ତି, ସେ ଏଭଳି ଚାଲିଯିବାଟା ବିଶ୍ବାସ ହେଉ ନାହିଁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।