ସାମ୍ନାକୁ ଆସିଲା Rashmirekha ଓ ସନ୍ତୋଷଙ୍କ ଭାଇରାଲ Call Record, ଶେଷ ଥର ସନ୍ତୋଷଙ୍କ ରଶ୍ମିଙ୍କର ଏହି କାରଣରୁ ହୋଇଥିଲା ପ୍ରବଳ ଝଗଡା, ଶୁଣନ୍ତୁ…

ବନ୍ଧୁଗଣ ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ମାମଲାଟି ଏବେ ସନ୍ଦେହ ଘେରରେ ରହିଛି । ରଶ୍ମିରେଖା ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଥିବା ବେଳେ ଏହି ଆତ୍ମହତ୍ୟା ପଛରେ ସନ୍ତୋଷ ପାତ୍ର ନାମକ ଏକ ଯୁବକଙ୍କ ହାତ ଅଛି ବୋଲି ରଶ୍ମିରେଖାଙ୍କ ବାପା ଅଭିଯୋଗ କରିଛନ୍ତି । ତେଣୁ ବନ୍ଧୁଗଣ ଏବେ ସନ୍ତୋଷ ନାମକ ଜଣେ ଯୁବକଙ୍କୁ ନେଇ ଚର୍ଚ୍ଚା ହେଉଛି ।

ମିଡିଆ ରିପୋର୍ଟସ ଅନୁସାରେ ରଶ୍ମିରେଖା ରାଜା ନାମକ ପୁରୁଷ ସହ ମିଳାମିଶା କରିବା ନେଇ ସନ୍ତୋଷ ଏହାକୁ ସହ୍ୟ କରିପାରି ନଥିଲା । ଏଥିପାଇଁ ଉଭୟ ସନ୍ତୋଷ ଓ ରଶ୍ମିରେଖାଙ୍କ ମଧ୍ୟରେ ଝଗଡା ହୋଇଥିଲା ଆଉ ପରେ ମାରପିଟ ମଧ୍ୟ ହୋଇଥିଲା । ସନ୍ତୋଷ ଆଉ ରଶ୍ମିରେଖାଙ୍କର ଏକ ଅଡିଓ କଲ୍ ଏବେ ସାମ୍ନାକୁ ଆସିଛି ।

ଏହି ଅଡିଓ କଲ୍ ଶୁଣିବା ପରେ ଆପଣ ଏହି ଘଟଣା ବିଷୟରେ ଜାଣିପାରିବେ । ସନ୍ତୋଷ ଏହି ଅଡିଓ କଲ୍ ରେ ରଶ୍ମୀଙ୍କୁ ପଚାରୁଛନ୍ତି, ତୋର ଆଉ ରାଜାର କଣ ଚାଲିଛି ତମ ମାନଙ୍କର ? ରଶ୍ମୀ କହୁଛନ୍ତି କିଛି ବି ଚାଲିନି । ବିଶ୍ଵାସ କର ତୋ ଉପରେ ମୋର ଏତେ ରାଗ ଚିଡୁଛି ମୁଁ କଣ କହିବି ତୋତେ ମୁଁ ବୁଝି ପାରୁନି ଏହା ପରେ ସନ୍ତୋଷ କହୁଛନ୍ତି ରାଜା ମୋତେ ବ୍ଲକ କରି ଦେଇଛି ।

ରଶ୍ମୀ କହୁଛନ୍ତି ତାଡି ହେଇଗଲା ବ୍ଲକ କରିଲେ ତୁ କାହିଁକି ତାକୁ କଲ୍ କରୁଛୁ । ସନ୍ତୋଷ କହୁଛି ମୁଁ ଥରେ ତାକୁ କଲ୍ କରି କିଛି କହିବି  । ଏହା ପରେ ରଶ୍ମୀ ପଚାରୁଛନ୍ତି କଣ କହିବୁ । ମୁଁ ଯାହା କହିବି ତୋର କଣ ଗଲା । ରଶ୍ମୀ କହୁଛନ୍ତି ମୁଁ କିଛି କହୁନି କଣ ଦରକାର ବେକାରରେ କଲ୍ କରିବା ।  ମୁଁ ତା ସହ କଲ୍ ରେ ଯାହା ବି କଥା ହେବି ରେକର୍ଡ କରି ତତେ ଦେଇଦେବି ।

ରଶ୍ମୀ କହୁଛନ୍ତି କେୟାର ଫୁଲ ସେ ଲୋକକୁ କଲ୍ କରିବା ଦରକାର ନାହିଁ ସେ ଲୋକ ଭଲ ନୁହେଁ ସେ ସାଇକୋ । ତାର ମୁଣ୍ଡ ପାଗଳ ତାର କିଛି ଠିକ ଠିକଣା ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସନ୍ତୋଷ ଆଉ ରଶ୍ମିରେଖା କଥା ବାର୍ତ୍ତା ହୋଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *