ସାଥୀ ଅଭିନେତ୍ରୀ Supriya ଙ୍କ ଚାଂଚଲ୍ୟକର ଖୁଲାସା, କହିଲେ ‘ରାଜା ରଶ୍ମିର ଲଭର୍ ଥିଲା ହେଲେ ରଶ୍ମି ସନ୍ତୋଷ ସହ ରହୁଥିଲା ! ସେ ଯେତେବେଳେ…’ ଦେଖନ୍ତୁ Video

ବନ୍ଧୁଗଣ ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ମାମଲାଟି ଏବେ ସନ୍ଦେହ ଘେରରେ ରହିଛି । ରଶ୍ମିରେଖା ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଥିବା ବେଳେ ଏହି ଆତ୍ମହତ୍ୟା ପଛରେ ସନ୍ତୋଷ ପାତ୍ର ନାମକ ଏକ ଯୁବକଙ୍କ ହାତ ଅଛି ବୋଲି ରଶ୍ମିରେଖାଙ୍କ ବାପା ଅଭିଯୋଗ କରିଛନ୍ତି । ତେବେ ବନ୍ଧୁଗଣ ଏହି ମାମଲା ସହ ଜଡିତ ଅନେକ ନୂଆ ନୂଆ ଗୁମର ଏବେ ଖୋଲିବାରେ ଲାଗିଛି ।

ଆଉ ଏହାରି ମଧ୍ୟରେ ରାଜା ବୋଲି ଯୁବକଙ୍କ ନାମ ବି ଉଠି ସାରିଛି । ତେବେ ବନ୍ଧୁଗଣ ରଶ୍ମିରେଖାଙ୍କ ସାଥୀ ଅଭିନେତ୍ରୀ ସୁପ୍ରିୟା ଚାଂଚଲ୍ୟକର ଖୁଲାସା କରିଛନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ସୁପ୍ରିୟା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ପ୍ରଥମ କଥା ହେଉଛି ମୁଁ ଜମା ବି ବିଶ୍ଵାସ କରିବିନି ଯେ ସେ ଆତ୍ମହତ୍ୟା କରିଛନ୍ତି ।

କାହିଁକି ନା ମୁଁ ତାଙ୍କ ସହ ଗୋଟେ ବର୍ଷ କାମ କରିଛି । ସେ ଯେମିତିଆ ପିଲା ମୋତେ ଲାଗୁନି ସେ ଆତ୍ମହତ୍ୟା କରିଥିବେ ବୋଲି । ମୁଁ ଯେତିକି ଜାଣିଛି ରାଜା ବୋଲି ଜଣେ ବ୍ୟକ୍ତି ଅଛନ୍ତି ତାଙ୍କ ସହ ରଶ୍ମିଙ୍କର ସମ୍ପର୍କ ଥିଲା ହେଲେ ଯେଉଁଠି ସେ ରହୁଥିଲେ ବା ଯେଉଁଠି ତାଙ୍କ ଶବ ଜବତ ହେଇଛି ସେହି ଘରର ଘର ମାଲିକ କହୁଛନ୍ତି ଯେ ସନ୍ତୋଷ ନାମକ ଜଣେ ପିଲାଙ୍କ ସହ ସେ ରହୁଥିଲେ ।

ଆଉ ଆମ ସିରିଏଲର ଜଣେ କଳାକାରଙ୍କ ସହ ସେ ଗତ ଦୁଇ ଦିନ ତଳେ କଥା ହେଉଥିଲେ । ସେ କହୁଥିଲେ ତାଙ୍କ ଆଖିରେ ଗୋଟେ ପୋକ ମାଡ ହେଇଯାଇଛି ଆଉ ସେ ଦେଖି ପାରୁ ନଥିଲେ । ହେଲେ ମୋତେ ଏସବୁରେ ବହୁତ ଡାଉଟ । କାରଣ ଆମ ଆଖିରେ ବି ପିକ ପଡେ ।

ମୋର ଡାଉଟ ଅଛି ଯେ ସେ ଯାହାଙ୍କ ସହ ରହୁଥିଲେ ହୁଏତ ସେ ତାଙ୍କୁ ବାଡିଆ ପିଟା କରିଥିବେ । କାହିଁକି ନା ମୁଁ ଏଇଟା ଆକସେପ୍ଟ କରିପାରିବିନି ଯେ ସେ ସୁସାଇଡ କରିଛନ୍ତି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁପ୍ରିୟା ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *