Exclusive: ‘ବର୍ଷା ତୋ ପାଇଁ ମୁଁ ଷ୍ଟାର ହେଇଛି, ତୋ ସହିତ ମୁଁ…’ Tunguru ର ସବୁ ଗୁମର ଖୋଲି କହିଦେଲେ ବର୍ଷା, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣିଥିବେ ଯେ ବର୍ତ୍ତମାନ ସୋସିଆଲ ମିଡିଆ ରେ କେବଳ ଗୋଟିଏ ହିଁ ନ୍ୟୁଜ ପ୍ରସାରିତ ହେବାରେ ଲାଗିଛି । ତାହା ହେଉଛି ଟୁଙ୍ଗୁରୁ ଭୋଳ ଓ ବର୍ଷା ଙ୍କ ପ୍ରେମ କାହାଣୀ । ତେବେ ଏହି ଦୁହିଁଙ୍କ ପ୍ରେମ କାହାଣୀ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଏଥିରେ କିଏ ଠିକ ଓ କିଏ ଭୁଲ ତାହା ସ୍ପଷ୍ଟ ମଧ୍ୟ ହୋଇପାରୁ ନାହିଁ । ଯେପରିକି ଆପଣ ମାନେ ଜାଣିଥିବେ ଏବେ ଟୁଙ୍ଗୁରୁ ଙ୍କ ନୂଆ ମ୍ୟୁଜିକ ଭିଡିଓ ମଧ୍ୟ ରିଲିଜ ହୋଇଛି ।

ଯାହାକୁ ନେଇ ବର୍ଷା ନିଜର କିଛି ମତ ପ୍ରକାଶ କରିଛନ୍ତି । ତେବେ ଏହି ସମ୍ବନ୍ଧରେ ଆସନ୍ତୁ ବିସ୍ତାର ରୂପରେ ଜାଣିବା । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଯେତେବେଳେ ଟୁଙ୍ଗୁରୁ ଙ୍କ ନୂଆ ମ୍ୟୁଜିକ ଭିଡିଓ କୁ ନେଇ ମିଡିଆ ବର୍ଷା ଙ୍କୁ ତାଙ୍କ ମତ ପଚାରି ଥିଲା । ମିଡିଆ କୁ ଉତ୍ତର ରେ ବର୍ଷା କହିଛନ୍ତି ଯେ ଟୁଙ୍ଗୁରୁ ଙ୍କ ବାପା ଓ ମାଆ ତାଙ୍କୁ ହାଣିବା ପାଇଁ ଧମକ ଦେଉଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଦୁହେଁ ବର୍ତ୍ତମାନ ବି ସମ୍ପର୍କ ରେ ଅଛନ୍ତି ।

ଉଭୟ ଙ୍କ ଭିତରେ କୌଣସି ଝଗଡା ହୋଇ ନାହିଁ । ଆଗକୁ ଯେମିତି ସମ୍ପର୍କ ଥିଲା ବର୍ତ୍ତମାନ ବି ଦୁହେଁ ସେମିତି ଅଛନ୍ତି । କିନ୍ତୁ ତାଙ୍କ ବାପା ଓ ମାଆ ବର୍ଷା ଙ୍କୁ କ୍ୟାମେରା ସାମ୍ନା କୁ ଯିବାକୁ ମନା କରୁଛନ୍ତି । ବର୍ଷା ଙ୍କ କହିବାନୁଯାୟୀ ସେ ଚାହୁଁଛନ୍ତି ଯେ ଯେଉଁ ଭଳି ଭାବରେ ଟୁଙ୍ଗୁରୁ ଷ୍ଟାର ହେଲା ସେଭଳି ସେ ମଧ୍ୟ ଷ୍ଟାର ଭାବରେ ସାମ୍ନା କୁ ଆସିବେ । ଟୁଙ୍ଗୁରୁ ମଧ୍ୟ ଏଥିପାଇଁ ରାଜି ଅଛନ୍ତି ।

ତେବେ ସେ କହିଛନ୍ତି ଯେ, ଟୁଙ୍ଗୁରୁ ଭୋଳ କେବଳ ବର୍ଷା ଙ୍କ ପାଇଁ ହିଁ ଷ୍ଟାର ପାଲଟିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ସେ ଟୁଙ୍ଗୁରୁ କୁ କୋର୍ଟ ଫରୱାର୍ଡ ଏଥିପାଇଁ କରିଲେ ନାହିଁ କାରଣ ଟୁଙ୍ଗୁରୁ ତାଙ୍କୁ ଅନୁରୋଧ କରିଥିଲେ । ବର୍ଷା କହିଛନ୍ତି ଯେ ଟୁଙ୍ଗୁରୁ ଙ୍କ ଗୀତ ଭାଇରାଲ ହେଉଛି ବୋଲି ସେ ବହୁତ ଖୁସି ମଧ୍ୟ ଅଛନ୍ତି । ଟୁଙ୍ଗୁରୁ ନିଜ ମ୍ୟୁଜିକ ଭିଡିଓ ରିଲିଜ ହେବା ପରେ ବର୍ଷା ଙ୍କୁ ମିଠା ମଧ୍ୟ ଖୁଆଇଛନ୍ତି ।

ତେବେ ଶେଷରେ ବର୍ଷା ମିଡିଆ ସାମ୍ନା ରେ କହିଛନ୍ତି ଯେ, ଟୁଙ୍ଗୁରୁ ଯେତେ ଟାଇମ ସୁଟିଂ ରେ ଥିଲେ ସବୁ ଟାଇମ ସେ ବର୍ଷା ଙ୍କୁ ଫୋନ କରନ୍ତି ଏବଂ ବର୍ଷା ଫୋନ ଲାଇନ ରେ ରୁହନ୍ତି । ତାଙ୍କ କହିବାନୁଯାୟୀ ଟୁଙ୍ଗୁରୁ ତାଙ୍କୁ ଆଜି ବି ସେତିକି ଭଲ ପାଉଛନ୍ତି ବୋଲି ତାଙ୍କ ପାଖରେ ଅଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *