RCB ଛାଡିବେ ବିରାଟ ! ପ୍ଲେ-ଅଫରୁ ବାଦ୍ ପଡିବା ପରେ ବିରାଟଙ୍କୁ ନେବାକୁ ପଡିପାରେ କି ବଡ ନିଷ୍ପତ୍ତି ?

ଇଣ୍ଡିଆନ ପ୍ରିମିୟର ଲିଗ୍ ର 16ତମ ସଂସ୍କରଣ ର ଲିଗ୍ ମ୍ଯାଚ ପର୍ଯ୍ୟାୟ ଶେଷ ହୋଇଛି । ଚାରୋଟି ଟିମ୍ ପ୍ଲେ-ଅଫ୍ ରେ କ୍ଵାଲିଫାଏ କରିଥିବା ବେଳେ ଏଥିରୁ ବାଦ୍ ପଡିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଗୁଜୁରାଟ ବିପକ୍ଷ ମ୍ଯାଚ ହାରିବା ପରେ IPL ରୁ ବିଦାୟ ନେଇଛି RCB । ଦଳର ପୂର୍ବତନ କ୍ଯାପଟେନ ବିରାଟ କୋହଲି ଏହି ମ୍ଯାଚରେ ଦମଦାର ଶତକ ହାତେଇଥିଲେ ।

ହେଲେ ଗୁଜୁରାଟ ଟାଇଟାନ୍ସ ର ବ୍ୟାଟିଂ ଆଗରେ ଫିକା ପଡି ଯାଇଥିଲା RCB ର ବୋଲିଂ । ଏହାପରେ ସୋସିଆଲ ମିଡିଆରେ ଫ୍ୟାନ୍ସ ମାନେ ବିରାଟଙ୍କୁ ଦଳ ପରିବର୍ତ୍ତନ କରିବା ପାଇଁ କହୁଥିବାର ଦେଖିବାକୁ ମିଳୁଥିବା ବେଳେ ଇଂଲଣ୍ଡ ର ପୂର୍ବତନ କ୍ରିକେଟର କେଭିନ ପିଟରସନ ମଧ୍ୟ ସମାନ କଥା ଟ୍ବିଟ କରିଛନ୍ତି । କେଭିନଙ୍କ କହିବା ମୁତାବିକ, ବିରାଟ RCB ଛାଡିଦେବା ଉଚିତ । ଆସନ୍ତା IPL ସିଜିନ ଠାରୁ ବିରାଟ ତାଙ୍କ ନିଜ ସହର ଦିଲ୍ଲୀ ପାଇଁ ଖେଳିବା ଉଚିତ ।

ପିଟରସନ ନିଜେ ଦିଲ୍ଲୀ କ୍ୟାପିଟାଲ୍ସ ର କ୍ଯାପଟେନ ରହି ସାରିଛନ୍ତି । ତେବେ ବିରାଟ IPL ର ପ୍ରଥମ ସଂସ୍କରଣରୁ ବାଙ୍ଗାଲୋର ପାଇଁ ଖେଳି ଆସୁଛନ୍ତି । ସେତେବେଳେ ଦିଲ୍ଲୀ ଫ୍ରାଞ୍ଚାଇଜି ତାଙ୍କୁ ନିଜ ଦଳରେ ନେଇ ନଥିଲା । ତେବେ ଆପଣ କଣ ଭାବୁଛନ୍ତି ବିରାଟ RCB ଛାଡିଦେବା ଉଚିତ କି ? ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *