ହଠାତ ଆକାଉଣ୍ଟକୁ କେମିତି ଆସିଲା 81 କୋଟି ଟଙ୍କା, ଖୁସିରେ ପାଗଳ ହେଇଗଲେ ମହିଳା ! ଅସଲ କାରଣ ଜଣାପଡିବା ପରେ ଯାହା ହେଲା ନା…

ବେଳେବେଳେ ସାମାନ୍ଯ ତ୍ରୁଟି ଯୋଗୁଁ ଅନଲାଇନରେ ଟଙ୍କା ନେଣଦେଣରେ ବଡ ବଡ ଭୁଲ୍ ହୋଇଯାଏ । ଅଷ୍ଟ୍ରେଲିଆର ଏକ ଛୋଟ ସହରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ସମଗ୍ର ବିଶ୍ଵରେ ଚର୍ଚ୍ଚା । ଏକ କମ୍ପାନୀରେ କାର୍ଯ୍ୟରତ ଜଣେ ମହିଳାଙ୍କ ଆକାଉଣ୍ଟକୁ ହଠାତ 81 କୋଟି ଟଙ୍କା ଆସିଥିଲା । ଏକାସାଥେ ଏତେ ଟଙ୍କା ଦେଖି ତାଙ୍କ ମୁଣ୍ଡ କାମ କରି ନଥିଲା ।

ତଥାପି ସେ ନିଜ କମ୍ପାନୀ କିମ୍ବା ବ୍ଯାଙ୍କକୁ ଏନେଇ କିଛି ଜଣାଇ ନଥିଲେ । ବରଂ ସେହି ଟଙ୍କାରେ ନିଜ ପାଇଁ ଏକ ବଡ ଘର କିଣିବା ସହ ମନଇଚ୍ଛା ଟଙ୍କା ଉଡେଇ ଚାଲିଥିଲେ । ଏପରିକି ସମ୍ପର୍କୀୟଙ୍କୁ ମଧ୍ୟ ଟଙ୍କା ବାଣ୍ଟି ଚାଲିଥିଲେ । ହେଲେ ଏହି ଘଟଣାର 8 ମାସ ପରେ କମ୍ପାନୀ ଏ ସମ୍ପର୍କରେ ଜାଣିବାକୁ ପାଇଥିଲା ।

ପ୍ରକୃତରେ ମହିଳାଙ୍କ ଆକାଉଣ୍ଟକୁ ମାତ୍ର 8 ହଜାର ଟଙ୍କା ଆସିବାର ଥିଲା । ହେଲେ କମ୍ପାନୀର ଭୁଲ ହେତୁ ମହିଳାଙ୍କ ଆକାଉଣ୍ଟକୁ ଏତେ ପରିମାଣର ଟଙ୍କା ଆସିଥିଲା । କମ୍ପାନୀ ବାରମ୍ବାର ମହିଳାଙ୍କୁ ଟଙ୍କା ଫେରସ୍ତ ପାଇଁ ନୋଟିସ ପଠାଉଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଉ ନାହାନ୍ତି ।

ବର୍ତ୍ତମାନ ତାଙ୍କ ପାଖରେ ଟଙ୍କା ନଥିବା ବେଳେ ଶୀଘ୍ର ଟଙ୍କା ଫେରସ୍ତ ନକଲେ ସେ ଜେଲ ଯାଇପାରନ୍ତି । ଉକ୍ତ ମହିଳା ବର୍ତ୍ତମାନ ଫେରାର ଥିବା ଜଣାପଡିଛି । ତେବେ ଆପଣ ଯଦି ଏହି ମହିଳାଙ୍କ ସ୍ଥାନରେ ଥାଆନ୍ତେ ତେବେ ଏତେ ଟଙ୍କା ଦେଖି କଣ କରିଥାନ୍ତେ ? ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *