ରାଷ୍ଟ୍ରପତିଙ୍କୁ କଲେନି ନିମନ୍ତ୍ରଣ ! ଗଣ୍ଠି କଲେ ବିରୋଧୀ ! ଦ୍ରୌପଦୀ ମୁର୍ମୁଙ୍କୁ କାହିଁକି ଏଭଳି ଅଣଦେଖା ?

ଆସନ୍ତା ମେ’ 28 ତାରିଖ ଦିନ ନୂଆ ପାର୍ଲିଆମେଣ୍ଟ ଭବନର ଉଦଘାଟନ ହେବାକୁ ଯାଉଛି । ହେଲେ ଏହି ଉଦଘାଟନୀ ଉତ୍ସବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିରୋଧୀ ଦଳ କଂଗ୍ରେସ । ସମ୍ବିଧାନର ଧାରା 79 ଅନୁଯାୟୀ ଲୋକସଭା, ରାଜ୍ୟସଭା ଏବଂ ରାଷ୍ଟ୍ରପତିଙ୍କୁ ନେଇ ସଂସଦ । ତେଣୁ ରାଷ୍ଟ୍ରପତି ନୂଆ ପାର୍ଲିଆମେଣ୍ଟ ର ଉଦଘାଟନ କରିବା ଉଚିତ ବୋଲି କଂଗ୍ରେସ କହିଛି ।

ଏହାସହ ମେ’ 28 ତାରିଖ ଦିନ ସ୍ଵାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସଭରକରଙ୍କ ଜନ୍ମ ତିଥି ହୋଇଥିବାରୁ ଏହିଦିନ ପାର୍ଲିଆମେଣ୍ଟ ଉଦଘାଟନ କରିବାକୁ ବିରୋଧୀ ଦଳମାନେ ନାପସନ୍ଦ କରିଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ଦେଶର ରାଷ୍ଟ୍ରପତିଙ୍କୁ ଅଣଦେଖା କରାଯାଇଥିବାର ଅନେକ ଉଦାହରଣ ରହିଛି ।

ଡିସେମ୍ବର 2020 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ପାର୍ଲିଆମେଣ୍ଟ ଭବନର ଶିଳାନ୍ୟାସ କରିଥିଲେ । ସେହି ସମୟରେ ମଧ୍ୟ ସେତେବେଳର ପ୍ରଧାନମନ୍ତ୍ରୀ ରାମନାଥ କୋବିନ୍ଦଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା । ସେହିପରି ଫେବୃୟାରୀ 2019 ରେ ଜାତୀୟ ଯୁଦ୍ଧ ସ୍ମାରକୀ ସ୍ଥଳ ଉଦଘାଟନ କରାଯାଇଥିଲା ।

ସେହି ସମୟରେ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିମନ୍ତ୍ରିତ ହୋଇ ନଥିଲେ । ସମ୍ବିଧାନର ଧାରା 53 ଅନୁଯାୟୀ ରାଷ୍ଟ୍ରପତି ତିନିସେନାର ସୁପ୍ରିମ କମାଣ୍ଡର ଅଟନ୍ତି । ତେଣୁ ଏସବୁ ସମାରୋହକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନ କରିବା ଉଭୟ ରାଷ୍ଟ୍ରପତି ଏବଂ ସମ୍ବିଧାନର ଅବମାନନା ବୋଲି ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ଆପଣ କଣ ଭାବୁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *