ସକାଳୁ ଖାଲି ପେଟରେ କଞ୍ଚା ରସୁଣ ଖାଇବା ଦ୍ଵାରା ମିଳିଥାଏ ଚମତ୍କାରୀ ଫାଇଦା ! ଶେଷ ହୋଇଯାଏ ଏହି 7 ଟି ରୋଗ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆମ ରୋଷେଇ ଘରେ ଅନେକ ପ୍ରକାରର ଜିନିଷ ଏପରି ରହିଛି ଯାହା ଆମ ସ୍ୱାସ୍ଥ୍ୟ ରେ ଔଷଧ ଭଳି କାମ କରିଥାଏ । ତେବେ ସେହି ପରି ଏକ ଜିନିଷ ହେଉଛି ରସୁଣ । ତେବେ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ମସଲା ହିସାବରେ ରସୁଣକୁ ବ୍ୟବହାର କରାଯାଏ । ରସୁଣ ଯେମିତି ଖାଦ୍ୟର ସ୍ୱାଦ ବଢ଼ାଇଥାଏ, ସେମିତି ରସୁଣ ରେ ଔଷଧୀୟ ଗୁଣ ଭରପୁର ଥିବାରୁ ଶରୀର ପାଇଁ ମହତ୍ତ୍ୱପୂର୍ଣ୍ଣ ଅଟେ ।

ଅନେକ ଲୋକ ହୁଏତ ରସୁଣର ଗୁଣ ଜାଣନ୍ତି ନାହିଁ ଏବଂ କେତେକ ଲୋକ ପାଟି ଗନ୍ଧ ହେବା କାରଣରୁ କଞ୍ଚା ରସୁଣ ଖାଆନ୍ତି ନାହିଁ । କିନ୍ତୁ ଏହି ରସୁଣ କୁ ଖାଲି ପେଟ ରେ ସେମିତି କିମ୍ବା ପାଣି ସହ ସେବନ କରିବା ଦ୍ୱାରା ଆମ ଶରୀର ର ଅନେକ ରୋଗ ଭଲ ହୋଇ ଯାଇଥାଏ । ତେବେ ଆସନ୍ତୁ ଜାଣିନେବା ଯେ ଖାଲି ପେଟ ରେ ରସୁଣ ଖାଇବାର କଣ କଣ ଫାଇଦା ରହିଛି ।

ତେବେ ରସୁଣରେ ଆଲିୟମ୍ ନାମକ ଏକ ଆଣ୍ଟିବାୟୋଟିକ୍ ଥାଏ, ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ଯଦି ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ରସୁଣ ଖାଆନ୍ତି, ତେବେ ଏହା ଫଙ୍ଗଲ୍ ଇନଫେକ୍ସନକୁ ଦୂର କରିପାରିବେ । ତେବେ ସକାଳୁ ଖାଲି ପେଟରେ ୨-୩ କୋଲା ରସୁଣ ଖାଇବା ଦ୍ବାରା ବ୍ଲାଡପ୍ରେସର୍ କଣ୍ଟ୍ରୋଲ ହୋଇଥାଏ । ରସୁଣ ଦ୍ଵାର ରକ୍ତ ପ୍ରବାହ ସନ୍ତୁଳିତ ହୋଇଥାଏ ।


ଏହା ସହ ହାର୍ଟ ଆଟାକ ହେବାର ବିପଦ ଦୂର ହୋଇଥାଏ । ସକାଳୁ ଖାଲିପେଟ ରେ ରସୁଣ ଏବଂ ମହୁ ଖାଇବା ଦ୍ବାରା ରକ୍ତ ଜମାଟ ହୋଇନଥାଏ ଏହା ସହିତ ଧମନିରେ ରହିଥିବା ମଇଳା ସଫା ହୋଇଯାଇଥାଏ । ଯାହା ଫଳରେ ହୃଦୟ ଠିକ୍ ଭାବରେ ରକ୍ତ ପ୍ରବାହ ହୋଇଥାଏ ଏବଂ ହୃଦୟ ସୁସ୍ଥ ରହିଥାଏ । ତେବେ ସକାଳୁ ଉଠିକରି ଖାଲି ପେଟରେ ରସୁଣ ର ସେବନ କରିଲେ ସବୁ ସମସ୍ୟା ଦୂର ହେଇଯିବ । ଏହା ଛଡା ବିଷାକ୍ତ ପଦାର୍ଥକୁ ବାହାର କରିଦେଇଥାଏ ।

ତେବେ ମୁଣ୍ଡ ବ୍ୟଥା, ଏବଂ ଅଧିକ ଚିନ୍ତା ରୁ ମୁକ୍ତି ମିଳିଥାଏ । ମଝିରେ ମଝିରେ ଆମ ପେଟରେ ଏମିତି କିଛି ଏସିଡ ତିଆରି ହୁଏ ଯାହା ଆମ ମୁଣ୍ତ ବ୍ୟଥାର କାରଣ ହୋଇଥାଏ । ରସୁଣ ର ସେବନ ଦ୍ଵାର ପେଟରେ ଏସିଡ ତିଆରି ହୋଇ ନଥାଏ । ତେବେ ଦାନ୍ତରେ ପିଡା ରସୁଣ ଖାଇବା ଦ୍ୱାରା ଫାଇଦା ଦେଇଥାଏ । ଯଦି ପୋକ ଖାଇବା ଦ୍ୱାରା ଦାନ୍ତରେ ପିଡା ହୁଏ  ତେବେ ରସୁଣ ଉପଯୋଗୀ ହୋଇଥାଏ ।


ରସୁଣ କୁ ଗରମ କରି ତାର ଖଣ୍ଡ କୁ ବିନ୍ଧା ହେଉଥିବା ସ୍ଥାନରେ ରଖିଲେ ଓ କିଛି ସମୟ ପର୍ଯ୍ୟନ୍ତ ଦବାଇକରି ରଖନ୍ତୁ । ଏହା କରିବା ଦ୍ୱାରା ଦାନ୍ତରେ ପିଡା କମ ହୋଇଯାଏ । ତେବେ ଆପଣଙ୍କୁ ଥଂଡା ଜ୍ଵର ଏବଂ କାଶ ଆଦି ହେଲେ ମଧ୍ୟ ଏହି ରସୁଣ ବହୁତ କାମରେ ଆସେ । ତେବେ ଦୁଇ ରୁ ତିନିଟି କୋଲା ରସୁଣ କୁ ସେବନ କରନ୍ତୁ ଏବଂ ଦେଖିବେ ଏହା ଦ୍ୱାରା ଆପଣଙ୍କ ଥଂଡା ଜ୍ଵର ସବୁ ଭଲ ହୋଇଯିବ ଏବଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ବୃଦ୍ଧି କରିଥାଏ । ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *