ସ୍ଵର୍ଗରୁ ତିଆରି ହୋଇ ଆସିଥାଏ ଏହି 2 ଟି ନାମର ଯୋଡି (Jyotish Shastra)

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ବିବାହର ବହୁତ ବଡ ମହତ୍ଵ ରହିଛି । ବିବାହରେ ଦୁଇଟି ଆତ୍ମାର ମିଳନ ହେବା ସହ ଦୁଇଟି ପରିବାରର ମିଳନ ହୋଇଥାଏ । ଆଗ କାଳରୁ କୁହାଯାଉଛି ଯେ, ବିବାହ ଯୋଡି ସ୍ଵର୍ଗରୁ ବନା ହୋଇ ଆସିଥାଏ । ଯାହା ଭାଗ୍ୟରେ ଯିଏ ଥିବ ସେ ସେହି ମଣିଷ ସହ ବିବାହ କରିବ । କୁହାଯାଏ ଯୋଡି ମାନଙ୍କୁ ଭଗବାନ ଆଗରୁ ହିଁ ବନେଇ ରଖିଥାଏ କେବଳ ସେମାନେ ମିଶିବା ଉପରେ ନିର୍ଭର କରେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ନାମ ଯୋଡି ବିଷୟରେ କହିବାକୁ ଯାଉଛୁ ଯାହା ସ୍ଵର୍ଗରୁ ବନା ହୋଇ ଆସିଥାଏ । ଯଦି ଆପଣଙ୍କ ନାମ ବି ଏଥିରେ ସାମିଲ ଥିବ ତା ହେଲେ ଆପଣ ଭାଗ୍ୟଶାଳୀ ଅଟନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଯୋଡି ମାନଙ୍କ ବିଷୟରେ ।

A ଓ S ନାମର ଯୋଡି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି A ଓ S ନାମର ଯୋଡି । ବନ୍ଧୁଗଣ A ଓ S ନାମର ଲୋକମାନେ ନିଜ ପାର୍ଟନରର ବହୁତ ଅଧିକ ଧ୍ୟାନ ରଖନ୍ତି । ଏମାନେ ସବୁବେଳେ ନିଜ ପାର୍ଟନରକୁ ଖୁସି କରିବା ପାଇଁ ଚେଷ୍ଟା କରିଥାନ୍ତି ।

ଏହି ନାମର ଲୋକମାନେ କେବେବି ନିଜ ପାର୍ଟନରକୁ ଧୋକା ଦିଅନ୍ତି ନାହିଁ । ଏହି ଦୁଇଟି ନାମର ଯୋଡି ସବୁବେଳେ ପରସ୍ପର ସହ ମିଳିମିଶି ରହିଥାନ୍ତି । ଜୀବନରେ କେତେ କଷ୍ଟ ଆସୁନା କାହିଁକି ଏମାନେ କେବେବି ପରସ୍ପରର ହାତ ଛାଡି ନଥାନ୍ତି । ସେଥିପାଇଁ କୁହାଯାଏ ଏହି ଦୁଇ ନାମର ଯୋଡିକୁ ସ୍ଵର୍ଗରୁ ପଠା ଯାଇଛି ।

K ଓ T ନାମର ଯୋଡି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି K ଓ T ନାମର ଯୋଡି । ବନ୍ଧୁଗଣ ଏହି ଦୁଇ ନାମର ଯୋଡିଙ୍କୁ ସ୍ଵର୍ଗରୁ ପଠା ଯାଇଛି । ଏମାନେ ଆଜୀବନ ନିଜ ପାର୍ଟନର ଉପରେ ବିଶ୍ଵାସ ରଖିଥାନ୍ତି ଓ କେବେବି କୌଣସି ଭୁଲ କାମ କରି ନଥାନ୍ତି । ଏହି ଯୋଡି ନିଜେ ଖୁସିରେ ରହିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଖୁସିରେ ରଖିଥାନ୍ତି । ଏହି ନାମର ଯୋଡି ପରସ୍ପରକୁ ବହୁତ ପ୍ରେମ କରିବା ସହ ବହୁତ ଯତ୍ନ ମଧ୍ୟ ନିଅନ୍ତି । ପ୍ରେମର ସମସ୍ତ ଦାୟିତ୍ଵ ଏମାନେ ପାଳନ କରନ୍ତି ସେଥିପାଇଁ ଏହି ଯୋଡିକୁ ସ୍ଵର୍ଗରୁ ପଠା ଯାଇଛି ବୋଲି କୁହାଯାଏ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *