ଶିକ୍ଷକଙ୍କ ତ୍ରୁଟି ଯୋଗୁ ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର, ପ୍ରଶ୍ନ ଖାତା ବଦଳରେ ଉତ୍ତର ଖାତା ଘରକୁ ଆଣି ଛାତ୍ରୀ ହେଲେ MP !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପାଠ ପଢି ପରୀକ୍ଷା ଦେଇ ମଧ୍ୟ ଛାତ୍ରୀଙ୍କୁ କରାଗଲା MP! ତେବେ ସୂଚନା ମୁତାବିକ ଚଳିତ ବର୍ଷ ଉପେନ୍ଦ୍ରନାଥ ଏକାଡେମୀ କ୍ଷୀରକୋଣା ବିଦ୍ୟାଳୟର ଛାତ୍ରୀ ଦାମୋଦର ହାଇସ୍କୁଲରେ ଦଶମ ପରୀକ୍ଷା ଦେଇଥିଲେ । ସେଠାରେ ଗଣିତ ପରୀକ୍ଷା ଦେବା ପରେ ସେଠାରେ ପରୀକ୍ଷା ହଲରେ ଥିବା ଜଣେ ଶିକ୍ଷୟିତ୍ରୀ ଉତ୍ତର ପେପର ବଦଳରେ ପ୍ରଶ୍ନ ପେପର ନେଇ ଚାଲିଯାଇଥିଲେ ।

ଏହାପରେ ଛାତ୍ରୀ ଜଣଙ୍କ ମଧ୍ୟ ଅଜାଣତ ବଶତଃ ପ୍ରଶ୍ନ ପେପର ବଦଳରେ ଘରକୁ ଉତ୍ତର ପେପର ନେଇକି ଚାଲିଯାଇଥିଲେ । ତେବେ ଏହି କଥାକୁ ଗତ ୨୦ ଦିନ ବିତିଯିବା ପରେ ଯେତେବେଳେ ବିଦ୍ୟାଳୟ ଅଧିକାରୀ ଏହି ତ୍ରୁଟି ସମ୍ପର୍କରେ ଜାଣିବାକୁ ପାଇଥିଲେ । ସେତେବେଳେ ସଙ୍ଗେ ସଙ୍ଗେ ବିଦ୍ୟାଳୟର ଶିକ୍ଷକ ଉକ୍ତ ଛାତ୍ରୀଙ୍କ ଘରକୁ ଆସି ପୁଣି ଥରେ ଉତ୍ତର ପେପର ନେଇକି ଚାଲିଯାଇଥିଲେ। ତେବେ ଉକ୍ତ ଛାତ୍ରୀଙ୍କ ପରିବାର ଲୋକେ ଯେତେବେଳେ ସାରଙ୍କୁ ଏହି ବିଷୟରେ ଅଧିକ ପଚରା ଉଚରା କରିଥିଲେ ।

ଯେ ଆମ ଝିଅର କିଛି ଅସୁବିଧା ହେବନାହିଁ ତ । ସେତେବେଳେ ଆଶ୍ଵସନା ଦେବାକୁ ଯାଇ ଖାତା ନେବାକୁ ଆସିଥିବା ଶିକ୍ଷକ କହିଥିଲେ । ଯେ ତୁମ ଝିଅର ପରିଶ୍ରମ ଅନୁଯାଇ ମାର୍କ ଆସିଯିବ । ତୁମର ଏଥିରେ କୌଣସି ବ୍ୟସ୍ତବିବ୍ରତ ହେବାର ଆବଶ୍ୟକତା ନାହିଁ । ହେଲେ ଏହି ଯେତେବେଳେ ଚଳିତ ବର୍ଷ ଦଶମ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଥିଲା । ସେତେବେଳେ ଉକ୍ତ ଛାତ୍ରୀ ଜଣଙ୍କୁ MP କରିଦିଆଯାଇଥିଲା ।

ଏହି ସମ୍ପର୍କରେ ଛାତ୍ରୀ ଜଣଙ୍କ ଶିକ୍ଷକକୁ ଏହି ସମ୍ପର୍କରେ ପଚାରିଥିଲେ । ସେତେବେଳେ ସାର କହିଥିଲେ । ଯେ ଆମେ ଏହି ବିଷୟରେ ବୁଝିକି ତମକୁ ଜଣେଇବୁ । ହେଲେ ଦଶମ ରେଜଲ୍ଟ ପ୍ରକାଶ ପାଇବାର ଅନେକ ଦିନ ବିତିଯାଇଥିଲେ । ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ମଧ୍ୟ ଉକ୍ତ ଛାତ୍ରୀଙ୍କ ସମ୍ପର୍କରେ ଉଚିତ ପଦକ୍ଷେପ ନିଆଯାଇ ଝିଅଟିର ସମସ୍ଯାର ସମାଧାନ କରାଯାଇନାହିଁ ।

ଯଦି ଏହି ସମ୍ପର୍କରେ ସ୍କୁଲ ଶିକ୍ଷକ ମାନେ କିଛି ପଦକ୍ଷେପ ନନିଅନ୍ତି । ତେବେ ଏହି ସମ୍ପର୍କରେ ଉକ୍ତ ଛାତ୍ରୀ ଜଣଙ୍କ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘଟଣା ସମ୍ପର୍କରେ ଅଗଗତ କରାଇବେ । ଦରକାର ପଡିଲେ ପ୍ରଶାସନ ନିକଟରେ ନିଜର ନ୍ୟାୟ ଦାବୀ ପାଇଁ ଧାରଣା ମଧ୍ୟ ଦେବେ ବୋଲି ଛାତ୍ରୀ ଜଣଙ୍କ କହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *