ରସିକ ନାଗର ରଖିଛି 150 ପ୍ରେମିକା, ଦେଖନ୍ତୁ ଏ ନେଇ କଣ କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ବଡ଼ ଖବର ହେଉଛି ବାଲେଶ୍ୱରରୁ ନକଲି ଡାକ୍ତର ପ୍ରଭାସକୁ ଗିରଫ କଲା ସହିଦନଗର ପୋଲିସ । ନିଜକୁ ଡାକ୍ତର କହି ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇଥିଲା ପ୍ରଭାସ । ବିବାହର ପ୍ରତିଶୃତି ଦେଇ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା । ଶିକ୍ଷାଗତ ଯୋଗ୍ୟତା ଷଷ୍ଠ । କିନ୍ତୁ ଫେସବୁକ୍‌, ଟ୍ଵିଟର, ଇନଷ୍ଟାଗ୍ରାମ ଓ ମାଟ୍ରିମୋନି ସାଇଟ୍‌ ପ୍ରୋଫାଇଲରେ ଏମ କେ ସି ଜି ରେ ପଢୁଥିବା ଡାକ୍ତରୀ ଛାତ୍ର ବୋଲି ଲେଖୁଥିଲା ।

ସୁଟ୍‌ ବୁଟ୍‌ ପିନ୍ଧା ଏମିତି ଫଟୋ ଛାଡୁଥିଲା ଯେ, କାହାରି ବି ସନ୍ଦେହ ହେଉନଥିଲା । ନିଜକୁ ସମ୍ଭ୍ରାନ୍ତ ପରିବାରର ଦର୍ଶାଇ ସୁନ୍ଦର ସୁନ୍ଦର ଯୁବତୀଙ୍କ ସହ ଚାଟିଂ କରୁଥିଲା । ଏହାପରେ ପ୍ରେମ ଜାଲରେ ଫସାଇ ଲୁଟୁଥିଲା । ପ୍ରାୟ ଶହେ ଜଣ ଯୁବତୀଙ୍କୁ ଚୁନା ମାରିଛି ରସିକ ନାଗର ପ୍ରଭାସ । ମଲ୍‌ ବୁଲାଇନେବା ବାହାନାରେ ପର୍ସ ଓ ମୋବାଇଲ୍‌ ଲୁଟି ଫେରାର ହୋଇଯାଉଥିଲା ।
ପ୍ରଭାସ ନାଁରେ ରଜ୍ୟର ବିଭିନ୍ନ ଥାନାରେ ଠକେଇ ମାମଲା ରହିଛି ।

ପୂର୍ବରୁ ୩ ଥର ଗିରଫ ହୋଇ ଜେଲ୍‌ ଯାଇଥିଲା । ଏବେ ସହିଦନଗର ଥାନାରେ ପୁଣି ଥରେ ଜଣେ ଯୁବତୀ ମାମଲା ରୁଜୁ କରିବା ପରେ ପ୍ରଭାସକୁ ଜେଲକୁ ପଠାଇ ଦିଆଯାଇଛି । ତେବେ ଏହାକୁ ନେଇ ବର୍ତ୍ତମାନ ନିଜର ମୁହଁ ଖୋଲିଛନ୍ତି କଂଗ୍ରେସ ଦଳ ର ବରିଷ୍ଠ ନେତା ସୁର ରାଉତରାୟ ତେବେ ସେ କହିଛନ୍ତି କି ସେ ହେଉଛି କୃଷ୍ଣ ଙ୍କ ବାପା । ଏଭଳି ରାସଲୀଳା ଚଳେଇଛି ବାପ ରେ ବାପ ।

ପାଠ ସାଠ ନ ପଢି ମିଛ ଡାକ୍ତର ହୋଇ ଝିଅ ମାନଙ୍କ ସହ ପ୍ରେମ ଲୀଳା ଚଳେଇଛି ଯେତେ ଟା ତା ଶରୀର ରେ ଚୁଟି ନାହିଁ ସେତିକି ସେ ଝିଅ ଙ୍କ ସହ ଖେଳ କରୁଛି… ଛି…. ଛି । ୧୪୦ ଟା ଝିଅ ଙ୍କ ସହ ଖେଳ କରିଛି ଏଞ୍ଜୟ କରିଛି ଧନ୍ୟ ତୋର ଚାବି କିରେ ସେ ଶାଗୁଣା,ନା ବତକ,ଘର ଚଟିଆ ନା କାଉ,ମାନିବାକୁ ପଡିବ ତାକୁ ।

ଏହା ପରେ ସୁର କହିଛନ୍ତି କି ଆଜି କାଲିର ଝିଅ ମାନେ ବି ହା ହା ହେଉଛନ୍ତି ପ୍ରେମ କରିବା ପାଇଁ ନିଜର ଜୀଵନ ବେକାର କରି ଦେଉଛନ୍ତି ଏହି ବାତରା ଟୋକା ଙ୍କ ପାଇଁ । ଆଜିର ନାରୀ ଜାତି ଏହି ଭଳି ଉତ୍ପାତ ହେଉଛନ୍ତି ଯାହା ଗ୍ରହଣ ଯୋଗ୍ୟ ନୁହେଁ ଏବଂ ଏହି ଭଳି ଠକ କୁ ନିଶ୍ଚିତ ଭାବରେ ଦଣ୍ଡ ମିଳିବା ଉଚିତ ଏମିତି ଦଣ୍ଡ ଦରକାର ଯାହା ପରେ ସେ ଏହି ଭଳି କାମ କରିବା ପୂର୍ବରୁ ଶହେ ଥର ଭାବିବ ।

ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *