ମୋଟାପା ପାଇଁ ଚିନ୍ତିତ ଅଛନ୍ତି କି ? ଦେଖନ୍ତୁ ପାଣି ଦ୍ଵାରା କିପରି କମେଇବେ ନିଜର ଓଜନ ? (Fitness Tips)

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ଅଧିକାଂଶ ଲୋକ ମୋଟାପଣର ଶିକାର ହେଉଛନ୍ତି । ମୋଟାପଣ ସମସ୍ୟା ହେବାର ଅନେକ କାରଣ ରହିଛି । ସାଧାରଣତଃ ଲୋକମାନେ ଅଧିକ ତେଲ ମସଲା ଜାତୀୟ ଖାଦ୍ୟର ସେବନ ଓ ଭୁଲ ଜୀବନ ଶୈଳୀ ହେତୁ ମୋଟାପଣର ଶିକାର ହୋଇଥାନ୍ତି । ତେବେ ମୋଟା ହେବା ପରେ ଲୋକ ମାନେ ବହୁତ ଅସୁନ୍ଦର ଦେଖାଯିବା ସହ ସେମାନଙ୍କ ଦେହରେ ଅନେକ ପ୍ରକାରର ଆରୋଗ ଘର କରିଥାଏ ।

ତେଣୁ ବନ୍ଧୁଗଣ ଲୋକମାନେ ମୋଟାପଣକୁ କମାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି । ଯଦି ଆପଣ ମୋଟା ଅଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କୁ ପାଣି ସହ ଜଡିତ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜ ମୋଟାପଣ ସମସ୍ୟାକୁ ସଂପୂର୍ଣ୍ଣ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ପାଣି ଆମ ଶରୀର ପାଇଁ ବହୁତ ଜରୁରୀ ଅଟେ ।

ଯଦି ଆମେ ପାଣି ନପିଇବା ତା ହେଲେ ଆମେ ଖାଇଥିବା ଖାଦ୍ୟ ହଜମ ହେବ ନାହିଁ ଓ ଆମ ଦେହରେ ବିଭିନ୍ନ ପ୍ରକାରର ରୋଗ ଘର କରିବ । ଏହା ସହିତ ଆମ ରକ୍ତ ସଂଚାଳନରେ ବି ଅନେକ ସମସ୍ୟା ସୃଷ୍ଟି ହେବ । ତେଣୁ ବନ୍ଧୁଗଣ ଆମ ମାନଙ୍କୁ ପ୍ରତ୍ୟକ ଦିନ ପାଣି ପିଇବା ଉଚିତ । ପାଣି ପିଇବା ଦ୍ଵାରା ଆମେ ନିଜ ଓଜନ ବା ମୋଟାପଣକୁ ବି କମାଇ ପାରିବା ।

ବନ୍ଧୁଗଣ ଯଦି ଆପଣ ସକାଳେ ଉଠି ଚାହା ପିଉଛନ୍ତି ତା ହେଲେ ଚାହା ଠାରୁ ଭଲ ହେବ ଆପଣ ଏକ ଗ୍ଳାସ ଉଷୁମ ପାଣି ପିଇବେ । ସକାଳେ ଉଠି ଉଷୁମ ପାଣି ପିଇଲେ ଆପଣଙ୍କ ପେଟ ଚର୍ବି ବହୁତ ଶୀଘ୍ର କମିବ ଏହା ସହିତ ଆପଣଙ୍କ ପଚନ ପ୍ରକ୍ରିୟା ମଝବୁତ ହେବ । ସକାଳ ଖାଦ୍ୟ ଖାଇବା ପୂର୍ବରୁ ଆପଣ ମାନେ ଦୁଇ ଗ୍ଳାସ ପାଣି ନିଶ୍ଚୟ ପିଅନ୍ତୁ । ପାଣି ପିଇବା ଦ୍ଵାରା ବ୍ୟକ୍ତି କମ ଖାଦ୍ୟ ଖାଇଥାଏ ଯାହାଦ୍ୱାରା ଆମ ଶରୀରର ମେଟାପଲିଯମ ମଝବୁତ ହୋଇଥାଏ ଓ ମୋଟାପଣ ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନେ ରାତିରେ ଶୋଇବା ପୂର୍ବରୁ ଗୋଟେ ଗ୍ଳାସ ଗରମ ପାଣିର ସେବନ ନିଶ୍ଚୟ କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଗରମ ପାଣି ପିଇଲେ ଆପଣଙ୍କ ଶରୀରରେ ଚମତ୍କାରୀ ଲାଭ ମିଳିବ । ରାତିରେ ଉଷୁମ ପାଣି ପିଇବା ଦ୍ଵାରା ଆମ ପଚନ କ୍ରିୟା ମଝବୁତ ହେବ ଯାହାଫଳରେ ଆମେ ଖାଇଥିବା ଖାଦ୍ୟ ଅତି ସହଜରେ ହଜମ ହୋଇଯିବ । ଖାଦ୍ୟ ହଜମ ହେବା ଦ୍ଵାରା ଆମ ଶରୀରର ମେଟାପଲିଯମ ମଝବୁତ ହେବ ଯାହାଫଳରେ ଆମ ମୋଟାପଣକୁ ଦୂର କରିପାରିବା ।

ତେଣୁ ବନ୍ଧୁଗଣ ଏହିଭଳି ଭାବରେ ପାଣିର ସେବନ କରି ନିଜ ମୋଟାପଣ ସମସ୍ୟାକୁ ଦୂର କରନ୍ତୁ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *