Rahul ଙ୍କୁ ଉଦ୍ଧାର କରିବା ପରେ କାନ୍ଦି ପକାଇଥିଲେ NDRF ଇନ୍ସପେକ୍ଟର Mahabir Mohanty, କହିଲେ ରାହୁଲଙ୍କ ଉଦ୍ଧାର ସମୟର ଛାତିଥରା କାହାଣୀ, ଦେଖନ୍ତୁ video

ଛତିଶଗଡର ବୋରୱେଲ ଅଘଟଣର ଶିକାର ହୋଇଥିବା ରାହୁଲ କେମିତି ଗର୍ତ୍ତରୁ ବାହାରିବେ ସେଥିପାଇଁ ସାରା ଦେଶବାସୀ ଅପେକ୍ଷା କରି ରହିଥିଲେ । ଦୀର୍ଘ ୧୦୫ ଘଣ୍ଟାର ଅପରେସନ ପରେ ଗତକାଲି ମଧ୍ୟରାତ୍ରିରେ ବୋରୱେଲରୁ ରାହୁଲକୁ ଉଦ୍ଧାର କରା ଯାଇଥିଲା । ଏଥିପାଇଁ ୫୦୦ କର୍ମଚାରୀ ବିଶିଷ୍ଟ NDRF, SDRF ଓ ସେନାର କିଛି ଯବାନଙ୍କୁ ଏକ ସ୍ଵତନ୍ତ୍ର ଟିମ୍ ପ୍ରସ୍ତୁ କରା ଯାଇଥିଲା । ଆଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ଅକ୍ଲାନ୍ତ ପରିଶ୍ରମ କରି ରାହୁଲଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବାରେ ସେମାନେ ସଫଳ ହୋଇଛନ୍ତି ।

ରାହୁଲ ଯେତେବେଳେ ବାହାରକୁ ଆସିଲେ ସେହି ସମୟରେ ସେହି ସ୍ଥାନରେ ପ୍ରାୟ  ୧୦ ହଜାର ଲୋକ ଏକତ୍ରିତ ହୋଇଥିଲେ ଓ ସମସ୍ତେ ଚାହୁଁଥିଲେ କି ରାହୁଲ ସୁରକ୍ଷିତ ଭାବେ ବାହାରକୁ ଆସୁ । ତେବେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଏନଡିଆରଏଫ ଇନ୍ସପେକ୍ଟର ମହାବୀର ମହାନ୍ତି । ସମସ୍ତ ଲୋକଙ୍କ ପ୍ରାର୍ଥନା ଓ ତାଙ୍କ ଉପରେ ବିଶ୍ବାସ ଏବଂ ତାଙ୍କ ଟିମ୍ କର୍ମଚାରୀଙ୍କ ଅକ୍ଲାନ୍ତ ଉଦ୍ୟମ ହିଁ ଏହି ଅପରେସନକୁ ସଫଳ କରିବାରେ ସାହାଯ୍ୟ କରିଛି ବୋଲି ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏତେ ଲମ୍ବା ସମୟ ଧରି ଏଭଳି ଅପରେସନର ଅନୁଭୂତି ଆଗରୁ କେବେ ହୋଇ ନଥିଲା ବୋଲି ସେ କହିଛନ୍ତି । ସମୟ ବିତିବା ସହ ସେମାନଙ୍କୁ ନୂଆ ନୂଆ ଚ୍ୟାଲେଞ୍ଜର ସାମ୍ନା ମଧ୍ୟ କରିବାକୁ ପଡୁଥିଲା । ଗତ ୧୦ ତାରିଖ ସନ୍ଧ୍ୟାରେ ତାଙ୍କୁ ଘଟଣା ସମ୍ପର୍କରେ କୁହାଯିବା ସହ କଣ ସାହାଯ୍ୟ କରିହେବ ତାଙ୍କୁ ପରାମର୍ଶ କରା ଯାଇଥିଲା । ନିର୍ଦ୍ଦେଶକ୍ରମେ ସେ ସାଙ୍ଗେ ସାଙ୍ଗେ ନିଜ ଟିମ୍ କୁ ନେଇ ରାହୁଲଙ୍କ ରେସ୍କ୍ଯୁ ଅପରେସନରେ ଯୋଗ ଦେବାକୁ ବାହାରି ପଡିଥିଲେ ।

ରାହୁଲର ଉଦ୍ଧାର କରାଯିବା ସମୟରେ ତା’ ସ୍ୱାସ୍ଥ୍ୟ ଯେପରି ଖରାପ ହୁଏ ସେଥିପାଇଁ ବିଶେଷ ଧ୍ୟାନ ରଖିବାକୁ ପଡୁଥିଲା । ସେଥିପାଇଁ ଭିଏଲସି କ୍ୟାମେରା ମାଧ୍ୟମରେ ନିରନ୍ତର ରାହୁଲଙ୍କ ଉପରେ ନଜର ରଖା ଯାଉଥିଲା । ରାସ୍ତାରେ ଯିବା ସମୟରେ ମଧ୍ୟ ସେମାନେ ଭିଡିଓ କଲ୍ ମାଧ୍ୟମରେ ଜଡିତ ରହି ରାହୁଲର ଜୀବନ ବଞ୍ଚାଇବାକୁ ପ୍ରୟାସ କରିଥିଲେ । କିପରି କ୍ଲାନ କଲେ ରାହୁଲ ଗାତ ମଧ୍ୟରେ ସୁରକ୍ଷିତ ରହିପାରିବ ସେନେଇ ବିଚାର ବିମର୍ଶ କରା ଯାଉଥିଲା ।

ଉଦ୍ଧାରକାରୀ ଟିମ୍ ନଖାଇ ଶୋଇ ଦିନରାତି ରାହୁଲକୁ ଉଦ୍ଧାର କରିବା ପାଇଁ ଲାଗି ପଡିଥିଲେ । ତେଣୁ ଯେତେବେଳେ ରାହୁଲକୁ ଉଦ୍ଧାର କରି ବାହାରକୁ ଅଣା ଯାଇଥିଲା ସେତେବେଳେ ତାକୁ ଦେଖି ଏନଡ଼ିଆରଏଫ ଇଣ୍ଡପେକ୍ଟର କାନ୍ଦି ପକାଇଥିଲେ ବୋଲି ସେ କହିଛନ୍ତି । ଏହାସହ ଉକ୍ତ ଅଞ୍ଚଳ ଭାରତ ମାତା କି ଜୟ ଓ ହିପିପ ହୁରେ ଶବ୍ଦରେ ଫାଟି ପଡିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *