ଦୀର୍ଘ ୧-୫ ଘଣ୍ଟାର ଅପରେସନ ପରେ ଯେତେବେଳେ ରାହୁଲଙ୍କୁ ବାହାରକୁ ଉଦ୍ଧାର କରି ଅଣାଗଲା ସେତେବେଳେ ସ୍ଥାନୀୟ ପ୍ରଶାସନ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ କାର୍ଜ୍ୟାଳୟ ପକ୍ଷରୁ ଏକ ଏକ ବିଚଳିତ କରିଦେବା ଭଳି ସୂଚନା ସାମ୍ନାକୁ ଆସିଥିଲା । ରାହୁଲକୁ ଉଦ୍ଧାର କରିବା ଅପରେସନର ପ୍ରତି ମୂହୁର୍ତ୍ତରେ ନୂଆ ନୂଆ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡୁଥିଲା । ରାହୁଲ ଗର୍ତ୍ତ ଭିତରେ ୫ଦିନ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ।
ରାହୁଲ ପଡିଥିବା ଗାତ ମଧ୍ୟରେ ଗୋଟିଏ ବିଷଧର ସାପ ଥିଲା ଓ ତା’ ସହ ଗୋଟିଏ ବେଙ୍ଗ ମଧ୍ୟ ଥିଲା । ରାହୁଲ ଉଦ୍ଧାର ହେବା ପୂର୍ବରୁ ସାପ ସହ ମଧ୍ୟ ରାଙ୍କୁ ଲଢିବାକୁ ପଡିଥିଲା । ତେବେ ସାପ ନଥିଲେ ହୁଏତ ସାହାସ ପାଇ ନଥାନ୍ତେ ରାହୁଲ । ବେଙ୍ଗ ମଧ୍ୟ ରାହୁଲଙ୍କ ସଂଘର୍ଷ ଦେଖୁଥିଲା । ନିର୍ବାକ ସାପ ଓ ବେଙ୍ଗ ଗାତ ଭିତରେ ତାଙ୍କ ବନ୍ଧୁ ସାଜିଥିଲେ । ଅନ୍ଧାକାରମୟ ଗର୍ତ୍ତ ମଧ୍ୟରେ ରାହୁଲ ଏକାକୀ ଜୀବନ ଯୁଦ୍ଧ ଲଢୁଥିବା ବେଳେ ତାଙ୍କ ପାଖରେ କେହି ନଥିଲେ ସାହାଯ୍ୟ କରିବାକୁ ।
କୁହାଯାଏ କି ବୁଡି ଯାଉଥିବା ଲୋକକୁ କୁଟାଖିଅ ସାହା । ରାହୁଲ କଥା କହି ପାରନ୍ତିନି । ତଥାପି ଜଣେ ବନ୍ଧୁ ମିଳିଲେ ଦୂର ହୁଏ ଏକାନ୍ତ । ରାହୁଲର ଡାକ ଭଗବାନ ଶୁଣିଛନ୍ତି । ସାପ ଓ ବେଙ୍ଗ ମଧ୍ୟରେ ସବୁବେଳେ ଶତ୍ରୁତା ଥାଏ । ବେଙ୍ଗର ଶିକାର କରିବାକୁ ସାପ ଜଗି ବସିଥାଏ ଓ ମଣିଷ ଦେଖିଲେ ଆକ୍ରମଣ କରିବାକୁ ମଧ୍ୟ ପଛାଏ ନାହିଁ ।
କିନ୍ତୁ ସେଠାରେ କେଇ ଇଞ୍ଚ ଜାଗାରେ ଥାଇ ମଧ୍ୟ ଏପରି ଘଟି ନଥିଲା । ସାପ ବେଙ୍ଗର ଶିକାର କରି ନଥିଲା କି ରାହୁଲଙ୍କ ଉପରେ ଆକ୍ରମଣ ମଧ୍ୟ କରି ନଥିଲା । ତେବେ ପରସ୍ପରକୁ ଆକ୍ରମଣ ଓ ପ୍ରତି ଆକ୍ରମଣ କରିବା ବଦଳରେ ମଣିଷ ବନ୍ଧୁର ସାହାରା ପାଲଟିଲେ ସାପ ଓ ବେଙ୍ଗ ।
ମଣିଷ ବନ୍ଧୁକୁ ବିପଦରେ ପଡିଥିବା ଦେଖି ଉଭୟ ସତେ ଯେମିତି ଶତ୍ରୁତା ଭୁଲି ଯାଇଥିଲେ । ସାପ ରାହୁଲର ଜୀବନ ବଞ୍ଚାଇଲା ଓ ବେଙ୍ଗ ମଧ୍ୟ ସାଥି ସାଜିଲା । ଯାହା ନିହାତି ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।