ରାହୁଲ ବୋରୱେଲ ଗର୍ତ୍ତ ମଧ୍ୟରୁ ଉଦ୍ଧାର ହେବା ପରେ ହସ୍ପିଟାଲ ବେଡ୍ ରୁ ରାହୁଲର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ରାହୁଲର ଚିକିତ୍ସା କରା ଯାଉଥିବା ଦେଖିବାକୁ ମିଳିଛି । ବିଳାସପୁର ଆପୋଲୋ ହସ୍ପିଟାଲ ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ରାହୁଲର ଚିକିତ୍ସା କରୁଛନ୍ତି । ଏହି ସ୍ଵତନ୍ତ୍ର ଟିମ୍ ରାହୁଲର ସ୍ବାସ୍ଥ୍ୟବସ୍ଥା ଉପରେ ପ୍ରତି ମୂହୁର୍ତ୍ତରେ ନଜର ରଖିଛନ୍ତି । କିଛି ଅଭିଜ୍ଞ ଡାକ୍ତର ମାନଙ୍କୁ ଏହି ଟିମ୍ ଗଢାଯାଇଛି ଓ ସେମାନଙ୍କୁ ରାହୁଲର ସ୍ୱାସ୍ଥ୍ୟ ଦାୟିତ୍ଵ ଦିଆଯାଇଛି ।
ଆଜି ସକାଳୁ ରାହୁଲ ଜଳଖିଆ ଖାଇ ସାରିବା ପରେ ତାକୁ ଟିକେ ଜ୍ଵର ଆସିଥିଲା । କିନ୍ତୁ ସେ ସ୍ଵାଭାବିକ ଭାବେ ନିଃଶ୍ଵାସ ପ୍ରଶ୍ଵାସ ନେଉଥିଲା । ରାହୁଲର ବ୍ଲଡ଼ ପ୍ରେସର ଓ ସୁଗାର ସବୁକିଛି ମଧ୍ୟ ନର୍ମାଲ ଥିଲା ଓ ତା’ର ହୃଦ ସ୍ପନ୍ଦନ ମଧ୍ୟ ଠିକ ଭାବେ ଚାଲୁଥିଲା । ଆଉ ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
ବହୁ ଚର୍ଚ୍ଚିତ ବାଳକ ରାହୁଲ ହସ୍ପିଟାଲ ବେଡ୍ ରେ କିପରି ଚିକିତ୍ସିତ ହେଉଛି ଓ କିଭଳି ଜଳଖିଆ ଯାଉଛି ସେହି ସମୟର ଭିଡିଓ ଏବେ ମୋବାଇଲ୍ରୁ ମୋବାଇଲ୍କୁ ଘୁରି ବୁଲୁଛି । ଏହି ଭିଡିଓକୁ ଦେଖିବା ଲୋକ ରାହୁଲଙ୍କ ପାଇଁ ହାତ ଟେକି ଭଗବାନଙ୍କୁ ଡାକୁଛି । ଅପରେସନ ରାହୁଲ ଯେମିତି ସମ୍ଭବ ହେଲା ଠିକ ସେମିତି ରାହୁଲ ମଧ୍ୟ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସୁ ବୋଲି ସମସ୍ତେ ଚାହୁଁଛନ୍ତି ।
ଏନେଇ ସମସ୍ତେ ଭଗବାନଙ୍କୁ ଗୁହାରି କରୁଥିବାର ଦେଖିବାକୁ ମିଳିଛି । ଛତିଶଗଡ ଯାଞ୍ଜଗିରି ଚମ୍ପା ପିହରିଡ ଗାଁର ରାହୁଲ ଜଣେ ଦିବ୍ୟାଙ୍ଗ ବାଳକ । ଛୋଟ ବେଳୁ ତାଙ୍କୁ ଶୁଣିବା ଓ କଥା କହିବାରେ ସମସ୍ଯା ଦେଖା ଦେଉଥିଲା । ଗତ ଶୁକ୍ରବାର ଦିନ ଘର ପଛପଟେ ଖେଳୁଥିବା ବେଳେ ରାହୁଲ ୮୦ ଫୁଟ ଗଭୁର ଗର୍ତ୍ତ ମଧ୍ୟରେ ପଡି ଯାଇଥିଲେ ।
ଯାହାପରେ ତାଙ୍କୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଥିଲା ଅଙ୍କ କଷା । ତେବେ ଦୀର୍ଘ ୫ଦିନ ଗାତରେ ପଡି ରହିବା ପରେ ୦ ୧୦୫ ଘଣ୍ଟାର ଲଗାତାର ରେସ୍କ୍ଯୁ ଅପରେସନ ପରେ ଗତକାଲି ମଧ୍ୟରାତ୍ରିରେ ରାହୁଲକୁ ବାହାରକୁ ଆଣିବାରେ ସଫଳ ହୋଇଥିଲା ଉଦ୍ଧାରକାରୀ ଟିମ୍ । ଯାହାପରେ ରାହୁଲଙ୍କୁ ଗ୍ରୀନ କରିଡର ମଧ୍ୟରେ ହସ୍ପିଟାଲ ନିଆ ଯାଇଥିଲା ଓ ସେଠାରେ ଏବେ ରାହୁଲ ଚିକିତ୍ସିତ ହେଉଛନ୍ତି ।
ତେବେ ଆଜି ସକାଳେ ରାହୁଲଙ୍କୁ ସାମାନ୍ଯ ଜ୍ଵର ଆସିବାରୁ ତାଙ୍କ ଚିକିତ୍ସାକୁ ଆହୁରି ତ୍ୱରାନ୍ୱିତ କରି ଦିଆଯାଇଛି । ତେବେ ଦୀର୍ଘ ୫ଦିନ ଧରି ଭଲ ଭାବେ ଖାଇ ନଥିବା ରାହୁଲଙ୍କୁ ଆଜି ହସ୍ପିଟାଲ ବେଡ୍ ରେ ଜଳଖିଆ ଖାଉଥିବାର ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।