ଛତିଶଗଡର ବୋରୱେଲ ଅଘଟଣର ଶିକାର ହୋଇଥିବା ରାହୁଲ କେମିତି ଗର୍ତ୍ତରୁ ବାହାରିବେ ସେଥିପାଇଁ ସାରା ଦେଶବାସୀ ଅପେକ୍ଷା କରି ରହିଥିଲେ । ଦୀର୍ଘ ୧୦୫ ଘଣ୍ଟାର ଅପରେସନ ପରେ ଗତକାଲି ମଧ୍ୟରାତ୍ରିରେ ବୋରୱେଲରୁ ରାହୁଲକୁ ଉଦ୍ଧାର କରା ଯାଇଥିଲା । ଏଥିପାଇଁ ୫୦୦ କର୍ମଚାରୀ ବିଶିଷ୍ଟ NDRF, SDRF ଓ ସେନାର କିଛି ଯବାନଙ୍କୁ ଏକ ସ୍ଵତନ୍ତ୍ର ଟିମ୍ ପ୍ରସ୍ତୁ କରା ଯାଇଥିଲା । ଆଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ଅକ୍ଲାନ୍ତ ପରିଶ୍ରମ କରି ରାହୁଲଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବାରେ ସେମାନେ ସଫଳ ହୋଇଛନ୍ତି ।
ରାହୁଲ ଯେତେବେଳେ ବାହାରକୁ ଆସିଲେ ସେହି ସମୟରେ ସେହି ସ୍ଥାନରେ ପ୍ରାୟ ୧୦ ହଜାର ଲୋକ ଏକତ୍ରିତ ହୋଇଥିଲେ ଓ ସମସ୍ତେ ଚାହୁଁଥିଲେ କି ରାହୁଲ ସୁରକ୍ଷିତ ଭାବେ ବାହାରକୁ ଆସୁ । ତେବେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଏନଡିଆରଏଫ ଇନ୍ସପେକ୍ଟର ମହାବୀର ମହାନ୍ତି । ସମସ୍ତ ଲୋକଙ୍କ ପ୍ରାର୍ଥନା ଓ ତାଙ୍କ ଉପରେ ବିଶ୍ବାସ ଏବଂ ତାଙ୍କ ଟିମ୍ କର୍ମଚାରୀଙ୍କ ଅକ୍ଲାନ୍ତ ଉଦ୍ୟମ ହିଁ ଏହି ଅପରେସନକୁ ସଫଳ କରିବାରେ ସାହାଯ୍ୟ କରିଛି ବୋଲି ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏତେ ଲମ୍ବା ସମୟ ଧରି ଏଭଳି ଅପରେସନର ଅନୁଭୂତି ଆଗରୁ କେବେ ହୋଇ ନଥିଲା ବୋଲି ସେ କହିଛନ୍ତି । ସମୟ ବିତିବା ସହ ସେମାନଙ୍କୁ ନୂଆ ନୂଆ ଚ୍ୟାଲେଞ୍ଜର ସାମ୍ନା ମଧ୍ୟ କରିବାକୁ ପଡୁଥିଲା । ଗତ ୧୦ ତାରିଖ ସନ୍ଧ୍ୟାରେ ତାଙ୍କୁ ଘଟଣା ସମ୍ପର୍କରେ କୁହାଯିବା ସହ କଣ ସାହାଯ୍ୟ କରିହେବ ତାଙ୍କୁ ପରାମର୍ଶ କରା ଯାଇଥିଲା । ନିର୍ଦ୍ଦେଶକ୍ରମେ ସେ ସାଙ୍ଗେ ସାଙ୍ଗେ ନିଜ ଟିମ୍ କୁ ନେଇ ରାହୁଲଙ୍କ ରେସ୍କ୍ଯୁ ଅପରେସନରେ ଯୋଗ ଦେବାକୁ ବାହାରି ପଡିଥିଲେ ।
ରାହୁଲର ଉଦ୍ଧାର କରାଯିବା ସମୟରେ ତା’ ସ୍ୱାସ୍ଥ୍ୟ ଯେପରି ଖରାପ ହୁଏ ସେଥିପାଇଁ ବିଶେଷ ଧ୍ୟାନ ରଖିବାକୁ ପଡୁଥିଲା । ସେଥିପାଇଁ ଭିଏଲସି କ୍ୟାମେରା ମାଧ୍ୟମରେ ନିରନ୍ତର ରାହୁଲଙ୍କ ଉପରେ ନଜର ରଖା ଯାଉଥିଲା । ରାସ୍ତାରେ ଯିବା ସମୟରେ ମଧ୍ୟ ସେମାନେ ଭିଡିଓ କଲ୍ ମାଧ୍ୟମରେ ଜଡିତ ରହି ରାହୁଲର ଜୀବନ ବଞ୍ଚାଇବାକୁ ପ୍ରୟାସ କରିଥିଲେ । କିପରି କ୍ଲାନ କଲେ ରାହୁଲ ଗାତ ମଧ୍ୟରେ ସୁରକ୍ଷିତ ରହିପାରିବ ସେନେଇ ବିଚାର ବିମର୍ଶ କରା ଯାଉଥିଲା ।
ଉଦ୍ଧାରକାରୀ ଟିମ୍ ନଖାଇ ଶୋଇ ଦିନରାତି ରାହୁଲକୁ ଉଦ୍ଧାର କରିବା ପାଇଁ ଲାଗି ପଡିଥିଲେ । ତେଣୁ ଯେତେବେଳେ ରାହୁଲକୁ ଉଦ୍ଧାର କରି ବାହାରକୁ ଅଣା ଯାଇଥିଲା ସେତେବେଳେ ତାକୁ ଦେଖି ଏନଡ଼ିଆରଏଫ ଇଣ୍ଡପେକ୍ଟର କାନ୍ଦି ପକାଇଥିଲେ ବୋଲି ସେ କହିଛନ୍ତି । ଏହାସହ ଉକ୍ତ ଅଞ୍ଚଳ ଭାରତ ମାତା କି ଜୟ ଓ ହିପିପ ହୁରେ ଶବ୍ଦରେ ଫାଟି ପଡିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।