ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଗତ କିଛିଦିନ ତଳର ଖବର ତ ଜାଣିଥିବେ କି ଓଡ଼ିଶା ଏବଂ ଛତିଶଗଡ ସୀମାରେ କୌଣସି ଗ୍ରାମର ଏକ ଛୋଟ ଯୁବକ ଯାହାର ନାମ ରାହୁଲ ସେ ଏକ ବୋରୱେଲ ଭିତରକୁ ଗଳି ପଡିଛନ୍ତି । ଯେଉଁଠୁ ତାକୁ ଉଦ୍ଧାର କରିବା ପାଇଁ ଉଭୟ ସରକାର ଏବଂ ସୁରକ୍ଷା କର୍ମୀ ଆପ୍ରାଣ ଉଦ୍ୟମ କରୁଛନ୍ତି । ତେବେ ଏହା ଭିତରେ ଖୁସି ଖବର ଆସି ପହଞ୍ଚିଛି କି ରାହୁଲଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷାର ସହ ବାହାରକୁ ଅଣା ଯାଇଛି ।
ତେବେ ରାହୁଲ ବାହାରକୁ ଆସିବ ପରେ ସେଠିକାର କଲେକ୍ଟର ଅତ୍ୟନ୍ତ ଭୟାବହ ସତ୍ୟ ପ୍ରକାଶ କରିଛନ୍ତି l ତେବେ ଆସନ୍ତୁ ଏହି ବିଷୟରେ ଅଧିକ ଜାଣିବା । ରାହୁଲଙ୍କ ପିତା କହିଥିଲେ କି ରାହୁଲ ଏବଂ ତାଙ୍କର ମାତା ଶୋଇଥିବା ସମୟରେ ସେ ଉଠି ବାହାରକୁ ପାଣି ପିଇବାକୁ ଯାଇଥିଲା । ପରେ ଦେଖିଲା ବେଳକୁ ରାହୁଲ ବୋରୱେଲ୍ ଭିତରେ ପଡିଛି ।
ଉଭୟ ପ୍ରଶାସନ ଏବଂ ସୁରକ୍ଷା କର୍ମୀ ଦଳ ଉଭୟ ନିଜ ନିଜର ତରଫରୁ ଆପ୍ରାଣ ଉଦ୍ୟମ କରିଥିଲେ ରାହୁଲଙ୍କୁ ବାହାର କରିବା ପାଇଁ । ତେବେ ଏହି ଘଟଣାର ଅନ୍ତ ଘଟିଥିଲା ସୁଡ଼ଙ୍ଗ ରାସ୍ତା ଦେଇ ଜଣେ ଯବାନ ରାହୁଲଙ୍କ ନିକଟରେ ପହଞ୍ଚିଥିଲେ । ରାହୁଲ ମଧ୍ୟ ସେଠାରୁ ଯବାନଙ୍କୁ ସଂକେତ ଦେଇଥିଲା ଯାହାର ଅନୁସରଣ କରି ଯବାନ ରାହୁଲ ନିକଟରେ ପହଞ୍ଚି ଯାଇଥିଲେ ତାଙ୍କ ପାଇଁ ଆମ୍ବୁଲାନ୍ସ ଏବଂ ଡାକ୍ତରୀ ଦଳ ପ୍ରସ୍ତୁତ କରି ରଖା ଯାଇଥିଲା ।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ସମ୍ପର୍କରେ ପୂର୍ବରୁ ସୂଚନା ଦେଇଥିଲେ ତେବେ ତାହା ଏବେ ସତ ହୋଇଛି ରାହୁଲଙ୍କୁ ବାହାର କରା ଯାଇଛି । ଯବାନଙ୍କୁ ସ୍ଥାନୀୟ ବାସିନ୍ଦା ନିଜ କାନ୍ଧରେ ବସାଇ ବୁଲାଇ ଛନ୍ତି । ଏଥି ସହ ଭାରତ ମାତା କି ଜୟ ଏବଂ ଭାରତୀୟ ସେନା ଜିନ୍ଦାବାଦ ସ୍ଲୋଗାନ ମଧ୍ୟ ଦିଆ ଯାଇଥିଲା । ଏହା ପରେ ସେହି ଜିଲ୍ଲାର କଲେକ୍ଟର ଏକ ସତ୍ୟ ପ୍ରକାଶ କରିଛନ୍ତି ଯାହାକୁ ସେ ଆଗରୁ ପ୍ରକାଶ କରି ନଥିଲେ ସେ କହିଥିଲେ କି ଏହି ୫ଦିନ ରାହୁଲ ସହ କୂଅ ଭିତରେ ଗୋଟିଏ ସାପ ଏବଂ ଗୋଟିଏ ବେଙ୍ଗ ଥିଲା ।
ସେ ଯେତେବେଳେ ଏହି କଥା ଭାବୁଥିଲେ ତାଙ୍କର ମନ ଭୟରେ ପରିପୂର୍ଣ୍ଣ ହୋଇ ଯାଉଥିଲା । ତଥାପି ସେ ସାହାସ ଏବଂ ଧୈର୍ଯ୍ୟ ଧରି ରାହୁଲକୁ ବାହାରକୁ ଆଣିବାର ଚେଷ୍ଟା କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ । ସେ ଯେଉଁ ସମୟରେ ଯାହାକୁ ବି ସାହାଯ୍ୟ ମାଗିଥିଲେ ତୁରନ୍ତ ସେହି ସ୍ଥାନରୁ ସାହାଯ୍ୟ ମିଳିଥିଲା । ସେ କହିଛନ୍ତି କି ବିପଦ ସମୟରେ ସମାଜ କିପରି ଏକା ସାଙ୍ଗରେ ଠିଆ ହୁଏ ଆମେ ଏହି ଘଟଣାରୁ ଶିଖିବା କଥା ।
ଏଥି ସହ ସେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଦେଇଛନ୍ତି ଏବଂ କହିଛନ୍ତି କି ମୁଖ୍ୟମନ୍ତ୍ରୀ ତାଙ୍କ ସହ ଯୋଗାଯୋଗରେ ଥିଲେ ଏବଂ କହିଥିଲେ ଯାହାବି ସାହାଯ୍ୟ ଆବଶ୍ୟକ ମତେ ତୁରନ୍ତ ଜଣା ଯାଉ । ତେବେ କଲେକ୍ଟର କୁହନ୍ତି କି ସେ ଯେତେବେଳେ ସେହି ସୁଡ଼ଙ୍ଗ ପଖକୁ ଯାଇଥିଲେ ସେତେବେଳେ ସେ ରାହୁଲ ର କଷ୍ଟ ଦେଖି କାନ୍ଦି ପକେଇ ଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।