ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମା ନିଜ ସନ୍ତାନକୁ ଜୀବନ ଠାରୁ ଅଧିକ ଭଲ ପାନ୍ତି ହେଲେ ବନ୍ଧୁଗଣ ମା ଯଦି ରାକ୍ଷସୀ ହୁଏ ତା ହେଲେ ବିଶ୍ଵାସ କରିବେ କାହାକୁ । କାଲି ଗୋଟେ ରାହୁଲ ବଞ୍ଚିଗଲା କିନ୍ତୁ ଆଜି ରାହୁଲ ମରିଗଲା । ଆଉ ତାକୁ ମାଆରିଦେଲା ମା । ବାପା ଆଉ ସାବାତ ମା ମିଶି ରାହୁଲକୁ ମାଆରିଦେଇଛନ୍ତି । ଆଉ ଏଭଳି ଘଟଣା ଜଗତସିଂହ ପୁରର ତ୍ରିଲୋଚନପୁର ଗ୍ରାମରେ ଘଟିଛି ।
ବାପା ଓ ସାବତ ମାର ମାଡରେ ରାହୁଲର ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି । ଆଉ ଏଭଳି ଅଭିଯୋଗ ଆଣିଛନ୍ତି ରାହୁଲଙ୍କ ପିଉସୀ । ତେବେ ବନ୍ଧୁଗଣ ବର୍ତ୍ତମାନ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସମସ୍ତେ କହୁଛନ୍ତି କାଲିର ରାହୁଲକୁ ଭଗବାନ ପଥର ଚଟାଣରୁ ବଞ୍ଚେଇ ଦେଇଥିଲେ ହେଲେ ଆଜିର ରାହୁଲକୁ କେହି ବି ବଞ୍ଚେଇ ପାରିଲେ ନାହିଁ ।
କଣ ଥିଲା ତାର ଦୋଷ କେଉଁ ଭୁଲ ପାଇଁ ତାକୁ ଏତେ ବଡ ଶାସ୍ତି ମିଳିଲା ଏହି ମାମଲାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠୁଛି । ଏହି କାଣ୍ଡ କରିଛନ୍ତି ବାପା ମକର ବେହେରା ଓ ସାବତ ମା କୁନି ବେହେରା । ପିଉସୀଙ୍କ କହିବା ମୁତାବକ, ସେ ଗତ କାଲି ଖବର ପାଇଥିଲେ ଯେ ପୁତୁରାକୁ ମାଆରି ଦେଇଛନ୍ତି । ଏହା ପରେ ପିଉସୀ ଫୋନ କରିଥିଲେ ମକରକୁ ହେଲେ ମକର ଫୋନ ଉଠେଇଲେନି ।
ଏହା ପରେ ମକର ଫୋନ ଉଠେଇ କହିଲେ ସେ କିଛି ଜାଣି ନାହାନ୍ତି । ପିଉସୀ ଏହା ପରେ ରାହୁଲ ଘରକୁ ଯାଇଥିଲେ । ସେଠାରେ ଥିବା ଗାଁ ଲୋକ କହିଲେ ମରିକି ଟଙ୍ଗେଇ ଦେଇଛନ୍ତି । ହେଲେ ମକର କହୁଛନ୍ତି ମୁଁ ତାକୁ ମାଆରିନି ମୁଁ କେବଳ ତାକୁ ପାଟି କରି ଥିଲି । ସେ ନିଜେ ନିଜେ ଯାଇକି ବେଲ ଗଛରେ ଦଉଡି ଦେଇଛି । ମାଉସୀଙ୍କ କହିବା ମୁତାବକ ବେଲ ଗଛ ଛୋଟ ଅଛି । ସେଠି ଯିଏବି ଦଉଡି ଦେବ ଗୋଡ ପାଇଯିବ ତ ସେ କେମିତି ଦଉଡି ଦେଇ ଆତ୍ମହତୟଆ କରିବ ।
ମିଡିଆ ରିପୋର୍ଟସ ଅନୁସାରେ ପୁଅ ନୂଆ ଡ୍ରେସ କିଣିଲା ବୋଲି ତାର ଜୀବନ ନେଇଛି ବାପା । ଆଜିକୁ 10 ବର୍ଷ ପୂର୍ବେ ଠିକ ଏମିତି ରାହୁଲ ମାର ଜୀବନ ନେଇଥିଲା ଆଉ ଆଜି ପୁଅର । ମାକୁ ମାଆରିବା ପରେ ତାକୁ କିଛି ଦିନ ଜେଲ ଦଣ୍ଡ ବି ଭୋଗିବାକୁ ପଡି ଥିଲା । ନିଜ ଦ୍ଵିତୀୟ ସ୍ତ୍ରୀର କଥା ଶୁଣି ଆଜି ପୁଅକୁ ମାଆରିଦେଇଛି ମକର । ତେବେ ବନ୍ଧୁଗଣ ମକର ଏବେ ପୋଲିସ ହାଜତରେ ଅଛି ଆଉ ପୋଲିସ ଏହି ମାମଲାର ତଦନ୍ତ କରୁଛି ।