Omicron ସଂକ୍ରମଣ ବଢିବାରୁ ସମସ୍ତ ରାଜ୍ୟ ପାଇଁ କେନ୍ଦ୍ର ଜାରି କଲା ସତର୍କ ସୂଚନା ! କଣ ପୁଣି ହେବ ଲକଡାଉନ ? ଦେଖନ୍ତୁ କଣ କହୁଛନ୍ତି କେନ୍ଦ୍ର ସରକାର ?

ବନ୍ଧୁଗଣ, ଗତ ୨ ବର୍ଷ ହେବ ମହାମାରୀ କରୋନା ନିଜର ଆତଙ୍କ ସାରା ବିଶ୍ଵ ରେ ରଚାଇ ଚାଲିଛି । ପରିସ୍ଥିତି ଟିକିଏ କୋହଳ ହେବାକୁ ବସିଲା ବେଳକୁ ପୁନ୍ନର୍ବାର ମହାମାରୀ କରୋନା ର ନୂଆ ନୂଆ ଭାଇଏଣ୍ଟ ଆସି ଉଭା ହେଇଯାଉଛି । ଫଳରେ ଜନସାଧାରଙ୍କ ମନରେ ଭୟ ଉପୁଜିବା ସହିତ ସାଧାରଣ ଜୀବନ ଜାପନ ରେ ବାଧା ସୃଷ୍ଟି ହେଉଛି । ସୂଚନା ଅନୁଯାୟୀ ପୁଣି ହେବ ଲକଡାଉନ । କରୋନା ର ନୂତନ ଭାରିଏଣ୍ଟ OMICRON ଆକ୍ରାନ୍ତ ଦିନକୁ ଦିନ ବଢି ଚାଲିଛି ।

ଫଳରେ ସମସ୍ତ ପରିସ୍ଥିତି କୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଙ୍କ ତରଫରୁ ସଜାଗ ରହିବା ନିମନ୍ତେ ନିର୍ଦ୍ଧେଶ ଦିଆ ଯାଇଅଛି । OMICRON ର ଦୃତ ସଂକ୍ରମଣ ଏବଂ ତର୍ଜନିତ ସ୍ୱାସ୍ଥ୍ୟ ସଙ୍କଟକୁ ମୁକାବିଲା ନିମନ୍ତେ ସଜାଗ ରହିବା ନିମନ୍ତେ ରାଜ୍ୟ ସରକାର ଙ୍କୁ କୁହା ଯାଇଅଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଅଛି ଯେ ସତର୍କ ମୁତାବକ ଆଗୁଆ ମେଡିକାଲ ଭିତ୍ୟୁଙ୍କୁ ପ୍ରସ୍ତୁତ ରଖନ୍ତୁ ।

ବର୍ତ୍ତମାନ ଦୃତ ସଂକ୍ରମଣ ଯୋଗୁଁ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସଚ୍ଚିବ ଙ୍କୁ ଚିଠି ଲେଖିଛନ୍ତି, କେନ୍ଦ୍ର ସ୍ୱାସ୍ଥ୍ୟ ସଚ୍ଚିବ । ଏଥିରେ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ଗୁଡିକୁ ସ୍ଥାୟୀ ହସ୍ପିଟାଲ ନିର୍ମାଣ ନିମନ୍ତେ ନିର୍ଦ୍ଧେଶ ଦିଆ ଯାଇଅଛି । ଆଗକୁ ଅଧିକ ସଂଖ୍ୟାରେ ଲୋକେ, ହୋମ ଆଇସୁଲେସନ ରେ ରହିବା ନେଇ ଅନୁମାନ କରାଯାଉଥିବାରୁ ଏଥିପାଇଁ ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦିଆଯାଇଅଛି । ହୋମଆଇସୁଲେସନ ପ୍ରୋଟକଲ ଏବଂ ଏହାର ବାସ୍ତବ କାର୍ଯ୍ୟ କିଭଳି କରାଯାଇପାରିବ ?

ଗ୍ରାଉଣ୍ଡ ରେ ତାହାର ଅନୁଧ୍ୟାନ ଲାଗି ସ୍ପେଶିଆଲ ଟିମକୁ କୁହାଯାଇଅଛି । ଟେଷ୍ଟିଙ୍ଗ, ଆମ୍ବୁଲାନ୍ସ, ହସ୍ପିଟାଲ ରେଡ ଆଦି ପ୍ରସ୍ତୁତ ସହିତ ଲୋକ ମାନେ ଯେପରି ସହଜରେ ଏହି ସୁବିଧା ପାଇ ପାରିବେ, ସେ ନେଇ ବ୍ୟବସ୍ଥା ସହିତ ଜିଲ୍ଲା ଓ ଉପକୁଣ୍ଡ ସ୍ତରରେ କଣ୍ଟ୍ରୋଲ ରୁମ ଖୋଲିବା ନିମନ୍ତେ ନିର୍ଦ୍ଧେଶ ଦିଆଯାଇଅଛି । ସେହିଭଳି ପୂର୍ବରୁ ଥିବା କୋଭିଡ ହସ୍ପିଟାଲକୁ ପୁନ୍ନ କାର୍ଯ୍ୟ ଲାଇ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦ୍ଧେଶ ଦିଆଯାଇଅଛି ।

ସଂକ୍ରମଣ ରୋକିବା ନିମନ୍ତେ କଣ୍ଟ୍ରୋଲମେଣ୍ଟ କାର୍ଯ୍ୟଳୟ କୁ ଗୁରୁତ୍ଵ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ମାନଙ୍କୁ ନିର୍ଦ୍ଧେସ ଦେଇଛନ୍ତି । ଏଣୁ ଆପଣ ମାନଙ୍କୁ ନିବେଦନ ଯେ ଆପଣ ମାନେ ସାବଧାନତା ର ସହିତ ଜୀବନ ଜାପନ କରନ୍ତୁ । ନିୟମିତ ନିୟମ ର ପାଳନ କରନ୍ତୁ । କାରଣ ଆପଣ ମାନେ ଭଲଭାବେ ଅବଗତ ଯେ ନିଜ ସୁରକ୍ଷା ନିଜ ହାତରେ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *