ନୂଆ ବର୍ଷରେ କମିଲା ଗ୍ୟାସ୍ ଦର, ଆଜିଠାରୁ ଲାଗୁ ହେବ ଏହି ନୂଆ ଦର, ନିଶ୍ଚୟ ଜାଣି ରଖନ୍ତୁ !

ବନ୍ଧୁଗଣ, ସୂଚନା ଅନୁଯାୟୀ ନୂଆ ବର୍ଷରେ କମିଲା ଗ୍ୟାସ ଦର । କମର୍ଶିଆଲ ଗ୍ୟାସ ୧୦୨ ଟଙ୍କା ୫୦ ପଇସା ହ୍ରାସ ପାଇଛି । ଆଜିଠାରୁ ଏହି ନୂଆ ଦର ଲାଗୁ ହେବ । ଓଡିଶାରେ ୧୯ କିଲୋ କମର୍ଶିଆଲ ଗ୍ୟାସ ଦର ୧୮ ସହ ୧୫ ଟଙ୍କା ହୋଇଅଛି । କିନ୍ତୁ ଦିଲ୍ଲୀ ରେ ଗ୍ୟାସ ଦର ୧୯୯୫ ଟଙ୍କା ରେ ପହଞ୍ଚିଛି । ଗତବର୍ଷ ଡିସେମ୍ବର ୧ ତାରିଖରେ ଗ୍ୟାସ ଦର ବୃଦ୍ଧି ହୋଇଥିଲା । ସେତେବେଳେ ୧୦୩ ଟଙ୍କା ମହଙ୍ଗା ହୋଇଥିଲା ଗ୍ୟାସ ।

୧୯ କିଲୋ ଗ୍ୟାସ ସିଲିଣ୍ଡର ଦର ହ୍ରାସ ହୋଇଥିବା ବେଳେ, ଅନ୍ୟ କୌଣସି ସିଲିଣ୍ଡର ରେ ଦର କମିନାହିଁ । ଘରୋଇ ଗ୍ୟାସ ଦର ମଧ୍ୟ ହ୍ରାସ କରାଯାଇନାହିଁ । ୨୦୨୧ ଡିସେମ୍ବର ୧ ତାରିଖରେ ୧୯ କିଲୋ ବିଶିଷ୍ଠ ବ୍ଯବସାୟିକ ଏଲପିଜି ସିଲିଣ୍ଡର, ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି କରାଯିବାରୁ ଦିଲ୍ଲୀରେ ଏହାର ଦର ଥିଲା ୨୧୦୧ ଟଙ୍କା । ମାତ୍ର ଏହା ଥିଲା ଦ୍ଵିତୀୟ ଥର ସର୍ବାଧିକ ଦାମ ଥିବା ସିଲିଣ୍ଡର ।

ଏହା ପୂର୍ବରୁ ୧୦୧୨ ତଥା ୨୦୧୩ ରେ ୧୯ କିଲୋ ବିଶିଷ୍ଠ ବ୍ୟବସାୟିକ ଏଲପିଜି ସିଲିଣ୍ଡର ର ମୂଲ୍ୟ ଥିଲା ୨୨୦୦ । ଅନ୍ୟ ପକ୍ଷରେ ଘରୋଇ ବ୍ୟବହାର ପାଇଁ ଥିବା ୧୪.୨ କିଲୋ, ୫ କିଲୋ, ଏବଂ ୧୦ କିଲୋ କମ୍ପୋଜାଇଟ କିମ୍ବା ୫ କିଲୋ କମ୍ପୋଜାଇଟ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି । ଅର୍ଥାତ ସେ ସବୁର ମୂଲ୍ୟ ହ୍ରାସ କରାଯାଇ ନାହିଁ । ମାତ୍ର ଏହା କିଭଳି ଭାବରେ ଖାଉଟି ଙ୍କୁ ପ୍ରଭାବିତ କରି ପାରୁଛି ତାହା ଦେଖିବା ଅପେକ୍ଷାର ବିଷୟ । ବର୍ତ୍ତମାନ ଦେଶରେ ମହାମାରୀ ପୁନ୍ନର୍ବାର ଘାତକ ସାଜିବାକୁ ବସିଲାଣି ।

ଏହା ସହିତ ପ୍ରାକୃତିକ ବିପର୍ଜ୍ୟାୟ ମଧ୍ୟ ଜଣ ସାଧାରଣଙ୍କ ମୁଣ୍ଡ ବ୍ୟଥା ର କାରଣ ପାଲଟି ଯାଇଛି । ବର୍ତ୍ତମାନ କରୋନା ମହାମାରୀ ର ନୂତନ ଭାରିଏଣ୍ଟ OMICRON ର ଭୟ ରେ ପୁନ୍ନର୍ବାର ଲକଡାଉନ ସଟ ଡାଉନ ଭଳି ସ୍ଥିତି ଉପୁଜିଛି । ମାତ୍ର ଏଭଳି ପରିସ୍ଥିତିରେ ବ୍ୟକ୍ତି ବିଶେଷ ଙ୍କ ଆୟ ଉପରେ ବାଧା ସୃଷ୍ଟି ହୋଇଛି । ଏବଂ ଯଦି ସିଲିଣ୍ଡର ର ଦର କ୍ରମଶ ହ୍ରାସ କରାଯିବ ତେବେ ହୁଏତ ଜନସାଧାରଣଙ୍କୁ ଅଳ୍ପ ମାତ୍ରାରେ ଆଶ୍ଵାସନା ମିଳିବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *