Indian Idol ର ପପୁଲାର ଯୋଡି Pawandeep ଓ Arunita ଙ୍କ ସମ୍ପର୍କରେ ଲାଗିଗଲା କାହା ନଜର ! କାହିଁକି ପବନଦୀପଙ୍କ ସହ ଗୀତ ଗାଇବାକୁ ମନା କରିଦେଲେ ଅରୁଣିତା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟିଭି ରିଆଲିଟି ସୋ ‘ଇଣ୍ଡିଆନ ଆଇଡଲ’ ନିଶ୍ଚୟ ଦେଖିଥିବେ । ଇଣ୍ଡିଆନ ଆଇଡଲ ସିଜନ ୧୨ର ବିଜେତା ହୋଇଛନ୍ତି ପବନ ଦୀପ ଓ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଅରୁଣିତା କାଞ୍ଜିଲାଲ । ଏହି ଦୁଇଜଣ ନିଜ ସୁନ୍ଦର କଣ୍ଠ ସ୍ଵରରେ ସମସ୍ତଙ୍କ ମନ ଜିତିଥିଲେ । ଏହି ଦୁଇଜଣଙ୍କ ଡୁୟେଟ କେମେଷ୍ଟ୍ରି ମଧ୍ୟ ବହୁତ ଭଲ ଥିଲା । ବନ୍ଧୁଗଣ ଏହି ଦୁଇଜଣଙ୍କ ଯୋଡିକୁ ସମସ୍ତ ଲୋକ ବେସ ଅଧିକ ପସନ୍ଦ କରନ୍ତି । ହେଲେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବରଟି ହେଉଛି ଅଲଗା ହୋଇଯାଇଛନ୍ତି ଏହି ଦୁଇଜଣ ।


ଇଣ୍ଡିଆନ ଆଇଡଲ ବିଜେତା ପବନ ଦୀପଙ୍କ ସହ ଆଉ ଗୀତ ଗାଇବେ ନାହିଁ ଅରୁଣିତା । ଅରୁଣିତା ନିଜେ ପବନ ଦୀପଙ୍କ ସହ ଗୀତ ଗାଇବା ପାଇଁ ମନା କରିଛନ୍ତି । ଇଣ୍ଡିଆନ ଆଇଡଲ ସିଜନ ୧୨ରେ ଏହି ଦୁଇଟି ପ୍ରତିଯୋଗୀଙ୍କ ଯୋଗୁ ସୋଟି ବେସ ଅଧିକ ଚର୍ଚାରେ ଥିଲା । ଏମାନଙ୍କ ଯୁଗଳ ବନ୍ଦୀ ଶୁଣିବାକୁ ଦର୍ଶକ ଚାହିଁ ବସଥିଲେ । ଏହି ଦୁଇଟି କଳାକାର ଲଭ ରିଲେସନସିପରେ ଅଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁ ଥିଲା । ତେଣୁ ଫ୍ୟାନ୍ସ ମାନେ ଏହି ଦୁଇଜଣଙ୍କୁ ସ୍ନେହରେ ଅରୁଦୀପ ବୋଲି ଡାକୁଥିଲେ ।

ହେଲେ ବର୍ତ୍ତମାନ ଖବର ଆସିଛି ପବନ ଦୀପଙ୍କ ସହ ଆଗାମୀ ଆଲବମରେ ଗୀତ ଗାଇବାକୁ ମନା କରିଛନ୍ତି ଅରୁଣିତା ଫଳରେ ଅରୁଦୀପଙ୍କ ଫ୍ୟାନ୍ସ ମାନଙ୍କୁ ଲାଗିଛି ବଡ ଝଟକା । ଇଣ୍ଡିଆନ ଆଇଡଲ ସିଜନ ୧୨ ଶେଷ ହେବା ପରେ ମଧ୍ୟ ଏହି ଦୁଇଜଣ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଥିଲେ । ଫ୍ୟାନ୍ସ ମାନଙ୍କ ଭଲ ପାଇବାରେ ଏହି ଦୁଇଜଣ ଅନେକ ଆଲବମ ଓ ଇଭେଣ୍ଟ କରିଥିଲେ ।

ପବନ ଦୀପ ଓ ଅରୁଣିତା ମ୍ୟୁଜିକ ଡାଇରେକ୍ଟର ରାଜ ସୁରାନୀଙ୍କ ମ୍ୟୁଜିକ ଭିଡିଓରେ କାମ କରିବା ପାଇଁ ସାଇନ କରିଥିଲେ ହେଲେ ଏବେ ଅରୁଣିତା ଏହି ମ୍ୟୁଜିକରେ କାମ କରିବା ପାଇଁ ମନା କରିଦେଇଛନ୍ତି ଯାହାଫଳରେ ଅନ୍ୟ ଏକ କଣ୍ଠ ଶିଳ୍ପୀଙ୍କୁ ଏହି ମ୍ୟୁଜିକର ଅଫର ମିଳିବାକୁ ଯାଉଛି । ମିଡିଆ ରିପୋର୍ଟସ ଅନୁସାରେ, ପବନ ଦୀପଙ୍କ ସହ ଅରୁଣିତଙ୍କୁ ସୋସିଆଲ ମିଡିଆରେ ଲିଙ୍କ କରାଯାଉଛି ଓ ଏହା ଅରୁଣିତା ପରିବାର ଲୋକଙ୍କୁ ଭଲ ଲାଗୁ ନାହିଁ । ଇଣ୍ଡିଆନ ଆଡଲର ଆରମ୍ଭରୁ ହିଁ ଅରୁଣିତାଙ୍କ ପରିବାର ଲୋକେ ପବନ ଦୀପଙ୍କୁ ଭଲ ପାଉ ନଥିଲେ ।

ରାଜ ସୁରାନୀଙ୍କ ମ୍ୟୁଜିକ ସାଇନରେ ଅରୁଣିତାଙ୍କ ବାପା କହିଥିଲେ, ଏଥିରେ ଯେମିତି ପବନ ଦୀପ ଓ ଅରୁଣିତାଙ୍କ ମଧ୍ୟରେ କିଛି ଇଣ୍ଟିମେଟ ସିନ୍ସ ନରହେ । ଏହାର ଜବାବ ଦେଇ ରାଜ ସୁରାନୀ କହିଥିଲେ ନ୍ୟୁଜିକ ସୁଟିଙ୍ଗ ସେଟରେ ଆପଣ ନିଜେ ବି ଉପସ୍ଥିତ ରହିପାରିବେ । ତେଣୁ ଏ କଥାରୁ ସ୍ପର୍ଷ୍ଟ ହେଉଛି ଯେ ଅରୁଣିତାଙ୍କ ବାପା ମା ଚାହୁଁ ନାହାନ୍ତି ଅରୁଣିତା ଓ ପବନ ଦୀପ ଏକା ସହ କୌଣସି ମ୍ୟୁଜିକ ଆଲବମରେ କାମ କରନ୍ତୁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *