ଅର୍ଶ ବା Piles କେମିତି ଭଲ ହେବ ? ଦେଖନ୍ତୁ କଣ କୁହନ୍ତି Dr Biswajit Mohapatra

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ଅଧିକାଂଶ ଲୋକ ଅର୍ଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାରେ ଲୋକ ମାନଙ୍କୁ ବହୁତ କଷ୍ଟ ସହ୍ୟ କରିବାକୁ ପଡିଥାଏ । ଯଦି କାହାକୁ ଅର୍ଶ ହୋଇଥାଏ ତା ହେଲେ ତାହା ଠିକ ହେବା ପାଇଁ ବହୁତ ସମୟ ଲାଗିଥାଏ । ତେବେ ବନ୍ଧୁଗଣ ଏହି ଅର୍ଶ ସମସ୍ୟାର ସମାଧାନ ଅଛି । ଅର୍ଶ କେମିତି ଭଲ ହେବ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସାଧାରଣତଃ ଅର୍ଶ ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ହୋଇଥାଏ । ଅର୍ଶ ହେବା ପୂର୍ବରୁ ଡାଇରିଆ ଓ କୋଷ୍ଟକାଠିନ୍ୟ ଆଦି ସମସ୍ଯା ମଧ୍ୟ ଦେଖା ଦେଇଥାଏ । ହେଲେ ଯେଉଁ ମାନଙ୍କୁ ଝାଡା ଯିବା ବେଳେ ଅଧିକ କଷ୍ଟ କରିବାକୁ ପଡିଥାଏ ବା ଯେଉଁ ମାନଙ୍କ ପେଟ ଠିକ ଭାବରେ ସଫା ହୁଏ ନାହିଁ ସେମାନଙ୍କ ଠାରେ ଅର୍ଶ ସମସ୍ୟା ଅଧିକ ଦେଖା ଦେଇଥାଏ । ଅର୍ଶ ହେବ ନା ନାହିଁ ଆମ ଝାଡା ଯିବାର ଅଭ୍ୟାସ ଉପରେ ନିର୍ଭର କରିଥାଏ ।

ଆମ ମଳଦ୍ଵାରରେ ତିନୋଟି ରକ୍ତ ନଳୀ ଥାଏ ଯେତେବେଳେ ଆମେ ଝାଡା ଯିବା ସମୟରେ ଅଧିକ କଷ୍ଟ କରିଥାଉ ସେତେବେଳେ ଆମ ମଳଦ୍ଵାର ଭିତରେ ଥିବା ତିନୋଟି ରକ୍ତନଳୀ ବାହାରକୁ ଆସିଯାଏ । ଏହା ପରେ ଯେତେବେଳେ ଆମେ ଝାଡା ଯାଉ ସେତେବେଳେ ସେହି ରକ୍ତ ନଳୀ ଉପରେ ପ୍ରଭାବ ପଡି ରକ୍ତ ବାହାରିଥାଏ । ତେବେ ଅର୍ଶର ପ୍ରଥମ ସ୍ଟେଜରେ ଲୋକ ମାନଙ୍କୁ କିଛି ଜଣା ପଡେ ନାହିଁ । ତେଣୁ ପ୍ରଥମ ସ୍ଟେଜରେ କିଛି ଚିକିତ୍ସାର ଆବଶ୍ୟକତା ନାହିଁ ଆପଣ ମାନେ କେବଳ ନିଜ ଖାଦ୍ୟ ପେୟ ଓ ନିଜ ଜୀବନ ଶୈଳୀ ଠିକ କରନ୍ତୁ ।

ଦ୍ଵିତୀୟ ସ୍ଟେଜରେ ମଳଦ୍ଵାରରେ ରକ୍ତନଳୀ ଏତେ ବଢି ଯାଇଥାଏ ଯେତେବେଳେ ବି ଆପଣ ଝାଡା ଯିବେ ସେତେବେଳେ ରକ୍ତ ବାହାରିବ ଓ ଆପଣଙ୍କୁ ବହୁତ କଷ୍ଟ ହେବ । ଏହା ସହିତ ତୃତୀୟ ସ୍ଟେଜରେ ସେହି ତିନୋଟି ରକ୍ତନଳୀ ଆପଣଙ୍କ ମଳଦ୍ଵାର ବାହାରକୁ ଆସିଯାଇଥାଏ । ପ୍ରଥମ ଲକ୍ଷଣ ହେଉଛି ଯଦି ଆପଣ ଝାଡା ଯିବା ବେଳେ ରକ୍ତ ପଡେ ତା ହେଲେ ଏହାର ବିଭିନ୍ନ କାରଣ ହୋଇପାରେ ସେଥିମଧ୍ୟରୁ ଗୋଟେ ହେଉଛି ଅର୍ଶ । ତେଣୁ ଆପଣ ମାନେ ନିକଟସ୍ଥ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।


ଅର୍ଶର ଚିକିତ୍ସା କହିବାକୁ ଗଲେ ସର୍ଜରୀ ହେଲେ ସର୍ଜରୀ ସେହି ଲୋକ ମାନଙ୍କୁ ଦରକାର ହୁଏ ଯେଉଁ ମାନଙ୍କର କ୍ରମାଗତ ରକ୍ତସ୍ରାବ ହୁଏ । ତେଣୁ ଯାହାକୁ ଅର୍ଶ ହୋଇଛି ଆଜି ନୁହେଁ ତ କାଲି ତାକୁ ଅପରେସନ କରିବାକୁ ହେବ । ତେଣୁ ଏମିତି ମଧ୍ୟ ଲୋକ ଅଛନ୍ତି ଯେଉଁ ମାନେ ନିଜ ଅପରେସନ ସମୟକୁ ବହୁତ ବଢାଇ ଥାନ୍ତି । ଆପଣ ମାନେ ନିଜ ଖାଦ୍ୟ ପେୟ ଓ ଜୀବନ ଶୈଳୀ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଏହା କରିବା ଦ୍ଵାରା ଆପଣଙ୍କ ଅପରେସନ ଅଧିକ ଡେରିରେ ହୋଇପାରେ ।

Leave a Reply

Your email address will not be published. Required fields are marked *