ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ସୋସିଆଲ ମିଡିଆରେ ଡାକ୍ତର ପରିଚୟ ଦେଇ ଝିଅମାନଙ୍କ ସହ କରୁଥିଲେ ଏମିତି କାମ, ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆଜି ର ଏହି ଦୁନିଆ ରେ କାହାକୁ ବି ବିଶ୍ୱାସ କିମ୍ବା ଭରସା କରିବା ଅସମ୍ଭବ ଅଟେ କାରଣ ଏହି ଦୁନିଆ ରେ କେହି ବି ଭରସା ଯୋଗ୍ୟ ନୁହେଁ ଯାହାକୁ ବି ଆପଣ ଯଦିବି କାହାକୁ ବିଶ୍ୱାସ କରୁଥିବେ ସେ ନିଶ୍ଚିତ ଭାବରେ ଧୋକା ଦେଇ ଦେଇଥାଏ । ତେବେ ବର୍ତ୍ତମାନ ଫୁଣି ଥରେ ଏକ ଏଭଳି ଖବର ସାମ୍ନା କୁ ଆସିଛି ଯେଉଁଠି ଶୁଣିବାକୁ ମିଳୁଛି କି ଜଣେ ଯୁବକ ମିଛ କଥା କହି ଝିଅ ମାନଂକୁ ଫସାଉ ଥିଲା ତେବେ ଆସନ୍ତୁ ଜାଣିନେବା ସେହି ଖବର ସମ୍ପର୍କରେ ।

ତେବେ ମାତ୍ର ଷଷ୍ଠ  ଯାଏ ମାତ୍ର ପାଠ ପଢ଼ିଛନ୍ତି, ହେଲେ ସୋସିଆଲ୍‌ ମିଡିଆରେ ନିଜକୁ ଡାକ୍ତରୀ ଛାତ୍ର ବୋଲି ଦର୍ଶାଇଥିଲେ । ନିଜକୁ ନକଲି ଡାକ୍ତରୀ ଛାତ୍ର ପରିଚୟ ଦେଇ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଉ ଥିଲେ ପରେ ସେମାନଙ୍କଠୁ ଲୁଟ୍‌ କରୁଥିଲେ । ଶେଷରେ ପୋଲିସ୍‌ ହାତରେ ତାଙ୍କର ଏହି କାରନାମା ଧରାପଡ଼ିଛି ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ସହିଦନଗର ଅଞ୍ଚଳର ପ୍ରଭାସ ରାଜ୍‌ ନାମକ ଜଣେ ଯୁବକ ଫେସ୍‌ବୁକ୍‌ ଆକାଉଣ୍ଟରେ ନିଜ ପ୍ରୋଫାଇଲେ ଏମକେସିଜି ଡାକ୍ତରୀ ଛାତ୍ର ବୋଲି ଉଲ୍ଲେଖ କରିଥିଲେ । ହେଲେ ପ୍ରକୃତରେ ସେ ଡାକ୍ତରୀ ଛାତ୍ର ନୁହଁନ୍ତି । ସେ ଷଷ୍ଠ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି । ନିଜକୁ ନକଲି ଡାକ୍ତରୀ ଛାତ୍ର ପରିଚୟ ଦେଇ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଉ ଥିଲେ । ଏହାପରେ ସେମାନଙ୍କଠୁ ଲୁଟ୍‌ କରୁଥିଲେ ।

ପ୍ରଭାସ ୧୫୦ରୁ ଅଧିକ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ସେମାନଙ୍କ ଠାରୁ ଲୁଟ୍‌ କରିଥିବା ଜଣାପଡ଼ିଛି । ପ୍ରଥମେ ସେ ଯୁବତୀମାନଙ୍କ ନକଲି ପରିଚୟରେ ମିଶୁଥିଲେ । ଏହାପରେ ସେମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି କେତେବେଳେ ସେମାନଙ୍କୁ ମଲ୍‌ ତ ଆଉ କେତେବେଳେ ହୋଟେଲ୍‌ ନେବା ବାହାନାରେ ଲୁଟ୍‌ କରୁଥିଲେ । ପ୍ରଭାସ ଯୁବତୀମାନଙ୍କୁ ଶପିଂ କିଣିବା ବାହାନାରେ ମଲ୍‌ ନେଉଥିଲେ । ସେଠାରେ ସୁଯୋଗ ଦେଖି ସେ ଯୁବତୀଙ୍କ ପର୍ସ, ମୋବାଇଲ୍‌ ଓ ମୂଲ୍ୟବାନ ସାମଗ୍ରୀ ଇତ୍ୟାଦି ଧରି ଚମ୍ପଟ ମାରୁଥିଲେ ।

ସେହିପରି ହୋଟେଲ୍‌ ନେଇ ସେଠାରେ ମଧ୍ୟ ସୁଯୋଗ ଦେଖି ଯୁବତୀଙ୍କ ଟଙ୍କା, ପର୍ସ ଇତ୍ୟାଦି ଧରି ଫେରାର ହୋଇଯାଉଥିଲେ । ଶେଷରେ ତାଙ୍କର ଏହି ହାଇଟେକ୍‌ ଠକାମି ପୋଲିସ୍‌ ହାତରେ ଧରାପଡ଼ିଛି । କମିଶନରେଟ୍‌ ପୋଲିସ୍‌ ପ୍ରଭାସଙ୍କୁ ଗିରଫ କରିଛି । ତାଙ୍କ ନାଁରେ ଏକାଧିକ ମାମଲା ଥିବା ଜଣାପଡ଼ିଛି । ତେବେ ଏହି ଖବର ପରେ ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଚକିତ ହୋଇ ଉଠିଛନ୍ତି ଏବଂ କାହାକୁ ଭରସା କରିବା ପୂର୍ବରୁ ଶହେ ଥର ଭାବିବେ ବୋଲି ମଧ୍ୟ କହୁଛନ୍ତି । ତେବେ ଏହି ଖବର ଉପରେ ନିଜର ମତାମତ ନିଶ୍ଚିତ ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *