‘ରସୁଣ’ ର ଚମତ୍କାରୀ ଫାଇଦା ! ଦାନ୍ତର ପୋକକୁ ବାହାର କରି ଦାନ୍ତ ବିନ୍ଧାକୁ ଭଲ କରିଦେବ, ବାସ ଏହିପରି କରନ୍ତୁ ବ୍ୟବହାର (Health Tips)

ବନ୍ଧୁଗଣ ଆପଣ ମାନେ ସମସ୍ତେ ରସୁଣର ଲାଭ ବିଷୟରେ ତ ନିଶ୍ଚୟ ଜାଣିଥିବେ । ରସୁଣର ବ୍ୟବହାର ଅନେକ ଔଷଧୀୟ ପଦାର୍ଥରେ ବ୍ୟବହାର ହୋଇଥାଏ । ରସୁଣକୁ ସାଧାରଣତଃ ଆମେ ମାନେ ଏକ ମସଲା ରୂପେ ସେବନ କରିଥାଉ ହେଲେ ଏହାର ବହୁତ ଔଷଧୀୟ ଗୁଣ ରହିଛି । ତେବେ ବନ୍ଧୁଗଣ ରସୁଣ ଦାନ୍ତ ବିନ୍ଧା ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଯଦି ଆପଣଙ୍କ ଦାନ୍ତ ପୋକ ଖାଇଯାଇଛି ବା ଆପଣଙ୍କ ଦାନ୍ତ ବହୁତ କଷ୍ଟ ହେଉଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

ଆଜି ଆମେ ଆପଣ ମାନଙ୍କୁ ରସୁଣ ସହ ଜଡିତ କିଛି ଏପରି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା କରି ଆପଣ ମାନେ ନିଜ ଦାନ୍ତ ଜନିତ ସମସ୍ତ ସମସ୍ୟାକୁ ଦୂର କରିଦେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଯଦି ଆପଣଙ୍କର ଦାନ୍ତ ଜନିତ ସମସ୍ୟା ଅଛି ଓ ବିଭିନ୍ନ ପ୍ରକାରର ଔଷଧରେ ଠିକ ହେଉ ନାହିଁ ତା ହେଲେ ଆପଣଙ୍କୁ ରସୁଣର ବ୍ୟବହାର କରିବା ନିହାତି ଆବଶ୍ୟକ ।

ଆପଣ ମାନେ ନିଜ ପୋକ ଖାଇଥିବା ଦାନ୍ତ ଉପରେ ରସୁଣ ରସକୁ ଏକ ତୁଳା ଦ୍ଵାରା ନେଇ କିଛି ସମୟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏମିତି କରିବାର କିଛି ମିନିଟ ପରେ ଆପଣଙ୍କ ଦାନ୍ତ କଷ୍ଟ ସଂପୂର୍ଣ୍ଣ ଦୂର ହୋଇଯିବ । ଯଦି ଆପଣଙ୍କୁ ଦାନ୍ତ କଷ୍ଟ ଅଧିକ ହେଉଛି ଓ ଗୋଟିଏ ଥର ଏହି ଉପାୟ କରି ଠିକ ହେଉ ନାହିଁ ତା ହେଲେ ଆପଣ ଦିନକୁ ୪ ରୁ ୫ ଥର ଏହି ଉପାୟ ନିଶ୍ଚୟ କରନ୍ତୁ । ଅଧିକ ମିଠା ଖାଇବା ଦ୍ଵାରା ଆମ ଦାନ୍ତରେ ପୋକ ହେଇଯାଇଥାଏ ଯାହାଫଳରେ ଆମକୁ କଷ୍ଟ ହୁଏ ।

ଦାନ୍ତରୁ ପୋକ କାଢିବା ବହୁତ କଷ୍ଟକର ହୋଇଥାଏ ହେଲେ ଆପଣ ରସୁଣ ଓ ଲବଙ୍ଗ ତେଲ ଦ୍ଵାରା ନିଜ ଦାନ୍ତରୁ ପୋକ ବାହାର କରିପାରିବେ । ଏଥିପାଇଁ ଆପଣ ମାନେ ରସୁଣ ରସ ଓ ଲବଙ୍ଗ ତେଲକୁ ମିଶାଇ ଏକ ତୁଳା ଦ୍ଵାରା ନିଜ ପୋକ ଖାଇଥିବା ଦାନ୍ତ ଉପରେ ଲଗାଇ ଦିଅନ୍ତୁ । ଆପଣ ମାନେ କିଛି ସମୟ ପର୍ଯ୍ୟନ୍ତ ଏହି ରସକୁ ଲଗାଇ ରଖନ୍ତୁ ଯାହାଫଳରେ ଦାନ୍ତରେ ଥିବା ପୋକ ମରିଯିବେ ।

ଆପଣ ମାନେ ଏହି ଉପାୟକୁ ୪ ରୁ ୫ ଦିନ ପର୍ଯ୍ୟନ୍ତ କରନ୍ତୁ ଏମିତି କରିବା ଦ୍ଵାରା ଆପଣଙ୍କ ଦାନ୍ତରେ ଲାଗିଥିବା ପୋକ ସଂପୂର୍ଣ୍ଣ ବାହାରି ଯିବ । ଦାନ୍ତକୁ ଭଲ ରଖିବା ପାଇଁ ଆପଣ ମାନେ ଦିନକୁ ତିନି ଥର ବ୍ରସ ନିଶ୍ଚୟ କରନ୍ତୁ । ଯଦି ଆପଣ ଦାନ୍ତର ଯତ୍ନ ନେବେ ତା ହେଲେ ଭବିଷ୍ୟତରେ କେବେବି ଆପଣଙ୍କୁ ଦାନ୍ତ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ତା ହେଲେ ବନ୍ଧୁଗଣ ଏହି ଉପାୟର ପ୍ରୟୋଗ ନିଶ୍ଚୟ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ,  ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *