ନମସ୍କାର ବନ୍ଧୁଗଣ ତେବେ ଦିନକୁ ଦିନ ଦେଶରେ କରୋନାର ତୃତୀୟ ଲହର ଆସୁଥିବା ନେଇ ସ୍ପଷ୍ଟ ହେବାରେ ଲାଗିଛି । ଏହି କ୍ରମରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ସୂଚନା ଦେଇଛନ୍ତି କି ରାଜ୍ୟରେ ବହୁ ସଂଖ୍ୟାରେ ମନ୍ତ୍ରୀ ଓ ବିଧାୟକମାନେ କରୋନାରେ ସଂକ୍ରମିତ ହୋଇଛନ୍ତି । ପାୱାରଙ୍କ ସୂଚନା ମୁତାବକ ରାଜ୍ୟରେ ୧୦ ଜଣ ମନ୍ତ୍ରୀ ଓ ୨୦ ବିଧାୟକ କରୋନା ସଂକ୍ରମଣରେ ଶିକାର ହୋଇଛନ୍ତି । ସେ କହିଛନ୍ତି କି ସଂକ୍ରମଣ ହାର ଯଦି ଏଭଳି ଭାବେ ବୃଦ୍ଧି ପାଇବ ତେବେ ରାଜ୍ୟ ସରକାର କରୋନା କଟକଣାକୁ ଖୁବଶୀଘ୍ର କଡା କଡି କରିବେ।
ତେବେ ଏହି ଓମିକ୍ରନ କୁ ନେଇ ବିଶେଷଜ୍ଞ ମାନେ ନିଜର ମତ ରଖିଛନ୍ତି କି ଓମିକ୍ରନ ଏତେ ଘାତକ ନୁହେ ବୋଲି କହିଛନ୍ତି । ଓମିକ୍ରନ ଭ୍ୟାରିଆଣ୍ଟ ଡେଲ୍ଟା ଅପେକ୍ଷା ସଂକ୍ରମିତ ହୋଇଥିଲେ ମଧ୍ୟ ସେତିକି ଘାତକ ନୁହେଁ । ଡେଲ୍ଟା ଅପେକ୍ଷା ହସ୍ପିଟାଲରେ ଆକ୍ରାନ୍ତ ହୋଇ ଭର୍ତ୍ତି ହେବା ଲୋକଙ୍କ ସଂଖ୍ୟା କମ ରହିଛି । ଓମିକ୍ରନରେ ସଂକ୍ରମିତ ହେଉଥିବା ଲୋକଙ୍କ ଠାରେ ମଧ୍ୟମ ଧରଣର ଲକ୍ଷଣ ଦେଖିବାକୁ ମିଳିଛି।
ତେବେ ଗବେଷଣାରୁ ସ୍ପଷ୍ଟ ହୋଇଛି କି ଏହା ହୁଏ ତ କୋରୋନା ଭାଇରସ ଶେଷ ହୋଇପାରେ । ସବୁଠାରୁ ବଡ କଥା ହେଉଛି ଏଥିରେ ଯେଉଁ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି ଓ ଯେଉଁ ମାନେ ଭ୍ୟାକ୍ସିନ ନେଇ ନାହାନ୍ତି ସେମାନେ ମଧ୍ୟ କୋରୋନାରୁ ବଞ୍ଚିତ ହୋଇଛନ୍ତି । ଓମିକ୍ରନ ଭ୍ୟାରିଆଣ୍ଟ ରେ ମାଇଲ୍ସ ମୋଗରେଟ ଲକ୍ଷଣ ଦେଖା ଯାଉଛି । ଏଥିରେ କୌଣସି ଲୋକ ସିଭିୟର ଭାବେ ଆକ୍ରାନ୍ତ ହୋଇ ନାହାନ୍ତି ।
ଡେଲ୍ଟା ଭ୍ୟାରିଆଣ୍ଟ ଠାରୁ ଓମିକ୍ରନ ଭ୍ୟାରିଆଣ୍ଟ ରେ ମୃତ୍ୟୁ ହାର ବହୁତ କମ ରହିଛି। ତେବେ ଏହା ଆମର ଶ୍ୱାସ ନଳୀ ରେ ହିଁ ଅଟକି ଯାଉଛି ଫୁସଫୁସ କୁ ଆକ୍ରାନ୍ତ କରୁ ନାହିଁ ଏବଂ ଏହା ଅଧିକ ରୁ ଅଧିକ ଦୁଇ ତିନି ଦିନ ରହୁଛି ତା ପରେ ବ୍ୟକ୍ତି ଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଉଛି। ତେବେ କିନ୍ତୁ କିଛି ଟା ସାଵଧନ ରହିବ ଆଵଶ୍ୟକ ଯେଉଁ ମାନେ ଭ୍ୟାକ୍ସିନ ନେଇ ନାହାନ୍ତି କିମ୍ବା ଯେଉଁମାନଙ୍କୁ ଦୁଇ ରୁ ଅଧିକ ରୋଗ କିମ୍ବା ବୟସ ଅଧିକ ଅଛି ସେମାନେ ଅଧିକ ସାଵଧନ ରହିବା ଆବଶ୍ୟକ ଅଟେ।
ତେବେ ଏଥିପାଇଁ ଯେମିତି ପୂର୍ବରୁ କୋଭିଡ଼ ଗାଇଡ ଲାଇନ ଲୋକ ମାନେ ପାଳନ କରୁଥିଲେ ସେତିକି କରିବାକୁ ପରାମର୍ଶ ଦିଆ ଯାଇଛି।ତେବେ ଏହା ଏକ ଖୁସି ଖବର ଯେ ଓମିକ୍ରନ ଭ୍ୟାରିଆଣ୍ଟ ଏତେ ଘାତକ ନୁହେଁ ଯାହା ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଭିନ୍ନ ଭିନ୍ନ ଜାଗାରେ ଭିନ୍ନ ଭିନ୍ନ ସ୍ଥିତିକୁ ଆଖି ଆଗରେ ରଖି ଭିନ୍ନ ଭିନ୍ନ ମାହୋଲ ସୃଷ୍ଟି କରୁଛି ଓମିକ୍ରନ ।
ଓମିକ୍ରନ କୁ ନେଇ ଯେଉଁ ଭୟ ଲୋକଙ୍କ ମନରେ ରହିଛି ସେଥିରୁ ଅଳ୍ପ ମାତ୍ରା ରେ ଆଶ୍ବସ୍ତିକର ଖବର ରହିଛି ଯେ ଆମେରିକାର ମୁଖ୍ୟ ପରାମର୍ଶଦାତା ସୂଚନା ଦେଇଛନ୍ତି । ଡେଲ୍ଟା ଅପେକ୍ଷା ଓମିକ୍ରନ ସେତେ ମାତ୍ରା ଘାତକ ହେବ ନାହି ବୋଲି ଏକ ବଡ ଖବର ମିଳିଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।