ପ୍ରଧାନ ମନ୍ତ୍ରୀ Sri Narendra Modi ଙ୍କ SPG Security Cover ରେ ଘଣ୍ଟାକୁ ହୋଇଥାଏ କେତେ କୋଟି ଟଙ୍କା ଖର୍ଚ୍ଚ ? ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ, ବର୍ତ୍ତମାନ ସମୟରେ ରାଜନୀତି ରେ ଯଦି କାହାର ଦବଦବା ରହିଛି, ତା’ ହେଲେ ସେ ହେଉଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ତାଙ୍କର ସୁରକ୍ଷା ବ୍ୟବସ୍ଥା କୁ ଦେଖିଲେ ସ୍ପଷ୍ଟ ହୁଏ । ପ୍ରଧାନ ମନ୍ତ୍ରୀ ମୋଦୀ ଯିଏ ଏକାଧିକ ଆତଙ୍କବାଦୀ ଙ୍କ ଟାର୍ଗେଟ ରେ ରହିଛନ୍ତି । ଏଣୁ ସେ ଯେଉଁଆଡେ ଯାଇଥାନ୍ତି, ସେଠାରେ ଜଳ ସ୍ଥଳ ସବୁଆଡେ ଉତ୍ତୟନ ହୋଇଥାଏ କଡା ସତର୍କ ପ୍ରହରୀ । ଆଗପଛ ସବୁଆଡେ ଘୂରିବୁଲେ ଅଙ୍ଗରଖି ଙ୍କ ଆଖି ।

ରାସ୍ତାରେ ଲାଗିଥାଏ ଗାଡିର ଲମ୍ବା ଲାଇନ । ଏହା ସାଙ୍ଗକୁ ସ୍ଵତନ୍ତ୍ର SPG ସୁରକ୍ଷା । ପ୍ରଧାନ ମନ୍ତ୍ରୀ ଙ୍କ ସୁରକ୍ଷା ଦାଇତ୍ଵ ସ୍ପେଶାଲ ପ୍ରୋଟେକ୍ସନ ଗୃପ SPG ହାତରେ ରହିଛି । ମାତ୍ର ସେ ଯେଉଁ ରାଜ୍ୟ କୁ ଜାଆନ୍ତି, ସେଠାକାର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ, DGP ଓ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ ସୂଚନା ଦିଆଯାଏ । ସିକ୍ୟୁରିଟି ଯୋଜନା ମଧ୍ୟ SPG କୁ ଜଣାଇ ଦିଆଯାଇଥାଏ । ଏମର୍ଜେନ୍ସି ପାଇଁ ପ୍ଳାନ ମଧ୍ୟ ପ୍ରସ୍ତୁତ କରାଯାଏ ।

ମାତ୍ର ଆପଣ ଜାଣିଛନ୍ତି କି ପ୍ରଧାନ ମନ୍ତ୍ରୀ ଙ୍କ ସୁରକ୍ଷା ନିମନ୍ତେ କେତେ ଆୟ ଖର୍ଚ୍ଚ ହେଉଛି ? ଆପଣ ଏହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପୂର୍ବ ଅପେକ୍ଷା ମୋଦୀ ଙ୍କ ସୁରକ୍ଷା ବଜେଟ କୁ ବୃଦ୍ଧି କରାଯାଇଅଛି । ବର୍ତ୍ତମାନ ଏହାକୁ ପାଖାପାଖି ୬୦୦ କୋଟି ପର୍ଯ୍ୟନ୍ତ ବଢାଇ ଦିଆଯାଇଅଛି । ୨୦୧୪-୨୦୧୫ ମଧ୍ୟରେ ପ୍ରଧାନ ମନ୍ତ୍ରୀ ସୁରକ୍ଷା ବଜେଟ ୨୮୯ କୋଟି ଥିବା ବେଳେ, ୨୦୧୫-୧୦୧୬ ରେ ଏହାକୁ ୩୩୦ କୋଟି କୁ ବୃଦ୍ଧି କରାଗଲା ।

ଏବଂ ୨୦୧୯-୨୦୨୦ ରେ ଏହି ସୁରକ୍ଷା ବଜେଟ କୁ ୫୪୦.୧୬ କୋଟି କୁ ବୃଦ୍ଧି କରାଯାଇଥିଲା । ୨୦୨୧-୨୦୨୨ ରେ ଏହାକୁ ବୃଦ୍ଧି କରାଯାଇ ବର୍ତ୍ତମାନ ୬୦୦ କୋଟି ରେ ପହଁଞ୍ଚିଛି । ପ୍ରଧାନ ମନ୍ତ୍ରୀ ଙ୍କ ସୁରକ୍ଷା ପାଇଁ ପାଖାପାଖି ଦିନକୁ ୨ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ, ଘଣ୍ଟାକୁ ପାଖାପାଖି ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।

ଏବେ ଆସନ୍ତୁ ଜାଣିବା ଯେ କିପରି ହୁଏ ପ୍ରଧାନ ମନ୍ତ୍ରୀ ଙ୍କ ସୁରକ୍ଷା ? ୪ ସ୍ତର ରେ SPG କମାଣ୍ଡୋ ସୁରକ୍ଷା । ସୁରକ୍ଷାରେ ମୃତୟନ ଥାନ୍ତି ୨୪ କମାଣ୍ଡୋ । କମାଣ୍ଡୋ ଙ୍କ ହାତରେ ଥାଏ ଅତ୍ୟାଧୁନିକ ହ-ତି-ଆ-ର । ବୁଲେଟ ପୃଭ ଗାଡି ଭିତରେ ଥାନ୍ତି ପ୍ରଧାନ ମନ୍ତ୍ରୀ । ୨ ପଟରେ ଥାଏ ସଶସ୍ତ୍ର ସଜ୍ଜିତ ଗାଡି । ହାଇ ପ୍ରୋଫାଇଲ ଗାଡି ସମେତ ମୃତୟନ ଥାଏ ଜାମ୍ବର ଏବଂ ସ୍ପେଶିଆଲ ଆମ୍ବୁଲାନ୍ସ ।

ଖାଲି ଏତିକି ନୁହେଁ ବରଂ ଚାରିପଟେ ଘେରି ରହିଥାନ୍ତି ସଶସ୍ତ୍ର ଯବାନ । ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ, ପୂର୍ବତ୍ତନ ପ୍ରଧାନ ମନ୍ତ୍ରୀ “ଇନ୍ଦିରା ଗାନ୍ଧୀ” ଙ୍କ ହ-ତ୍ୟା ପରେ, ୧୯୮୮ ରେ ଏହି SPG ଆପ କୁ ପାଳିତ କରାଗଲା ଏବଂ SPG ଗଠନ କରାଗଲା । ପୁଣି ୧୯୯୧ ରେ “ରାଜୀବ ଗାନ୍ଧୀ” ଙ୍କୁ ହ-ତ୍ୟା କରାଯିବା ପରେ, ଏହି ଆଇନ ରେ ସଂଶୋଧନ କରାଗଲା ।

ଏହି ନିୟମ ଅନୁଯାୟୀ ପ୍ରଧାନ ମନ୍ତ୍ରୀ ଏବଂ ତାଙ୍କ ପରିବାର କୁ ପଦବୀ ଥିବା ବେଳେ ଏବଂ ପଦବୀ ହଟିବାର ପ୍ରାଏ ୧୦ ବର୍ଷ ପର୍ଯ୍ୟନ୍ତ ଏହି SPG ସୁରକ୍ଷା ଦିଆଯିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *