ସଙ୍ଗୀତ ବଜାରରେ ଟୁଙ୍ଗୁରୁ ଗୀତ ଲଗେଇଲା ନିଆଁ.. ‘ତୋ ଟୁଙ୍ଗୁରୁ ଟା କେମେତି ବଦଳିଗଲା…’ ଦେଖନ୍ତୁ Video

ବନ୍ଧୁଗଣ ଏବେ ବର୍ଷା ଆଉ ଟୁଙ୍ଗୁରୁଙ୍କ ପ୍ରେମ କାହାଣୀକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟ ପଟେ ଏହି ପ୍ରେମ କାହାଣୀକୁ ନେଇ ଏକ ଗୀତ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଗୀତର ନାମ ହେଉଛି ‘ତୋ ଟୁଙ୍ଗୁରୁଟା କେମିତି ବଦଳି ଗଲା’ । ଏହି ଗୀତଟି ଏବେ ବଜାରରେ ନିଆଁ ଲଗାଇଲାଣି ଆଜ୍ଞା । ଭାଉଜ ସହ ପ୍ରେମ ଯେତିକି ମିଠା ସେତିକି ଖଟା । ବାଟରେ ଯାଇନ ଝୁଣ୍ଟିଲି ଏଣିକି ଆଉ ନୁହେଁ ବହୁତ ଥାନା ଆଉ ପୋଲିସ ହେଲି ଏଥର ମୋ ବାଟ ଅଲଗା ଆଉ ତା ବାଟ ଅଲଗା ।

କାଦୁଅକୁ ଯିବିନାହିଁ କି ଗୋଡ ଧୋଇବି ନାହିଁ । ବନ୍ଧୁଗଣ ଗଣମଧ୍ୟମ ଆଗରେ ଟୁଙ୍ଗୁରୁ ଏମିତି କିଛି ନିଜ ପ୍ରେମ କାହାଣୀ ବଖାଣି ଥିଲା । ଆଉ ଯାହାକୁ ନେଇ ଗାଁ ଠାରୁ ସହର ସହର ଠାରୁ ଘର ସବୁଠି ଏବେ ଚର୍ଚ୍ଚା ତୋ ଟୁଙ୍ଗୁରୁଟା କେମିତି ବଦଳି ଗଲା । ଏ ଗୀତ ଏବେ ବଜାର ଗିଳି ସାରିଲାଣି । ଟୁଙ୍ଗୁରୁ ପ୍ରେମରେ ଦିନେ ଭାଉଜ ପଡିଥିଲା ।

ଟୁଙ୍ଗୁରୁ ଧୋକା ଦେଇଗଲା ଭାଉଜ ଚିଲାଇଲା । ଟୁଙ୍ଗୁରୁ ଗୋଲାପ ଫୁଲ ଦେଉଥିଲା ଆଇ ଲଭ ୟୁ କହୁଥିଲା ଅଟୋରେ ବସେଇ ନେଉଥିଲା ଆଉ ବାହା ହେବ ବୋଲି କହୁଥିଲା । ବାଡିଖିଆଟା କେମିତି ଭୁଲିଗଲା ତୋ ଟୁଙ୍ଗୁରୁଟା କେମିତି ବଦଳି ଗଲା । ଭାଙ୍ଗି ଦେଲୁ କାହିଁକି ସଂସାର ଦେଇଥିଲୁ ଧୋକା ଉପହାର । କରିଦେଲୁ ପ୍ରେମ ଛାରଖାର କହିଥିଲୁ ଦେବୁ ସିନ୍ଦୁର ।

କିଏ ଜାଲରେ ପକାଇ ତତେ ଶିଖାଇ ନେଲା ତୋ ଟୁଙ୍ଗୁରୁଟା କେମିତି ବଦଳି ଗଲା । ଏ ଗୀତକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଏହି ଗୀତଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଆଉ ଦର୍ଶକ ମାନେ ମଧ୍ୟ ଏହି ଗୀତକୁ ବେସ ପସନ୍ଦ କରିଛନ୍ତି ।

ତେବେ ଗଣମାଧ୍ୟମ ଆଗରେ ଟୁଙ୍ଗୁରୁ ଏଭଳି ବୟାନ ଦେବା ପରେ ଆଗକୁ ଏହି ପ୍ରେମ କାହାଣୀରେ କଣ ଟୁଇଷ୍ଟ ହେଉଛି ତାହା ଦେଖିବା ବାକି ଅଛି । ଅନ୍ୟ ପଟେ ବର୍ଷା କେବଳ ଟୁଙ୍ଗୁରୁଙ୍କ ସହ ବାହା ହେବା ପାଇଁ ଜିଦ ଧରିଛି ଆଉ ପୋଲିସର ଦ୍ଵାରସ୍ଥ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଗୀତଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *