Nusrat Jahan ଙ୍କୁ ଏବେ ବି ଭଲ ପାଉଛନ୍ତି ପୂର୍ବ ପତି Nikhil Jain, କହିଲେ ‘ମୁଁ ବାୟସେକ୍ସୁଆଲ…

ନମସ୍କାର ବନ୍ଧୁଗଣ ତେବେ ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସର ସାଂସଦ ନୁସରତ ଜାହାଁ ଏବଂ ନିଖିଲ ଜୈନଙ୍କ ମଧ୍ୟରେ କିଛି ଅଛପା ନାହିଁ । ଅଲଗା ହେବା ପରେ ଦୁହେଁ ନିଜ ନିଜ ପଥରେ ଆଗେଇ ଚାଲିଛନ୍ତି । ୨୦୧୯ରେ ସେମାନଙ୍କର ବିବାହ ଚର୍ଚ୍ଚାରେ ରହିଥିବା ବେଳେ ବିବାହର ଏକ ବର୍ଷ ପରେ ଦୁହିଁଙ୍କ ଦୂରତା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ନିକଟରେ କୋଲକାତାର ଏକ କୋର୍ଟ ଦ୍ୱାରା ଉଭୟଙ୍କ ବିବାହକୁ ଅବୈଧ ଘୋଷଣା କରାଯାଇଛି ।

ହେଲେ ବର୍ତ୍ତମାନ ମାସେ ପରେ ନିଖିଲ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ମୁହଁ ଖୋଲିଛନ୍ତି । ନିଖିଲ ଜୈନଙ୍କ ସହ ଥିବା ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ନୁସରତ ଅଲଗା ହୋଇ ଯାଇଥିଲେ । ଯେତେବେଳେ ସେ ଅଲଗା ହୋଇଥିଲେ ସେ ସମୟରେ ସେ ମା ହେବାକୁ ଯାଉଥିଲେ । ନିଖିଲଙ୍କ ସହ ଏହି ବିବାହ ଗ୍ରହଣ କରିବାକୁ ନୁସରତ ମନା କରି ଦେଇଥିଲେ ।

ଏହାକୁ ନେଇ ଅଭିନେତ୍ରୀ ଖୋଲାଖୋଲି ଭାବେ କହିଛନ୍ତି ଯେ ସେମାନଙ୍କର ବିବାହ ତୁର୍କୀରେ ହୋଇଥିଲା ଏବଂ ଭାରତରେ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ ଅନୁଯାୟୀ ଏହା ପଞ୍ଜୀକୃତ ହୋଇ ନାହିଁ, ତେଣୁ ଏହି ବିବାହ ଭାରତରେ ଆଇନଗତ ଭାବେ ବୈଧ ନୁହେଁ । ଏହାକୁ ନେଇ କୋର୍ଟ ମଧ୍ୟ ନୁସରତଙ୍କ କଥାକୁ ଗ୍ରହଣ କରିଛନ୍ତି । ନୁସରତ ଅଲଗା ହେବା ପରେ ନିଖିଲଙ୍କ ଉପରେ ସମଲିଙ୍ଗୀର ଅଭିଯୋଗ ଆଣିଥିଲେ ।

ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗ ଉପରେ ମୁହଁ ଖୋଲି ଥିଲେ କହିଥିଲେ କି  ତାଙ୍କ ବିରୋଧରେ ଆସିଥିବା ଅନେକ ଅଭିଯୋଗ ଭୁଲ ବୋଲି ଅଟେ । ପ୍ରଥମେ ସେ କହିଛନ୍ତି କି ମୁଁ ସମଲିଙ୍ଗୀ ନୁହେଁ । ଏହି ସମୟରେ ସେ ସ୍ବୀକାର କରି କହିଛନ୍ତି କି ସେ ଏବେ ବି ତାଙ୍କ ପୂର୍ବ ପତ୍ନୀ ନୁସରତଙ୍କୁ ଭଲ ପାଆନ୍ତି । ତେବେ ସେ ଏକ ଇଣ୍ଟରଭିୟୁ ରେ କହିଥିଲେ କି ହୁଏତ ତାଙ୍କ ପତ୍ନୀ ତାଙ୍କୁ ଛାଡ଼ି ଦେଇଛନ୍ତି ଏବଂ ଆଉ କାହା ସହ ରହୁଛନ୍ତି ତେବେ ତଥାପି ମୁଁ ମୋ ସ୍ତ୍ରୀ ଙ୍କୁ ବହୁତ ଭଲ ପାଏ ଏବଂ ପାଉଥିବି ମଧ୍ୟ ।

ତେବେ ସେପଟେ ଅଲଗା ହେବା ପରେ ନୁସରତଙ୍କ ଛୁଆର ବାପା କିଏ ବୋଲି ପ୍ରଶ୍ନ ଉଠିଥିଲା । ଏପରିକି ନୁସରତ ବଙ୍ଗୀୟ ଅଭିନେତା ୟଶ ଦାସଗୁପ୍ତଙ୍କ ସହ ସମ୍ପର୍କରେ ଥିବା ନେଇ ଖବର ମଧ୍ୟ ସାମ୍ନାକୁ ଆସିଥିଲା । ପରେ ସେ ଏହି ସମ୍ପର୍କଙ୍କୁ ଖୋଲାଖୋଲି ଭାବେ ଗ୍ରହଣ କରିଛନ୍ତି ।

ତାଙ୍କ ଛୁଆର ବାପା ୟଶ ଦାସଗୁପ୍ତା ବୋଲି ଖୋଲାଖୋଲି ନକହିଥିଲେ ବି ଇସାରା ଇସାରାରେ କହିଛନ୍ତି । ଏଥିସହ ସେ ତାଙ୍କୁ ବିବାହ କରିନେଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ସେ ଏବେ ନିଖିଲଙ୍କ ନୁହେଁ ୟଶ ଦାସଗୁପ୍ତାଙ୍କ ଘରର ବୋହୂ ହୋଇସାରିଛନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *