‘ତୁମେ ଜାଣିଛ ମୁଁ କିଏ ? ମୋ ବାପା କିଏ ? ମୁଁ ଜଣେ ବିଧାୟକ ଙ୍କ ଝିଅ, ଯଦି ମୋ ବାପା ଚାହିଁବେ ନା…’ ରାସ୍ତା ମଝିରେ ବିଧାୟକ ଝିଅଙ୍କ ହାଇଡ୍ରାମା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ବର୍ତ୍ତମାନ ଜୋରଦାର ଚର୍ଚ୍ଚା ଚାଲିଅଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ବିସ୍ତାରରେ, ଯୁବତୀ ଜଣକ ପୋଲିସ ଙ୍କୁ ଧମକ ଦେଇଥିଲେ । ଖାଲି ଧମକ ଦେଇନଥିଲେ ବରଂ ସେଠାରେ କ୍ୟାମେରାରେ ସୁଟିଙ୍ଗ କରିଥିବା ଜଣେ ବ୍ୟକ୍ତି ଙ୍କୁ ମଧ୍ୟ ଚାପୁଡା ମାରିବାକୁ ପଛାଇ ନଥିଲେ । ଯୁବତୀ ଜଣକ ଶାସକ ଦଳର ବିଧାୟକ ଅରବିନ୍ଦ ଲିମ୍ବାବାଲି ଙ୍କ ଝିଅ ଅଟନ୍ତି ।

ପୋଲିସ କର୍ମଚାରୀ ଏବଂ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଏହିଭଳି ଦୁର୍ବ୍ୟବହାର କରିବା ସହିତ ନାଲି ଆଖି ଦେଖାଇ ଏବେ ଦେଶ ବ୍ୟାପୀ ମ୍ୟାଡାମ ଙ୍କର ଚର୍ଚ୍ଚା । ତେବେ ଅରବିନ୍ଦ ଙ୍କ ଝିଅ ଟ୍ରାଫିକ ସିଗନାଲ ଭାଙ୍ଗିବାକୁ ଚେଷ୍ଟା କରି ଧରା ପଡିଥିଲେ । ପୋଲିସ ତାଙ୍କୁ ଅଟକାଇବାରୁ ସେ ବିଧାୟକ ଙ୍କ ଝିଅ ବୋଲି ନିଜକୁ ପରିଚୟ ଦେଇଥିଲେ । ଏହା ସହିତ ସେ ପୋଲିସ କର୍ମଚାରୀ ଙ୍କ ସହିତ ଯୁକ୍ତିତର୍କ କରିଥିଲେ ।

ଏହାର ଦୃଶ୍ୟ ଗଣମାଧ୍ୟମ ର ପ୍ରତିନିଧି ମାନେ ରେକର୍ଡ କରିବା ସହିତ ବିଧାୟକ ଙ୍କ ଝିଅ ସେମାନଙ୍କୁ ମଧ୍ୟ ତୋଡ ଦେଖାଇଥିଲେ । ଏହି ଦୃଶ୍ୟ ଭାଇରାଲ ହେବ ପରେ ବିଧାୟକ ଅରବିନ୍ଦ ଚାରିଆଡୁ ସମାଲୋଚନା ର ଶିକାର ହୋଇଛନ୍ତି । ଝିଅ ର ଟ୍ରାଫିକ ନିୟମ ଭାଙ୍ଗିବା ସହିତ ପୋଲିସ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଦୁର୍ବ୍ୟବହାର କରିବାକୁ ନେଇ ବିଜେପି ବିଧ୍ୟୟକ ଅରବିନ୍ଦ ଲିମ୍ବାବଲି ଅଡୁଆ ରେ ପଡିଛନ୍ତି ।

ତେବେ ଝିଅ ର ଭୁଲ ପାଇଁ ବିଧାୟକ ପୋଲିସ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଙ୍କୁ କ୍ଷମା ମାଗିଛନ୍ତି । ତେବେ ଏହିଭଳି ସରକାର ଙ୍କ ନିୟମ ଭାଙ୍ଗି ନିଜକୁ ଶ୍ରେଷ୍ଠ ବୋଲି ଭାବି ଗର୍ବ ଅହଂକାର ରେ କହିବ ଯେ ସେ ଜଣେ ବିଧାୟକ ଙ୍କ ଝିଅ ଏହା କେତେ ଦୂରେ ସଠିକ ?

ସାଧାରଣତ ନିୟମ କାହା ନିମନ୍ତେ ବଦଳି ନାହିଁ କି ବଦଳିବ ନାହିଁ । ତେବେ ଜାଣିଶୁଣି ଏଭଳି ସରକାର ଙ୍କ ନିୟମ କୁ ଉଲଂଘନ କରିବା ଏବଂ ନିଜ ଦୋଷ ଙ୍କୁ ସ୍ଵୀକାର ନ କରି ଓଲଟା ଭାବରେ ପୋଲିସ ତଥା ଗଣମାଧ୍ୟମ କୁ ପାୱାର ଥିବା ଧମକ ଦେବା ନିଶ୍ଚିତ ଭାବରେ ଝିଅ ଟି ଶିକ୍ଷିତ ହୋଇଥିଲେ ମଧ୍ୟ ମୂର୍ଖତା ର ପରିଚୟ ଦିଏ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *