ନମସ୍କାର ବନ୍ଧୁଗଣ ତେବେ ନିଶା ଦ୍ରବ୍ୟ ଏପରି ଏକ ଜିନିଷ ଯାହା ଥରେ ଅଭ୍ୟାସରେ ପରିଣତ ହୋଇଗଲେ ଛାଡିବା କଷ୍ଟକର ହୋଇ ପଡିଥାଏ । ସେଥିରୁ ମଦୟପାନ ଅନ୍ୟତମ । ଅଧିକାଂଶ ସେଥିରୁ ଦୂରେଇ ରହିବା ପାଇଁ ଆପ୍ରାଣ ଉଦ୍ୟମ କରିଥାନ୍ତି ମାତ୍ର ସଫଳ ହୋଇପାରି ନ ଥାନ୍ତି । ମଦୟପାନ ଠୁ ଦୂରେଇ ରହିବା ପାଇଁ ଅନେକ ବିକଳ୍ପ ରହିଛି । ତେବେ ଏହି ମଦୟପାନ ଠାରୁ ଦୂରେଇ ରହିବା ଉପରେ ଯେତେବେଳେ ମିଷ୍ଟର ଗୁଲୁଆଙ୍କୁ ସେ ବିଷୟରେ ପଚରା ଯାଇଥିଲା,
ତେବେ ସେ ଉତ୍ତରରେ କହିଥିଲେ କି ମଦୟପାନ, ଗୁଉଟକା ଆଦି ସବୁ ବହୁତ ଖରାପ ଜିନିଷ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନି କାରକ ମଧ୍ୟ । ଏହା ଦ୍ୱାରା ଆପଣଙ୍କ କିଡନୀ, ଲିଭର୍ ଆଦି ମଧ୍ୟ ଖରାପ ହୋଇ ପାରେ । ତେବେ ଏହା ପରେ ସେ ନିଜେ କହିଥିଲେ କି ମୋ ନିଜର ଲିଭର ହିଁ ଖରାପ ଅଛି ହୁଏତ ମୁଁ ଆଉ ଅଳ୍ପ ଦିନ ପାଇଁ ବଞ୍ଚିବି ମୋର ଏହି କିଛି ଦିନ ହେବ ଟ୍ରିଟମେଂଟ ରେ ରହିଛି ।
ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି କି ଆପଣ ମାନେ ମଧ୍ୟ ଏହି ନିଶା ଜାତୀୟ ଦ୍ରବ୍ୟ ଠାରୁ ଦୂରେଇ ରୂହନ୍ତୁ ଏବଂ ସୁସ୍ଥ ରୁହନ୍ତୁ । ତେବେ ଆପଣ ମାନେ ମିଷ୍ଟର ଗୁଲୁଆ ଙ୍କୁ ନିଶ୍ଚିତ ଜାଣି ଥିବେ ତେବେ ତାଙ୍କ ନାମ ଆଶିଷ କୁମାର ଦାସ କିନ୍ତୁ ମିଷ୍ଟର ଗୁଲୁଆ ଭାବରେ ସେ ବେଶ ପରିଚିତ । ୟୁଟୁବରେ ତାଙ୍କ ଭିଡିଓ ଆସିବା ମାତ୍ରେ ଲକ୍ଷାଧିକ ଭିୟୁଜ ଆସିଥାଏ । ନିକଟରେ ଟ୍ରାଫିକ ନିୟମ କୁ ନେଇକି ଏକ ଭିଡିଓ କରିଥିଲେ ଯେଉଁଥିରେ କି ଜଣେ କିନ୍ନର ବେଶରେ ତାଙ୍କୁ ଦେଖିବାକୁ ମିଳିଥିଲା ।
ଟ୍ରାଫିକ ପୋଲିସ ତାଙ୍କୁ ପଚାରୁଛନ୍ତି ଲାଇସେନ୍ସ ଆଣିଛ ? ଗୁଲୁଆ :ଗୋଟେ ଖୁସି ଆଉ ,ପ୍ଲୁସନ :ଗୁଲୁଆ :ଗୋଟେ ଖୁସି ଆଉ,ହେଲମେଟ ? ଗୁଲୁଆ :ଗୋଟେ ଖୁସି ଆଉ ..ଏହିଭଳି ଭାବରେ ତାଙ୍କର ଏହି ଗୋଟେ ଖୁସି ଆଉ ଡାଇଲଗ ଏମିତି ଲୋକଙ୍କ ହୃଦୟ କୁ ଛୁଇଁଯାଇଛି ଯେ ଏବେ ସବୁଆଡେ ଚର୍ଚା ହେଉଛି ‘ଗୋଟେ ଖୁସି ଆଉ । ତେବେ ସେ ରାଜଧାନୀ ରେ ଇଞ୍ଜିନିଅରିଂ ପଢିବା ସମୟରେ ଆଲବମ ଆଡକୁ ଆକର୍ଷିତ ହେଇଥିଲେ ଗୁଲୁଆ ।
ପରେ ୨୦୧୬ ରେ ମୁଁ ଗାନ୍ଧୀ ନୁହେଁ ନାମକ ଏକ ଚଳଚିତ୍ର ରେ ଖଳନାୟକ ଅଭିନୟ କରିଥିଲେ ହେଁ ଲୋକଙ୍କ ନଜର କୁ ଆସି ପାରିନଥିଲେ । ଜଣେ ବନ୍ଧୁ ଙ୍କ ପରାମର୍ଶ କ୍ରମେ ୟୁଟ୍ୟୁବ ରେ ନିଜର ଭିଡିଓ ଅପ୍ଲୋଡ କରିଥିଲେ ଯାହା ଭାଇରଲ ହେଇଯାଇଥିଲା ଏବଂ ରାତାରାତି ଗୁଲୁଆ ନାମରେ ପରିଚିତ ହେଇଯାଇଥିଲେ ଆଶିଷ । ପରେ ଇ ନିଉଜ ନାମକ ୟୁଟୁବ ରେ ତାଙ୍କ ଅଭିନୀତ କମେଡି ଦର୍ଶକ ଙ୍କ ମନକୁ ଛୁଇଁ ପାରିଥିଲା ।
ତେବେ ଗୁଲୁଆ ଙ୍କର ନିକଟରେ ଦୁଇଟି ଚଳଚିତ୍ର ମଧ୍ୟ ରିଲିଜ ହେଇଚି ,ଲୋକାଲ ଟୋକା ଲଭ ଚୋଖା ରେ ବାବୁଶାନ ଙ୍କ ବନ୍ଧୁ ହେଇଥିବା ବେଳେ ଚାମ୍ପିଅନ ରେ ଅର୍ଚିତା ଙ୍କ ସହିତ ରହିଛି ଦମଦାର ଅଭିନୟ । ତେବେ ଓଡ଼ିଆ ୟୁଟ୍ୟୁବ ରେ ଆଶିଷ ଙ୍କୁ କମେଡି ବାଦଶାହା କହିଲେ ଭୁଲ ହେବନି । ଦର୍ଶକ ମାନେ ଅପେକ୍ଷା କରି ରହିଥାନ୍ତି ତାଙ୍କ ଭିଡିଓ କୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।