ପୂଜା ଘରୁ ଆସି ଆମ୍ବ ଗଛରେ ବସି ଆମ୍ବ ଖାଉଛନ୍ତି ଭଗବାନ ଶ୍ରୀ କୃଷ୍ଣ, ଦେଖିବାକୁ ଲାଗିଲା ଲୋକଙ୍କ ଭିଡ଼, ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଘରେ ପୁଅ ଟେ ନାହିଁ ବୋଲି ଶ୍ରଦ୍ଧା ରେ ଶ୍ରୀ କୃଷ୍ଣ ଙ୍କ ମୂର୍ତ୍ତି କୁ ପୁଅ ଭାବି ରଖି ପୂଜା କରୁଥିଲେ ହେଲେ, ହଟାତ ଦେଖିଲେ ଯେ ଭଗବାନ ଶ୍ରୀ କୃଷ୍ଣ ଘରେ ନାହାଁନ୍ତି । କୁଆଡେ ଗଲେ ବହୁତ ଖୋଜିଲେ । ଶେଷରେ ବାରିପଟରେ ଯାଇ ଦେଖିଲା ବେଳକୁ ଆମ୍ବ ଗଛରେ ବସି ଆମ୍ବ ଖାଉଛନ୍ତି କୃଷ୍ଣ । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ସହିତ ଭିଡ ମଧ୍ୟ ଜମିଗଲା ଯେ କିଭଳି ଭାବରେ ଏଭଳି ସମ୍ଭବ ହେଲା ?

କଥାରେ ଅଛି ଭଗବାନ ଙ୍କୁ ମାନିଲେ ଠାକୁର ନ ମାନିଲେ ପଥର । ଆପଣ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ବାଉଁଶୁଣି ବସଷ୍ଟାଣ୍ଡ ପାଖରେ ଥିବା ଲଲିତ ଅଗ୍ରୱାଲ ଙ୍କ ଘରେ । ଆଜି ଲଲିତ ସକାଳୁ ନିଜର ନିତ୍ୟକର୍ମ ସାରିବା ପରେ ପ୍ରତିଦିନ ପରି ଠାକୁର ପୂଜା ସାରି ନିଜର ବ୍ୟବସାୟ କୁ ଚାଲିଯାଉଥିଲେ ।

ତାଙ୍କ ସ୍ତ୍ରୀ ସଙ୍ଗୀତା ମଧ୍ୟ ପିଲାଙ୍କୁ କୋଚିଙ୍ଗ ସାରିବା ପରେ ନିଜ ସ୍ଵାମୀ ଙ୍କୁ ଜଳଖିଆ ଖାଇବା ନିମନ୍ତେ ଡ଼ାକିଥିଲେ । ମାତ୍ର ଲଳିତ ଘରକୁ ଆସି ଦେଖିବା ବେଳକୁ ଘରର ବିଭିନ୍ନ ସ୍ଥାନରେ ତୁଳସୀ ପତ୍ର ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ଠାକୁର ଘରେ ଯାଇ ଦେଖନ୍ତି ତ ଭଗବାନ ଶ୍ରୀ କୃଷ୍ଣ ନାହାଁନ୍ତି । ଏହା ପରେ ଏହାକୁ ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ଖୋଜିବାକୁ ଲାଗିଲେ ।

କୁଆଡେ ଗଲେ ଶ୍ରୀ କୃଷ୍ଣ ଭଗବାନ ? ମାତ୍ର ହଠାତ ତାଙ୍କ ଝିଅ ଙ୍କ ନଜର ଯାଇ ବାରିପଟ ଆମ୍ବ ଗଛରେ ପଡେ । ଦେଖିବା ବେଳକୁ ଗଛ ଉପରେ ବସିଛନ୍ତି ଶ୍ରୀ କୃଷ୍ଣ ଏବଂ ହାତରେ ଅଛି ଆମ୍ବ । ଏବଂ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଘରର ସଦସ୍ୟ ସଂଗୀତା ଅଗ୍ରୱାଲ କହିଛନ୍ତି ଯେ ଘରେ ପୂଜା କରି ଟିଉସନ ପିଲାଙ୍କୁ ଛୁଟି କରିସାରି, ସକାଳ ରନ୍ଧାବଢା ର ଯୋଜନା ଆରମ୍ଭ କରିଥିଲେ ।

ଏହାପରେ ଘରେ ତୁଳସୀ ପତ୍ର ଜାଗା ଜାଗାରେ ପଡିଛି । ତାକୁ ଅନୁସରଣ କରି ଗଲା ବେଳକୁ ବାରିପଟେ ଆମ୍ବ ଗଛରେ ବସିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଅନେକ ଥର ଏଭଳି ହୋଇଅଛି ଘରର ଅନେକ ସ୍ଥାନରେ ଏହିଭଳି ଶ୍ରୀ କୃଷ୍ଣ ଘୁରି ବୁଲୁଥିବାର କହିଛନ୍ତି ପରିବାର ଲୋକେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *