BSNL ଆଣିଲା ଏମିତି ଏକ ପ୍ଲାନ, ଯାହାକୁ Jio ଆଉ Airtel ଦେଇ ପାରିବେନି ଟକ୍କର !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ସବୁ ଜିନିଷ ମହଙ୍ଗା ହେବାରେ ଲାଗିଛି । ତାହା ମଧ୍ୟରୁ ମୋବାଇଲ ରିଚାର୍ଜ ହେଉଛି ଅନ୍ୟତମ । ହଠାତ ସମସ୍ତ ରିଚାର୍ଜ ର ପ୍ଲାନ ଭାଲିଡିଟି ବଢିଗଲା । ଯାହା ଜନ ସାଧାରଣ କୁ ଅସୁବିଧା ରେ ପକାଇଛି । ସବୁଠାରୁ ଶସ୍ତା ଜିଓ ର ପ୍ଲାନ ଭାଲିଡିଟି ମଧ୍ୟ ମହଙ୍ଗା ହେବାରେ ଲାଗିଛି । ତେବେ ଏହି ସବୁ ମଧ୍ୟରେ ବିଏସଏନଏଲ ଏକ ବହୁତ ବଢିଆ ପ୍ଲାନ ଆଣିଛି । ଯାହା ବହୁତ ଶସ୍ତା ଅଟେ ।

ଏଭଳି ମହଙ୍ଗା ଯୁଗ ରେ ବିଏସଏନଏଲ ଆଣିଛି ଶସ୍ତା ପ୍ଲାନ । ତେବେ ଆସନ୍ତୁ ଏହି ପ୍ଲାନ ଭାଲିଡିଟି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ଆପଣ ମାନେ ତ ଜାଣିଥିବେ ଯେ, ଏୟାରଟେଲ, ଭୋଡାଫୋନ-ଆଇଡିଆ ଏବଂ ରିଲାଏନ୍ସ ଜିଓ ପ୍ରି-ପେଡ୍ ପ୍ଲାନ ଗୁଡିକର ମୂଲ୍ୟ କୁ ବୃଦ୍ଧି କରିଛନ୍ତି । ଏହି ତିନୋଟି କମ୍ପାନୀ ସମସ୍ତ ପ୍ରି-ପେଡ୍ ପ୍ଲାନ ଗୁଡ଼ିକର ମୂଲ୍ୟ କୁ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି ।

କିନ୍ତୁ ଏହି ତିନୋଟି ଟେଲିକମ କମ୍ପାନୀ ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସଏନଏଲ ଏକ ପ୍ରି-ପେଡ୍ ପ୍ଲାନ ପ୍ରଣୟନ କରିଛି । ଏହି ପ୍ଲାନ ମୂଲ୍ୟ ଓ ଭାଲିଡିଟି ଦୃଷ୍ଟି ରୁ ଜିଓ ଏବଂ ଏୟାରଟେଲ କୁ ପଛରେ ପକାଇ ଦେଇଛି । ୭୫ ଦିନର ସର୍ବାଧିକ ବୈଧତା ସହିତ ବିଏସଏନଏଲ ୯୪ ଟଙ୍କା ପ୍ଲାନ ଲଞ୍ଚ କରାଯାଇଛି । ସୂଚନାଯୋଗ୍ୟ, ୧୦୦ ଟଙ୍କା ମୁଲ୍ୟ ରୁ କମ ମୂଲ୍ୟ ରେ ୭୫ ଦିନର ବୈଧତା ଥିବା ପ୍ଲାନ କେହିବି ଟେଲି ଅପରେଟର ଦେଉ ନାହାନ୍ତି ।

ଏହି ୯୪ ଟଙ୍କା ର ପ୍ଲାନ ରେ ୩ ଜିବି ଡାଟା ମଧ୍ୟ ଦିଆଯାଉଛି । ସେହିପରି କଲିଂ ପାଇଁ ୧୦୦ ମିନିଟ ଦିଆଯାଉଛି ଏବଂ ୧୦୦ ମିନିଟ ପରେ ଉପଭୋକ୍ତା ମାନଙ୍କୁ ପ୍ରତି ମିନିଟ ରେ ୩୦ ପଇସା ଚାର୍ଜ ଲାଗିବ । ସୂଚନାନୁଯାୟୀ, ଜିଓ ଦ୍ଵାରା ସର୍ବନିମ୍ନ ୭୫ ଟଙ୍କା ରେ ୨୪ ଦିନର ବୈଧତା ଦିଆ ଯାଉଥିବା ବେଳେ ଏୟାର୍ଟେଲ ର ସବୁଠାରୁ ଶସ୍ତା ଡାଟା ଏବଂ କଲିଂ ପ୍ଲାନି ୯୯ ଟଙ୍କା ରେ ଆସିଥାଏ । ଏହି ପ୍ଲାନ ର ବୈଧତା ହେଉଛି ୨୮ ଦିନ ।

ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ଶସ୍ତା ପ୍ଲାନ କୁ ଉପଯୋଗ ଏବଂ ଉପଭୋଗ କରନ୍ତୁ । ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଏହି ସମ୍ବନ୍ଧରେ ଆପଣଙ୍କ ମତାମତ କଣ ରହିଛି ତାହା ଆମକୁ ନିଶ୍ଚୟ ଜଣାଇବେ ।

Leave a Reply

Your email address will not be published. Required fields are marked *