ପ୍ରଥମେ ଡରିଗଲେ ଓ ପୁଣି ଅଧ ଘଣ୍ଟା ପର୍ଯ୍ୟନ୍ତ କାନ୍ଦିଥିଲେ Rupa Ganguli, ଦ୍ରୌପଦୀଙ୍କ ବସ୍ତ୍ର ହରଣ ସୀନ କରିବା ସମୟରେ ରୂପାଙ୍କ ଅବସ୍ଥା ହେଇ ଯାଇଥିଲା ଶୋଚନୀୟ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ, ସମସ୍ତେ ତ ନିଶ୍ଚିତ ଭାବରେ ଟିଭିରେ ରାମାୟଣ ମହାଭାରତ ଧାରାବହିକ ଦେଖି ଥିବେ । ତେବେ ସେହି ଧାରାବାହିକ ଗୁଡିକ ଲୋକ ମାନଙ୍କୁ ଖୁବ ପସନ୍ଦ ମଧ୍ୟ ଲାଗିଥାଏ ଏବଂ ନବେ ଦଶକ ରେ ଏହି ଧାରାବାହିକ ସବୁଠାରୁ ଲୋକପ୍ରିୟ ମଧ୍ୟ ଥିଲା । ତେବେ ଆପଣ ମାନେ ବିଆର ଚୋପ୍ରା ଙ୍କ ମହାଭାରତ ଧାରାବାହିକ ତ ନିଶ୍ଚିତ ଦେଖିଥିବେ । ତେବେ ସେଥିରେ ଳିଡ୍ କ୍ୟାରେକ୍ଟର ଭବାରେ ଅଭିନୟ କରି ଥିବା ଦ୍ରୌପଦୀଙ୍କୁ ତ ବହୁତ ଭଲ ଭାବରେ ଜାଣି ଥିବେ ।

ରୂପା ଗାଙ୍କୁଲୀ ହେଉଛନ୍ତି ଜଣେ ବହୁତ ଉଚ୍ଚ କୋଟିର ଅଭିନେତ୍ରୀ ଅଟନ୍ତି । ତାଙ୍କର ସେହି ମହାଭାରତ ଧାରାବିହକରେ ଅଭିନୟରେ ତାଙ୍କୁ ଲୋକମାନେ ଏତେ ଭଲ ପାଇ ଯାଇଥିଲେ ଏବଂ ତାଙ୍କର ଏତେ ପ୍ରଶଂସା କରି ଥିଲେ ତାହା କହିଲେ ନ ସରେ । ତେବେ ମହାଭାରତରେ ‘ବସ୍ତ୍ର ହରଣ’ ଦୃଶ୍ୟ ସବୁଠୁ ଗୁରୁତ୍ବପୂର୍ଣ୍ଣ ସିନ୍‌ ଥିଲା । ଆଉ ଏହି ଦୃଶ୍ୟ ପରେ ରୂପା ସୁଟିଂ ସେଟ୍‌ରେ ଅଧି ଘଣ୍ଟା ପର୍ଯ୍ୟନ୍ତ ଭୋ ଭୋ ହୋଇ କାନ୍ଦିଥିଲେ ।

ତେବେ ରୁପା ଗାଙ୍ଗୁଲି କହିଥିଲେ ଯେ- ‘ବସ୍ତ୍ର ହରଣ’ ଦୃଶ୍ୟ ପରେ ମୁଁ ଦୂଃଶାସନଙ୍କ ସହ କଥା ହୋଇନଥିଲି । ’ ଏହି ମହାଭାରତର ଭିଡିଓ ରବି ଚୋପ୍ରା ପ୍ରସ୍ତୁତ କରିଥିଲେ । ଘଟଣା ସୁଟିଂ ପୂର୍ବରୁ ସେ ରୂପା ଗାଙ୍ଗୁଲିଙ୍କୁ ରିପ୍-ଅଫ୍ ବିଷୟରେ ସମ୍ପୂର୍ଣ୍ଣ ଭାବେ ବୁଝାଇ ଥିଲେ । ଏହା ବ୍ୟତୀତ ବି.ଆର ଚୋପ୍ରା କହିଥିଲେ ଯେ, ଏହି ଦୃଶ୍ୟର ସୁଟିଂ କରିବା ବେଳେ ଏହାକୁ ମନେ ରଖିବାକୁ ହେବ ଯେ, ଏହା ଯେପରି ଅଶ୍ଳୀଳ ଦେଖା ଯିବା ଉଚିତ ନୁହେଁ ।

ଆଉ ଏହାସହ ଏହି ସମୟ ମଧ୍ୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦ୍ରୌପଦୀଙ୍କୁ ସଭାକୁ ଟାଣିବା ଠାରୁ ବସ୍ତ୍ର ହରଣ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଦୃଶ୍ୟକୁ ଗୋଟିଏ ସ୍କ୍ରିନରେ ସୁଟିଂ କରାଯାଇଥିଲା । କିନ୍ତୁ ଏହା ପରେ ସେ ଅଧ ଘଂଟା ପର୍ଯ୍ୟନ୍ତ ବହୁତ କାନ୍ଦିଥିଲେ ଏବଂ ସମସ୍ତେ ତାଙ୍କୁ ବୁଝାଇବା ପରେ ହିଁ ସେ ସାମାନ୍ୟ ହୋଇ ପାରିଥିଲେ । ତେବେ ଏହି ସିନ ରେ ଦ୍ରୌପଦୀ ଯେଉଁ ଶାଢ଼ୀ ପିନ୍ଧିଥିଲେ ତାହାର ଲମ୍ବ ହେଉଛି ଦୁଇ ଶହ ପଚାଶ ମିଟର ।

ତେବେ ଏହି ସିନ ରେ ରୁପା ଗାଙ୍ଗୁଲି ଙ୍କୁ ଲଗାତାର ଗୋଲ ଗୋଲ ବୁଲିବାକୁ ପଡିଥିଲା । କାରଣ ଏହି ସିନ ଟି ଗୋଟିଏ ଟେକ ରେ ଆସି ଯାଉ । ତେବେ ତେବେ ରୁପା ଗାଙ୍ଗୁଲିଙ୍କର ପରିଚୟ ବି.ଆର ଚୋପ୍ରାଙ୍କ ଶୋ ମହାଭାରତରୁ ମିଳିଥିଲା । ଟିଭି ଏବଂ ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ରୁପା ଗାଙ୍ଗୁଲି ବଙ୍ଗାଳୀ ଚଳଚ୍ଚିତ୍ର ପାଇଁ ମଧ୍ୟ ଏକ ଜଣାଶୁଣା ନାମ । ତେବେ ରୂପା ଗାଙ୍ଗୁଲିଙ୍କ ପୂର୍ବରୁ ମହାଭାରତ ଧାରାବାହିକରେ ଦ୍ରୌପଦୀଙ୍କ ଭୂମିକା ପ୍ରଥମେ ଜୁହି ଚାୱଲାଙ୍କୁ ଦିଆଯାଇଥିଲା ।

ଜୁହି ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର କୟାମତ ସେ କୟାମତ ତକ ପାଇଁ ସୁଟିଂରେ ବ୍ୟସ୍ତ ଥିଲେ । ଜୁହି ଚାୱଲାଙ୍କ ବ୍ୟତୀତ ରାମ୍ୟା କୃଷ୍ଣନଙ୍କୁ ମଧ୍ୟ ଏକ ଭୂମିକା ପାଇଁ ଅଫର କରାଯାଇଥିଲା । ତେବେ ଶେଷ ରେ ଏହି ରୋଲ ରୁପା ଗାଙ୍ଗୁଲି କରିଥିଲେ ଏବଂ ଏହି ରୋଲ ଟି ତାଙ୍କ କ୍ୟାରିୟର ରେ ଇତିହାସ ରଚି ଯାଇଛି ସେ ସବୁଠାରେ ଦ୍ରୌପଦୀ ନାମରେ ପରିଚିତ ହେଉଛନ୍ତି ଆଜି ପର୍ଯ୍ୟନ୍ତ ମଧ୍ୟ ।

ତେବେ ରୂପା ଗାଙ୍ଗୁଲି ମୁକ୍ତବନ୍ଧୁ ଧାରାବାହିକ ରୁ ଡେବ୍ୟୁ କରିଥିଲେ ଏହା ପରେ ସେ ଧାରାବାହିକ ଗଣଦେବତା ରେ ମଧ୍ୟ କାମ କରିଥିଲେ ଏବଂ ପରେ ମହାଭାରତ ରେ ଦ୍ରୌପଦୀ ଭୂମିକା ରେ ଅଭିନୟ କରି ସେ ଘରେ ଘରେ ପରିଚିତ ମଧ୍ୟ ହୋଇଥିଲେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *