Weather Alert: ବଢୁଛି ବାତ୍ୟା ଆଶଙ୍କା, ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ନେବ ବାତ୍ୟାର ରୂପ, ଦେଖନ୍ତୁ ଓଡିଶା ଉପରେ କିପରି ରହିବ ଏହାର ପ୍ରଭାବ !

ବନ୍ଧୁଗଣ ବର୍ତ୍ତମାନ ପାଣିପାଗ ବିଭାଗ ତରଫରୁ ଏକ ବଡ ସୂଚନା ଆସିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ସୂଚନା ବିଷୟରେ କହିବାକୁ ଯାଉଛୁ । ବଙ୍ଗପ ସାଗରରେ ବଢୁଛି ବାତ୍ୟା ଆଶଙ୍କା । ଆସନ୍ତା କାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ ଓ ଏହି ଲଘୁଚାପ ଘନିଭୃତ ହୋଇ ବଙ୍ଗପ ସାଗରରେ ଡିପ୍ରେସନରେ ପରିଣତ ହେବ । ପରେ ସାମୁଦ୍ରିକ ଝାଡା ବା ବାତ୍ୟାରୁ ରୂପ ନେଇପାରେ ବିଭିନ୍ନ ପାଣିପାଗ ସଂସ୍ଥା ଏନେଇ ପୂର୍ବାନୁମାନ କରିଛନ୍ତି ।

ତେବେ ସମ୍ଭାବ୍ୟ ବାତ୍ୟାର ଗତିପଥ କଣ ରହିବ ତାକୁ ନେଇ ଏବେ ଚର୍ଚା ଜୋର ସୋର ଧରିଛି । ୱିନଡିର ଜିଏଫଏସ ମଡେଲ ଦର୍ଶାଉଛି ଲଘୁଚାପ ବାତ୍ୟାରେ ପରିଣତ ହେବ ଓ ଏହା ଓଡିଶା ଉପକୂଳ ନିକଟ ଦେଇ ଅତିକ୍ରମ କରିପାରେ । ପଶ୍ଚିମ ବଙ୍ଗର ସୁନ୍ଦରବନରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଉଛି । ପାଣିପାଗ ସଂସ୍ଥା ସ୍କାଏ ମେଟ ପୂର୍ବାନୁମାନ କରିଛି ବଙ୍ଗପ ସାଗରରେ ଲଘୁଚାପ ବାତ୍ୟାରେ ପରିଣତ ହୋଇପାରେ ।

ବନ୍ଧୁଗଣ ଯଦି ଏହି ଲଘୁଚାପ ବାତ୍ୟାରେ ପରିଣତ ହେବ ତା ହେଲେ ଏହାର ନାମ ‘ଜୱାଦ’ ରହିବ । ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଯାସନ ନିକୋଲ୍ସଙ୍କ ପୂର୍ବାନୁମାନ ଅନୁସାରେ ଆଣ୍ଡାମାନ ସାଗରେ ଲଘୁଚାପ ବଳ ଗୋଟାଇ ବାତ୍ୟାରେ ପରିଣତ ହେବ ।


ଏହାର ପ୍ରଭାବ ସଠିକ ଆକଳନ ହୋଇପାରି ନାହିଁ । କିନ୍ତୁ ଓଡିଶା, ବାଂଲାଦେଶ ଓ ଉତ୍ତର ପୂର୍ବ ଭାରତରେ ପ୍ରଭାବ ପକାଇ ପାରେ । ଦକ୍ଷିଣ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କେରଳ ଓ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଉପୁଜି ପାରେ । ଭାରତୀୟ ପାଣିପାଗ ବିଭାଗ କହିଛି ଆସନ୍ତା ୨୯ ତାରିଖରୁ ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ ଉତ୍ତର ପଶ୍ଚିମ ଗତି କରିବ କ୍ରମଶଃ ଶକ୍ତିଶାଳୀ ଅବପାତ ହୋଇ ବଙ୍ଗପ ସାଗରରେ ପ୍ରବେଶ କରିବ ।

ଡିସେମ୍ବର ୧ ତାରିଖ ବେଳକୁ ଡିପ୍ରେସନ ସୃଷ୍ଟି ହୋଇସାରିଥିବ । ବଙ୍ଗପ ସାଗରର ପାଣିପାଗ ବାତ୍ୟା ଲାଗି ଅନୁକୂଳ ଥିବାର କହିଛି ଆଇଏମଟି । ବନ୍ଧୁଗଣ ଏହି ବାତ୍ୟାକୁ ନେଇ ଏବେ ସମସ୍ତଙ୍କ ମୁଣ୍ଡରେ ଚିନ୍ତା ଘାରିଛି । ଆଗାମୀ ସମୟରେ ଏହି ବାତ୍ୟା ବିଷୟରେ ଅଧିକ ସୂଚନା ଆସିବ । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ବାତ୍ୟା ପାଇଁ ପ୍ରସ୍ତୁତ ରୁହନ୍ତୁ ଓ ଅନ୍ୟ ମାନଙ୍କୁ ଏହି ବାତ୍ୟାର ସୂଚନା ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *