ଲେମ୍ବୁ ବିକିବେ ଅରୁଣ ! କଳିରେ ବଳି ପଡ଼ିଗଲେ ଡକ୍ଟର ଅରୁଣ ସାହୁ, ଏବେ…

ନମସ୍କାର ବନ୍ଧୁଗଣ ତେବେ ଶପଥ ଗ୍ରହଣ ସମାରୋହ ସରିଲା । ବିଭାଗ ବଣ୍ଟନ ବି ହେଲା । ହେଲେ କିଛି ପୁରୁଣା ମୁହଁ ବାଦ୍ ପଡିଲେ । ଯେମିତିକି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂ ପ୍ରମୁଖ । ଏମାନଙ୍କ ମନ କ’ଣ ହେଉଥିବ ସେ କଥା ସେମାନେ ହିଁ ଜାଣନ୍ତି । କିନ୍ତୁ ମୁହଁ ଫୁଲେଇଛନ୍ତି ଅରୁଣ ସାହୁ । ତେବେ ଯେବେ ଦଳ ନିଷ୍ପତ୍ତି ନେଇଥିଲା ସମସ୍ତେ ଇସ୍ତଫା ଦିଅନ୍ତୁ ବୋଲି ।

ସେହି ଆଧାରରେ ଅରୁଣ ସାହୁ ମଧ୍ୟ ଇସ୍ତଫା ଦେଲେ । ହେଲେ ଆଉ ଫୋନ ତାଙ୍କୁ ଗଲାନି । କି ମନ୍ତ୍ରୀ ହେବାକୁ ନିମନ୍ତ୍ରଣ ମିଳିଲାନି । ଯେଉଁଥିପାଇଁ ମନ ମାରି ମାନ କରିଛନ୍ତି ଅରୁଣ । କିନ୍ତୁ ଦଳୀୟ ଶୃଙ୍ଖଳା ଦୃଷ୍ଟିରୁ ସେ ସୌଜନ୍ୟମୂଳକ ଭାବେ ୫ ତାରିଖରେ ଶପଥଗ୍ରହଣ ସମାରୋହକୁ ଆସିବା କଥା । ତାଙ୍କ ଭଳି ମନ୍ତ୍ରୀପଦ ହରାଇଥିଲା ଉପରୋକ୍ତ ଅନ୍ୟ ନେତାମାନେ ଆସିଥିଲେ ବି ଅରୁଣ ଆସିଲେ ନାହିଁ ।

ନୟାଗଡର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ଆଳ ଦେଖାଇ ସେ ନିଜ କ୍ଷୋଭ ଦେଖାଇ ଦେଲେ ବୋଲି ଚର୍ଚ୍ଚା ହେଉଛି । ଦେଖାଯାଉ, ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କି କୋଣଠେସା କରି ଦିଆଯାଉଛି । ଉତ୍ତର କେବଳ ସମୟ ଦେବ । ତେବେ ସୂଚନାଯୋଗ୍ୟ ଯେ ଗତ ୫ ତାରିଖରେ ଟିମ୍ ନବୀନଙ୍କ ନବକଳେବର ହୋଇଛି । ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବଡଧରଣର ପରିବର୍ତ୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିବାଦୀୟ ମନ୍ତ୍ରୀଙ୍କୁ ବାଦ ଦେଇ ନୂଆ ଚେହେରାଙ୍କୁ ସୁଯୋଗ ମିଳିଛି । ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲ୍‌ରେ ପଦ ଓ ଗୋପନୀୟତା ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୧୩ ଜଣ ମନ୍ତ୍ରୀ ।


ତେବେ ବର୍ତ୍ତମାନ ସମସ୍ତେ ଭାବୁଛନ୍ତି ଯେ ବର୍ତ୍ତମାନ ଅରୁଣ କରିବେ କଣ ତେବେ କୃଷି କ୍ଷେତ୍ରରେ ଲେମ୍ବୁ ଉତ୍ପାଦନ ରେ ଏକ ନମ୍ବର କହି ଆଉ ଲେମ୍ବୁ ବିକିବେ ନାହିଁ ତ । ତେବେ କିନ୍ତୁ ବର୍ତ୍ତମାନ ଅରୁଣ ସାହୁ ଖୁବ ବିନ୍ଦାସ ରେ ବୁଲୁଛନ୍ତି ଏବଂ ନିଜର ସମସ୍ତ କାର୍ଯ୍ୟ ର ଫୋଟୋ ମଧ୍ୟ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରୁଛନ୍ତି । ତେବେ ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅରୁଣ ସାହୁ ବିବାଦୀୟ ହୋଇପଡିଥିଲେ ।


ଏହି ମାମଲାକୁ ନେଇ ବିରୋଧୀ ଯଦିଓ ସେତେବେଳେ ଅରୁଣଙ୍କ ଇସ୍ତଫା ଦାବି କରିଥିଲେ ହେଲେ ସେମିତି କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ଅରୁଣଙ୍କ ବିରୋଧରେ । ଏବେ କିନ୍ତୁ ଅରୁଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ଏବଂ ଦଳ ଭିତରେ ତାଙ୍କର ସକ୍ରିୟତାକୁ ଦେଖି ନବୀନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *