ଲିକ୍ ହେଲା ଆଶିଷଙ୍କ ବାହାଘର ସିନ୍ ! ପତ୍ନୀଙ୍କ ସହ କଲେ ବିହୁ ଡ୍ୟାନ୍ସ ! ମଙ୍ଗଳସୂତ୍ର ପିନ୍ଧାଇଲେ !

ବଲିଉଡର ପ୍ରସିଦ୍ଧ ଖଳନାୟକ ଆଶିଷ ବିଦ୍ୟାର୍ଥୀଙ୍କ ଦ୍ଵିତୀୟ ବିବାହକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । 60 ବର୍ଷ ବୟସରେ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ରୂପାଲି ବରୁଆଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି ଆଶିଷ । ତାଙ୍କ ବାହାଘରର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ ପୂର୍ବରୁ ମାତ୍ର ଦୁଇଟି ଫଟୋ ସାମ୍ନାକୁ ଆସିଥିବା ବେଳେ ଏବେ ଆଉ କିଛି ଫଟୋ ଏଥିରେ ଯୋଡି ହୋଇଛି ।

ଯେଉଁଥିରେ ଆଶିଷଙ୍କ ବିବାହର ଆଉ କିଛି ମୂହୁର୍ତ୍ତ ଦେଖିବାକୁ ମିଳୁଛି । ଫ୍ୟାନ୍ସ ମଧ୍ୟ ଏସବୁ ଫଟୋକୁ ଖୁବ ପସନ୍ଦ କରୁଛନ୍ତି । ଗୋଟେ ଫଟୋରେ ଆଶିଷ ପତ୍ନୀ ରୂପାଲିଙ୍କ ବେକରେ ମଙ୍ଗଳସୂତ୍ର ପିନ୍ଧାଉଥିବାର ଦେଖିବାକୁ ମିଳିଛି । ସେହିପରି ଆଉ ଏକ ଫଟୋରେ ସେ ରୂପାଲିଙ୍କ ସହ ବିହୁ ଡ୍ୟାନ୍ସ କରୁଥିବାର ନଜର ଆସିଛି ।

ରୂପାଲିଙ୍କୁ ବିବାହ କରି ଆଶିଷ ବେଶ ଖୁସି ଥିବା କହିଛନ୍ତି । ସେମାନେ ପ୍ରଥମେ କୋର୍ଟ ମ୍ୟାରେଜ କରିଥିଲେ ଏବଂ ସନ୍ଧ୍ୟାରେ ଏକ ଛୋଟ ଗେଟ୍-ଟୁଗେଦର କରିଥିଲେ । ଆଶିଷଙ୍କ ବିବାହ ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସଙ୍କ ଶୁଭକାମନାର ସୁଅ ଛୁଟୁଥିବା ଦେଖାଯାଇଛି । ଆପଣଙ୍କୁ ଆଶିଷ ଓ ରୂପାଲିଙ୍କ ଯୋଡି କେମିତି ଲାଗୁଛି ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *