ମୁମ୍ବାଇ ଠୁ ବି ଆହୁରି ଖରାପରେ ହାରିବ ଚେନ୍ନାଇ ! ଫାଇନାଲ ପୂର୍ବରୁ ୱାର୍ଣ୍ଣିଂ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା !

ପ୍ରଥମ କ୍ଵାଲିଫାୟରରେ ଗୁଜୁରାଟ ଟାଇଟାନ୍ସକୁ ହରାଇ ସିଧା ଫାଇନାଲ ଟିକେଟ ହାତେଇଥିଲା ଚେନ୍ନାଇ ସୁପର କିଙ୍ଗସ୍ । ହେଲେ ଗତକାଲି ଦ୍ଵିତୀୟ କ୍ଵାଲିଫାୟର ମ୍ଯାଚରେ ମୁମ୍ବାଇକୁ ପରାସ୍ତ କରି ଗୁଜୁରାଟ ମଧ୍ୟ ଫାଇନାଲ ଦୌଡରେ ସାମିଲ ହୋଇଛି । ଏନେଇ ନିଜ ଖୁସି ବ୍ୟକ୍ତ କରିଛନ୍ତି ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ସେ କହିଛନ୍ତି, ଦଳର କଠିନ ପରିଶ୍ରମ ଯୋଗୁଁ ହିଁ ଆମେ ଏଠାରେ ପହଞ୍ଚି ପାରିଛୁ ।

ସମସ୍ତେ ଦଳକୁ ଗୁରୁତ୍ଵ ଦେଇ ଆତ୍ମବିଶ୍ଵାସର ସହ ଖେଳିଥିଲେ । ଶୁଭମାନଙ୍କ ଇନିଂସ ସବୁଠୁ ଉତ୍କୃଷ୍ଟ ଥିଲା । ସେ ଜମା ବି ଚାପରେ ଖେଳୁ ନଥିଲେ । କେବଳ ବ୍ୟାଟିଂକୁ ଉପଭୋଗ କରି ଖେଳୁଥିଲେ । ଆନ୍ତର୍ଜାତୀୟ କ୍ରିକେଟ ଏବଂ ଫ୍ରାଞ୍ଚାଇଜି କ୍ରିକେଟ ପାଇଁ ଗିଲ୍ ଜଣେ ସୁପରଷ୍ଟାର ଭାବେ ଉଭା ହୋଇଛନ୍ତି ।

ଫାଇନାଲ ମ୍ଯାଚରେ ଆତ୍ମବିଶ୍ଵାସର ସହ ମଇଦାନକୁ ଓହ୍ଲାଇବା ପାଇଁ ମୁଁ ସମସ୍ତଙ୍କୁ ପରାମର୍ଶ ଦେଇଛି । ରସିଦ ଖାନ ଜଣେ ଏମିତି ଖେଳାଳି ଯେତେବେଳେ ସମସ୍ତେ ଚାପରେ ଥାଆନ୍ତି, ମୁଁ ତାଙ୍କ ଉପରେ ଭରସା କରିଥାଏ । ପଡିଆରେ ଆମେ 100 ପ୍ରତିଶତ ଦେବାକୁ ଚେଷ୍ଟା କରୁ । ନକଆଉଟ ମ୍ଯାଚରେ କିଛି ବି ହୋଇପାରେ । କିନ୍ତୁ ଚେନ୍ନାଇକୁ ମୁମ୍ବାଇ ଠାରୁ ଆହୁରି ଖରାପରେ ହରାଇବୁ । ପାଣ୍ଡ୍ୟାଙ୍କ ଏଭଳି ମନ୍ତବ୍ୟକୁ ନେଇ ଆପଣ କଣ ଭାବୁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *