Mihir Das ଙ୍କ ମୃତ୍ୟୁ ପରେ ଭୋ-ଭୋ ହେଇ କାନ୍ଦି ପକେଇଲେ Kuna Tripathy, କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ, ବର୍ତ୍ତମାନ ଏକ ଶୋକଭରା ଖବର ମିଡିଆ ସାମ୍ନା କୁ ଆସିଅଛି । ତାହା ହେଉଛି ଅଭିନେତା ମିହିର ଦାସ ବର୍ତ୍ତମାନ ଏବେ ଆଉ ନାହାଁନ୍ତି । ମର୍ମାହାତ ହୋଇ କୁନା ତ୍ରିପାଠୀ କିଛି ଏହିଭଳି କଥା କହିଛନ୍ତି ଯାହା ଆପଣ ମାନେ ଶୁଣିଲେ ମର୍ମାହାତ ହୋଇଯିବେ । ଅଭିନେତା କୁନା ତ୍ରିପାଠୀ କହିଛନ୍ତି ଯେ, ଏହା ଅତ୍ୟନ୍ତ ଏକ ଦୁଃଖଦ ଘଟଣା ଅଟେ । ଆମ୍ଭେ ମାନେ ଯେଉଁ ମାନେ ମିହିର ଭାଇ ଙ୍କ ସହିତ ଛୋଟ ରୁ ବଢିଥିଲୁ, ଆମ୍ଭ ମାନଙ୍କ ପାଇଁ ତ ଅତ୍ୟନ୍ତ ଦୁଖଃଦ ଖବର ଅଟେ ।

ବଡ ଭାଇ ଚାଲିଗଲେ ସାନ ଭାଇ ର କଷ୍ଟ କେତେ ତାହା ସମସ୍ତେ ଜାଣିଛନ୍ତି । ମୁଁ ମିହିର ଭାଇ ଙ୍କୁ ଥିଏଟର ବେଳରୁ ଦେଖି ଆସିଛି । ମିହିର ଭାଇ କମେଡିଆନ ହେବା ପରବର୍ତ୍ତୀ ସମୟରେ ହିରୋ ହେବା, ସିନେମାକୁ ଆସିବା । ଏବଂ ପ୍ରତ୍ୟକ ପଦକ୍ଷପ ରେ ପ୍ରତ୍ୟକ କ୍ଷେତ୍ରରେ ମିହିର ଭାଇ ଛିଡା ହୋଇଥିଲେ । ବର୍ତ୍ତମାନ ସବୁ କଥା ମନେ ପଡୁଛି, ତାଙ୍କ ବାହାଘରର ବରଯାତ୍ରୀ ସେତେବେଳେ ସେ କେଉଁ ଡ୍ରେସ ପିନ୍ଧି ଯାଇଥିଲେ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ମନେ ଅଛି ।

ଆଲବମ ଦେଖିଲେ ତାହା ମନେ ପଡୁଛି । ଏ ସବୁ ବର୍ତ୍ତମାନ ଭାବିଲେ ବହୁତ କଷ୍ଟ ଦେଉଅଛି । ଆମ୍ଭେ ମାନେ ଦିନ ଯାକ ମିହିର ଭାଇ ଘରେ ସୁ-ଟି-ଙ୍ଗ କରୁ ଏବଂ ଭୋକ ହେଲେ ସେଇଠି ଖାଇ ଶୋଇନେଇଥାଉ । ଏହି ସମସ୍ତ କଥା ବର୍ତ୍ତମାନ ବହୁତ ମନେ ପକାଉଛି । ମାତ୍ର ଏ ଯେଉଁ କ୍ଷତି ହେଲା ତାହା କେବେ ପୂରଣ ହେବ ନାହିଁ । ଅଭିନେତା ମିହିର ଦାସ ଭଳି ଭର୍ସାଟାଇଲ ଅନ୍ୟ କୌଣସି ଆର୍ଟିସ ଓଡିଶାରେ ନାହାଁନ୍ତି ।

ଆପଣ ଯେଉଁ ଚରିତ୍ର ରେ ମିହିର ଦାସ ଙ୍କୁ ରଖିବେ ତାହା ମିହିର ଦାସ ଭଲ ଭାବରେ ନିଭାଇ ଥାନ୍ତି । ସବୁଠାରୁ ବଡ କଥା ହେଉଛି ଯେ ସେ ସଫଳତାର ସବୁଠାରୁ ବଡ ପାହାଚ କୁ ଛୁଇଁ ମଧ୍ୟ ସେ ଜଣେ ସାଧାରଣ ମଣିଷ ଭଳି ସମସ୍ତଙ୍କ ସହିତ ମିଶିଯାଇଥାନ୍ତି । ବଡ ଭାଇ ଭାବରେ ଆମକୁ ସଜାଡିଲା ଭଳି ମଣିଷ ଥିଲେ ମିହିର ଭାଇ ।

ମାତ୍ର କିଛି ଶବ୍ଦ ସଜାଇ ମିହିର ଦାସ ଙ୍କ ବିଷୟରେ କହି ହୁଏନା ସେ ନିଜେ ଶବ୍ଦ ର ମାଷ୍ଟର । ଏହିଭଳି ଅଭିନେତା ମିହିର ଦାସ ଙ୍କ ବିୟୋଗ ରେ ମର୍ମାହାତ ହୋଇ ଅଭିନେତା କୁନା ତ୍ରିପାଠୀ କିଛି ସ୍ମୁତି ସମ୍ବନ୍ଧରେ କହିଛନ୍ତି । ବନ୍ଧୁଗଣ ସାରା ଓଡିଶା ବାସୀ ଙ୍କ ତରଫରୁ ଅଭିନେତା ମିହିର ଦାସ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଏହି ଟିପ୍ପଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *