‘ଅହିନକୂଳ ସମ୍ପର୍କ କେମିତି ମିଶିବେ’ Sumit-Tapaswini ବିବାଦ ରେ ହାଇକୋର୍ଟ ଗଲେ Sumit, ଦେଖନ୍ତୁ Video

ବନ୍ଧୁଗଣ ସୁମିତ ଓ ତପସ୍ଵିନୀ ପାରିବାରିକ ବିଚ୍ଛେଦ ମାମଲାଟି ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି । ତେବେ ଅନେକ ଦିନ ଧରି ସୁମିତ ସାମ୍ନାକୁ ଆସି ନଥିବା ବେଳେ ଆଜି ସୁମିତ ହାଇ କୋର୍ଟର ଦ୍ଵାରସ୍ତ ହୋଇଛନ୍ତି । ସୁମିତ ନିଜ ପତ୍ନୀଙ୍କ ପ୍ରତି ଅଶୋନ୍ତୋଷ ପ୍ରକାଶ କରିଛନ୍ତି । ସୁମିତ ଜିଲ୍ଲା କୋର୍ଟର ରାୟକୁ ଚ୍ୟାଲେଞ୍ଜ ଦେଇ ହାଇ କୋର୍ଟର ଦ୍ଵାରସ୍ତ ହୋଇଛନ୍ତି । ବନ୍ଧୁଗଣ ହାଇ କୋର୍ଟ ଆସିବା ପରେ ସୁମିତ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କହିଥିଲେ ଓ ନିଜ ପ୍ରତି ବୀତି ଥିବା କଷ୍ଟ ବିଷୟରେ ମଧ୍ୟ କହିଥିଲେ ।

ସୁମିତ ନିଜର ସମସ୍ତ କଥା ନିଜ ଓକିଲଙ୍କୁ କହିଛନ୍ତି ଓ ଗତ କିଛି ସମୟ ତଳେ ସୁମିତଙ୍କ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି । ତା ହେଲେ ବନ୍ଧୁଗଣ ସୁମିତଙ୍କ ଓକିଲ ଗଣମାଧ୍ୟମ ସାମ୍ନାରେ କଣ ସବୁ କହିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁମିତଙ୍କ ଓକିଲ କହିଛନ୍ତି-‘ତାଙ୍କର ଏଇଟା ପାରିବାରିକ ମାମଲା । ସେମାନେ ପ୍ରେମ ବିବାହ କରିଥିଲେ ସ୍ତ୍ରୀ ସହ ତାଙ୍କର ଭଲ ପଡିଲା ନାହିଁ ତା ପରେ ତାଙ୍କ ସ୍ତ୍ରୀ ତାଙ୍କ ବିରୋଧରେ ୪୯୮ କେସ ଦେଲେ । ଏହା ପରେ ତପସ୍ଵିନୀ ଯାହା ସବୁ କଲେ ଆପଣ ମାନେ ଜାଣିଥିବେ । ଗତ ଜାନୁୟାରୀ ୪ ତାରିଖରେ ଜିଲ୍ଲା କୋର୍ଟ ଏକ ରାୟ ଦେଲେ ଯେ, ତପସ୍ଵିନୀ ନିଜ ଶଶୁର ଘରେ ରହିବେ’ ।

ଆଗକୁ ସେ କହିଛନ୍ତି-‘ଏହି ରାୟରେ ଆମେ ବହୁତ କ୍ଷତି ସହିଲୁ ଓ ସେହି ଅର୍ଡରକୁ ଆମେ ଚ୍ୟାଲେଞ୍ଜ କରି ଆଜି ହାଇ କୋର୍ଟର ଦ୍ଵାରସ୍ତ ହୋଇଛୁ । ଯେଉଁ ଘରେ ସ୍ଵାମୀ ସ୍ତ୍ରୀ ଠିକ ଭାବରେ ରହି ପାରୁ ନାହାନ୍ତି ଯଦି ସେହି ଘରେ ଉଭୟ ମିଶି ରହିବେ ତା ହେଲେ ସେଇଟା ଗୋଟେ ଲ ଆଣ୍ଡ ଅର୍ଡର ପରିସ୍ଥିତି ହେବ । ଯେଉଁ ଘରେ ତପସ୍ଵିନୀ ରହିଛନ୍ତି ସେଇଟା ସୁମିତଙ୍କ ଘର ନୁହେଁ’ ।

ଆଗକୁ ସେ କହିଛନ୍ତି-‘ସୁମିତଙ୍କ ମାନ ସମ୍ମାନ ତଳେ ପଡିଛି ସେଥିପାଇଁ ଆଜି ଆମେ ହାଇ କୋର୍ଟର ଦ୍ଵାରସ୍ତ ହୋଇଛୁ । ଆମେ ଦୁଇଟି ଅର୍ଡରକୁ ଚ୍ୟାଲେଞ୍ଜ କରିଛୁ ଦୁଇଟି ଅର୍ଡର ଭୁଲ ବୋଲି ଆମେ କହୁଛୁ । ଦୁଇଜଣ ହିନକୂଳ ଜଜ୍ ଗୋଟିଏ ଛାତରେ ରହିବା ପାଇଁ କହିଛନ୍ତି । ଏଇଟା ଭୁଲ ବୋଲି ଆମେ କହିଛୁ’ ।

Leave a Reply

Your email address will not be published. Required fields are marked *