ପରିବାର ସହିତ Mihir Das ଙ୍କ ଶେଷ ଜନ୍ମଦିନ କେମିତି ଥିଲା ? ଦେଖିଲେ ଆଖିରେ ଲୁହ ରହିବନି ! ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଆଜି ଓଲିଉଡ ଜଗତ ର ପ୍ରସିଦ୍ଧ ଅଭିନେତା ମିହିର ଦାସ ଙ୍କ ପରଲୋକ ହୋଇଛି । ସେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ପ୍ରତିଷ୍ଠିତ ଅଭିନେତା ଥିଲେ । ତାଙ୍କ ସ୍ଥାନ ଓଡ଼ିଆ ଫିଲ୍ମ ଜଗତ ରେ ଅନ୍ୟ କେହିବି ନେଇ ପାରିବେ ନାହିଁ । ତାଙ୍କ ଦ୍ୱାରା ଅଭିନୀତ ସମସ୍ତ ଫିଲ୍ମ ସୁପରହିଟ ସାବ୍ୟସ୍ତ ହୋଇଥାଏ ଏବଂ ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ହୋଇଥାଏ ।

ସେ ନିଜର ଅଭିନୟ ଜରିଆରେ ଦର୍ଶକ ମାନଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ତାଙ୍କର ବିୟୋଗ ଓଡ଼ିଆ ଫିଲ୍ମ ଜଗତ ପାଇଁ ଅପୁରଣୀୟ କ୍ଷତି ଅଟେ । ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ଦ୍ଵାରା ଅଭିନୀତ ପ୍ରସିଦ୍ଧ ଫିଲ୍ମ ଗୁଡ଼ିକ ହେଉଛି, ‘ରାମାୟଣ’, ‘ପୁଅ ମୋର ଭୋଳା ଶଙ୍କର’, ‘ବିଧାତା’, ‘ସ୍ତ୍ରୀ’, ‘କଟକ’ ଇତ୍ୟାଦି । ତାଙ୍କ ମଧ୍ୟ ରେ ନାୟକ ଭୂମିକା ରୁ ନେଇ ଖଳନାୟକ ଭୂମିକା ପର୍ଯ୍ୟନ୍ତ ଦକ୍ଷତା ରହିଥିଲା ।

ତେବେ ତାଙ୍କ ବିୟୋଗ ପରେ ତାଙ୍କର ଅନେକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତାଙ୍କର ଶେଷ ଜନ୍ମଦିନ ର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ତେବେ ଆସନ୍ତୁ ଓଲିଉଡ ଜଗତ ର ସୁପ୍ରସିଦ୍ଧ ଅଭିନେତା ମିହିର ଦାସ ନିଜର ଶେଷ ଜନ୍ମଦିନ କିପରି ଭାବରେ ପାଳନ କରିଥିଲେ । ତେବେ ବନ୍ଧୁଗଣ ଓଡ଼ିଆ ଫିଲ୍ମ ଜଗତ ର ଲୋକପ୍ରିୟ ଅଭିନେତା ମିହିର ଦାସ ଙ୍କ ଜନ୍ମ ୧୯୫୯ ମସିହାରେ ବାରିପଦା ଜିଲ୍ଲା ରେ ହୋଇଥିଲା ।

ତେବେ ବିଗତ ଫେବ୍ରୁଆରୀ ୧୧ ଥିଲା ତାଙ୍କର ଶେଷ ଜନ୍ମଦିନ । ଯାହା ହୁଏତ କାହାକୁ ଜଣା ନଥିଲା । ତେବେ ସେ ନିଜର ଶେଷ ଜନ୍ମଦିନ ନିଜ ପରିବାର ସଦସ୍ୟ ଙ୍କ ସହିତ ପାଳନ କରିଥିଲେ । ନିଜର ଦୁଇ ପୁଅ ଏବଂ ବୋହୁ ଙ୍କ ସହିତ ସେ ନିଜର ଜନ୍ମଦିନ ପାଳନ କରିଥିଲେ । ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଦେଖି ପାରୁଥିବେ କିପରି ଭାବରେ ମିହିର ଦାସ ନିଜ ଜନ୍ମଦିନ ରେ କେକ୍ କାଟୁଛନ୍ତି ଏବଂ ନିଜ ପରିବାର ସଦସ୍ୟ ଙ୍କୁ ଖୁସି ରେ ଖୁଆଉଛନ୍ତି ।

ସେ ବହୁତ ଖୁସି ଥିବାର ମଧ୍ୟ ଜଣା ପଡୁଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ଦର୍ଶକ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କ ଆତ୍ମା ର ସଦ୍ଗତି ନିମନ୍ତେ କାମନା କରିଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରୀ ର ନିପୁଣ ଅଭିନେତା ମିହିର ଦାସ ଙ୍କ ପରଲୋକ ରେ ଆମ ତରଫ ରୁ ମଧ୍ୟ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ତେବେ ଏହି ସମ୍ବନ୍ଧରେ ଆପଣ ମାନଙ୍କ ମତାମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *