କେମିତି ଜାଣିବେ ଆପଣଙ୍କୁ ହୋଇଛି Liver Cancer ? ଜାଣନ୍ତୁ ଏହାର ଲକ୍ଷଣ ! (Health Tips)

ବନ୍ଧୁଗଣ ଆଜିକାଲି ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ ଲିଭର ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲିଭରର ଏକ ରୋଗ ହେଉଛି ଫେଟି ଲିଭର ତାହା ହେଉଛି ଅଧିକ ଫ୍ୟାଟ ବା ଚର୍ବି ଲିଭର ସେଲରେ ଯଦି ରାହି ଯାଏ ତା ହେଲେ ତାକୁ ଫେଟି ଲିଭର କୁହାଯାଏ । ଆବଶ୍ୟକତା ଠାରୁ ଅଧିକ ଚର୍ବି ଯଦି ଲିଭର ସେଲରେ ରହିବ ତା ହେଲେ ଫେଟି ଲିଭର ସମସ୍ୟା ନିଶ୍ଚୟ ହେବ । ଆମ ଭାରତରେ ୩୦ ପ୍ରତିଶତ ଲୋକଙ୍କୁ ଫେଟି ଲିଭର ସମସ୍ୟା ଅଛି ।

ଏହି ସାମସ୍ୟାଟି ସାଧାରଣତଃ ଅତ୍ୟଧିକ ମ-ଦ୍ୟ-ପା-ନ କଲେ ହୋଇଥାଏ । ଏହା ସହିତ ଡାଇବେଟିସ, କୋଲେଷ୍ଟ୍ରୋଲ ଓ ମୋଟାପଣ ପାଇଁ ଏହି ଫେଟି ଲିଭର ସମସ୍ୟା ହୋଇଥାଏ । ଏମିତି ମଧ୍ୟ ଲୋକ ଅଛନ୍ତି ଯେଉଁ ମାନେ ମ-ଦ୍ୟ-ପା-ନ ନକରି ବି ସେମାନଙ୍କର ଫେଟି ଲିଭର ସମସ୍ୟା ବାହାରୁଛି । ଫେଟି ଲିଭର ସମସ୍ୟା ହେଲେ ବହୁତ କିଛି ଲକ୍ଷଣ ଦେଖାଯାଏ ନାହିଁ । ଏମିତିକି ଲିଭର କ୍ୟାନ୍ସର ହେବାର ୬ ମାସ ପୂର୍ବରୁ ମଧ୍ୟ ଲକ୍ଷଣ ଦେଖା ଯାଏ ନାହିଁ ।

ଯଦି ଆପଣଙ୍କର ଫେଟି ଲିଭର ସମସ୍ୟା ହେବ ତା ହେଲେ ଏହାର କିଛି ବିଶେଷ ଲକ୍ଷଣ ରହିଛି । ପ୍ରଥମ ଲକ୍ଷଣ ହେଉଛି ଅତ୍ୟଧିକ ଦୁର୍ବଳ ଲାଗିବା । ଦ୍ଵିତୀୟ ଲକ୍ଷଣ ହେଉଛି ଆମ ଡାହାଣ ପଟ ପେଟରେ ଅଳ୍ପ ଅଳ୍ପ ବ୍ୟଥା ହେବ । ହେଲେ ଏ ସବୁ ଉପରେ ଲୋକମାନେ ଅଧିକ ଧ୍ୟାନ ଦେଇ ନଥାନ୍ତି । ବନ୍ଧୁଗଣ ମ-ଦ୍ୟପାନ ଜନିତ ଲିଭର ରୋଗ ହେଲେ ତାର କିଛି ବିଶେଷ ଲକ୍ଷଣ ରହିଛି ।

ପ୍ରଥମ ଲକ୍ଷଣ ହେଉଛି ବାନ୍ତି ହେବା, ଦ୍ଵିତୀୟ ଲକ୍ଷଣ ହେଉଛି ଦୁର୍ବଳ ଲାଗିବା, ତୃତୀୟ ଲକ୍ଷଣ ହେଉଛି ବୋକ ନଲାଗିବା, ଚତୁର୍ଥ ଲକ୍ଷଣ ହେଉଛି ହାତ, ଆଖି, ହଳଦିଆ ହେବା ବା ଜଣ୍ଡିସ ହେବା, ପଞ୍ଚମରେ ହେଉଛି ରକ୍ତବାନ୍ତି ହେବା କିମ୍ବା କଳା ଝାଡା ହେବା ଓ ଷଷ୍ଠରେ ହେଉଛି ଦେହ ହାତ କୁଣ୍ଡାଇ ହେବା । ଏହି ସବୁ ଲକ୍ଷଣ ଲିଭର କ୍ୟାନ୍ସର ହେଲେ ଦେଖାଇ ଥାଏ । ତେବେ ବନ୍ଧୁଗଣ ମ-ଦ୍ୟପାନ ଜନିତ ଲିଭର ରୋଗକୁ ରୋକିବା ପାଇଁ ଆପଣ ମାନଙ୍କୁ ମ-ଦ୍ୟପାନ ସଂପୂର୍ଣ୍ଣ ଛାଡିବାକୁ ପଡିବ ।

ବନ୍ଧୁଗଣ ଯଦି ଆପଣଙ୍କର ଡାଇବେଟିସ, କୋଲେଷ୍ଟ୍ରୋଲ ଓ ମୋଟାପଣ ଆଦି ସାମସ୍ୟା ରହିଛି ତା ହେଲେ ଆପଣ ସବୁଦିନ ବାୟାମ ଏବଂ ଯୋଗ କରନ୍ତୁ । ଏହା ସହିତ ନିଜ ଜୀବନ ଶୈଳୀ ଓ ଖାଦ୍ୟ ପେୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଉପରେ ଦିଆଯାଇଥିବା ଲକ୍ଷଣ ଯଦି ଦେଖା ଯାଉଛି ତା ହେଲେ ଆପଣ ମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *