ଭଲ ଲୋକଙ୍କ ସହ ଖରାପ କାହିଁକି ହୋଇଥାଏ ? ଜାଣନ୍ତୁ କଣ କୁହନ୍ତି ଭଗବାନ ଶ୍ରୀ କୃଷ୍ଣ ! (Krishna Vani)

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଲକ୍ଷ କରୁଥିବେ ସବୁବେଳେ ପୁଜାପାଠ କରୁଥିବା ବ୍ୟକ୍ତି ଦୁଃଖ ରେ ରୁହନ୍ତି । ଏବଂ ଆମ ମନରେ ପ୍ରଶ୍ନ ଆସିଥାଏ କି ସବୁବେଳେ ଆମେ ପୂଜା ପାଠ କରୁଛୁ । ଏବଂ ଭକ୍ତି ରେ ଲୀନ ହୋଇ ଯାଇଥାଉ । କିନ୍ତୁ ତଥାପି ଆମ ଅସୁବିଧା ଦୁଃଖ କଷ୍ଟ ଦୁର ହେଉ ନାହିଁ କଣ ପାଇଁ । ଏବଂ ଏହାର ବିପରୀତ ରେ ଯଦି ଆମେ ଦେଖିବା ଆମ ଠାରୁ ଅଧିକ ସୁଖୀ ସେହିମାନେ ହୋଇଥାନ୍ତି ଯେଉଁମାନେ ପୂଜା ପାଠ କରନ୍ତି ନାହିଁ । ଏବଂ ଧର୍ମ କର୍ମ କରନ୍ତି ନାହିଁ ।


ଆମେ ସର୍ଵଦା ଧର୍ମ କର୍ମ ଏବଂ ପୂଜା ପାଠ କରି ମଧ୍ୟ ଦୁଃଖରେ ରହିଛୁ କଷ୍ଟ ରେ ରହୁଛୁ । ଏହି ଭଳି ପ୍ରଶ୍ନ ସବୁବେଳେ ଧାର୍ମିକ ଲୋକମାନେ ମନରେ ଆସିଥାଏ । ତେବେ ଚାଲନ୍ତୁ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା ଏବଂ ଜାଣିନେବା କି କଣ ପାଇଁ ଏହି ଭଳି ହୋଇଥାଏ କିମ୍ବା କଣ ପାଇଁ ଆମ ମନରେ ଏହି ଭଳି ପ୍ରଶ୍ନ ଆସିଥାଏ । ତେବେ ଚାଲନ୍ତୁ ଜାଣିନେବା ସେହି ବିଷୟରେ ।

ଭଗବତ ଗୀତରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି କି ହେ ମନୁଷ୍ୟ ତୁମେ କର୍ମ କରି ଚାଲ ଏବଂ ଫଳ ର ଚିନ୍ତା ମୋ ଉପରେ ଛାଡି ଦିଅ । ଏବଂ ମୁଁ ଠିକ ସମୟରେ ତୁମେ କରିଥିବା କର୍ମ ର ଉଚିତ ଫଳ ପ୍ରଦାନ କରିବି । ଅର୍ଜୁନ ନିଜର ସବୁ ଦ୍ଵନ୍ଦ ର ଉତ୍ତର ଶ୍ରୀକୃଷ୍ଣ ଙ୍କ ପାଖରେ ପାଇଥାନ୍ତି । ତେବେ ଥରେ ସେ ପଚାରିଲେ କି ସବୁବେଳେ ଯେଉଁମାନେ ଭଲ କର୍ମ କରିଥାନ୍ତି ସେମାନଂକୁ ସର୍ଵଦା କଷ୍ଟ କଣ ପାଇଁ ଭୋଗିବାକୁ ପଡ଼ିଥାଏ ଏବଂ ଯେଉଁମାନେ ଖରାପ କର୍ମ କରନ୍ତି ସେମାନେ ସୁଖ ଭୋଗନ୍ତି ଏହା କଣ ପାଇଁ ହୁଏ ।


ଏହା ଶୁଣି ଶ୍ରୀକୃଷ୍ଣ ହସିଲେ ଏବଂ ଉତ୍ତର ରେ କହିଲେ ସମସ୍ତଙ୍କୁ ନିଜର କର୍ମ ର ଫଳ ହିଁ ପ୍ରାପ୍ତ ହୋଇଥାଏ । ଏହା କହି ସେ ଏକ କାହାଣୀ ଶୁଣାଇବା କୁ ଲାଗିଲେ । ଥରେ ଗୋଟିଏ ଗାଁ ରେ ଦୁଇ ଜଣ ବ୍ୟକ୍ତି ଥିଲେ ଜଣେ ଏକ ବ୍ୟାପାରି ଥିଲା ଯିଏ ସର୍ଵଦା ଧର୍ମ କର୍ମ ଉପରେ ବିଶ୍ୱାସ ରଖିଥାଏ । ସର୍ଵଦା ପୁଜାପାଠ ରେ ମନ ଦିଏ । ସବୁଦିନ ମନ୍ଦିର ମଧ୍ୟ ଯାଏ । ଦାନ ଧର୍ମ ମଧ୍ୟ କରେ । ସେହି ଭଳି ସେପଟେ ସେହି ଗାଁ ର ଆଉ ଜଣେ ବ୍ୟକ୍ତି ତାର ସବୁ ଓଲଟା କାମ କରୁଥିଲା । ସେ ମନ୍ଦିର ତ ଯାଏ କିନ୍ତୁ ଚପଲ ଚୋରି କରିବାକୁ । ତାକୁ ନ୍ୟାୟ,ଧର୍ମ, ଦାନ,ନୀତି ଆଦି ସହ କିଛି କାମ ନ ଥିଲା ।

ଦିନେ ବହୁତ ଜୋରରେ ବର୍ଷା ହେଲା ଏବଂ ସେ ସମୟରେ ମନ୍ଦିର ରେ ପୂଜାରୀ ଛଡା ଆଉ କେହି ନଥିଲେ । ସେ ଏହାର ଲାଭ ଉଠାଇବା ପାଇଁ ଚାହିଁଲା ଏବଂ ଠାକୁରଙ୍କ ଗହଣା ଚୋରି କରିବା ପାଇଁ ମଧ୍ୟ ଚାହିଁଲା । ତାପରେ ସେ ଯାଇ ଚୋରି କରି ଦେଲା କିନ୍ତୁ ସେହି ସମୟରେ ସେ ଭଲ ମଣିଷ ମଧ୍ୟ ମନ୍ଦିର କୁ ଆସିଥିଲା ଏବଂ ପୂଜାରୀ ତାକୁ ଚୋର ବୋଲି ଭାବିନେଲେ ଏବଂ ଲୋକମାନେ ମଧ୍ୟ ତାକୁ ଚୋର ବୋଲି ଭାବିଲେ ।


ସେହି ଲୋକଟି କଷ୍ଟ ରେ ସେଠୁ ବଞ୍ଚି କି ଆସିବା ପରେ ରାସ୍ତା ରେ ଦୁର୍ଘଟଣା ହୋଇଗଲା । ସେ ଆଘାତ ରେ ଆସୁଥିବା ସମୟରେ ସେହି ଚୋର କୁ ଦେଖିଲା ଏଵଂ କ୍ରୋଧିତ ହୋଇଗଲା ।
ସେ ନିଜ ଘରେ ଯାଇ ଠାକୁରଙ୍କ ସବୁ ଫୋଟୋ ଫିଙ୍ଗିଦେଲା । କିଛି ସମୟ ପରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଗଲା ଏବଂ ଯମ ରାଜ ଙ୍କ ପାଖରେ ସେହି ଭଲ ବ୍ୟକ୍ତି କହିଲା କି ମୁଁ ସର୍ବଦା ଦାନ ଧର୍ମ ଏବଂ ଭଲ କର୍ମ କରୁଥିଲେ କିନ୍ତୁ ଜୀଵନ ଯାକ ମୋତେ ଅପମାନ ଏବଂ କଷ୍ଟ ସହିବାକୁ ପଡିଲା କିନ୍ତୁ ଏହି ବ୍ୟକ୍ତି ଚୋରି କରି ମଧ୍ୟ ଖୁସିରେ ରହିଲା ଏ ତ ଅନ୍ୟାୟ ।


ଏହା ଶୁଣି ଯମରାଜ କହିଲେ କି ଯେଉଁ ଦିନ ତୁମ୍ଭର ଦୁର୍ଘଟଣା ହୋଇଥିଲା ସେହି ଦିନ ତୁମ୍ଭର ଶେଷ ଦିନ ଥିଲା ଜୀଵନ ର କିନ୍ତୁ ତୁମ୍ଭର ଭଲ କର୍ମ ଯୋଗୁଁ ତୁମେ ବଞ୍ଚି ଯାଇଥିଲ ।
ଏବଂ ଏହି ବ୍ୟକ୍ତି ର ରାଜଯୋଗ ଥିଲା କିନ୍ତୁ ଏହାର ଖରାପ କର୍ମ ଯୋଗୁଁ ତାକୁ ବାସ ଛୋଟ ପୁଟଳି ହିଁ ପ୍ରାପ୍ତ ହେଲା । ଏହା କହି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ ବର୍ତ୍ତମାନ ତୁମ୍ଭର ଉତ୍ତର ମିଳି ଯାଇଥିବ କାରଣ ମନୁଷ୍ୟ ର କର୍ମ ଯୋଗୁଁ ହିଁ ତାକୁ ଫଳ ମିଳିଥାଏ ଏବଂ ଈଶ୍ୱର ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *