Bollywood ହିରୋଇନଙ୍କ ଠାରୁ ବି ଅଧିକ ସୁନ୍ଦର ଲାଗନ୍ତି ଏହି 6 ଜଣ South Star ଙ୍କ ସ୍ତ୍ରୀ, Allu Arjun ଙ୍କ ସ୍ତ୍ରୀ ତ ପୁରା ପରୀ ଭଳି ଲାଗନ୍ତି

ନମସ୍କାର ବନ୍ଧୁଗଣ ତେବେ କିଛି ସମୟରୁ ଦର୍ଶକ ମାନେ ବଲିଉଡ ଅପେକ୍ଷା ସାଉଥ ସିନେମା ଜଗତ କୁ ଅଧିକ ପସନ୍ଦ କରୁଛନ୍ତି । ଏବଂ ସାଉଥ ର ଅନେକ ଅଭିନେତା ନିଜର ଅଭିନୟ ଓ ପ୍ରତିଭା ବଳରେ ନିଜର ନାମ କୁ ଆହୁରି ପ୍ରସିଦ୍ଧି କରିବାରେ ଲାଗିଛନ୍ତି । ଏହି ଅଭିନେତା ମାନେ କେବଳ ସାଉଥ ରେ ନୁହେଁ ଏବେ ସେ ସାରା ବିଶ୍ୱ ରେ ପରିଚିତ ଅଛନ୍ତି । ଏବଂ ନିଜ ଅଭିନୟ ଓ କଳା ରେ ସମସ୍ତ ଙ୍କ ହୃଦୟ କୁ ଜିଣି ପାରୁଛନ୍ତି ।

ଆଜି ଆମେ ଏହି ଅଭିନେତା ମାନଙ୍କ ବିଷୟରେ ନୁହେଁ ସେମାନଙ୍କ ଷ୍ଟାଇଲିସ ସ୍ତ୍ରୀ ଙ୍କ ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣିନେବା ସେହି ଅଭିନେତା ଙ୍କ ସ୍ତ୍ରୀ ମାନଙ୍କ ବିଷୟରେ। ୧-ପ୍ରଥମ ଯୋଡି ହେଉଛି ମହେଶ ବାବୁ ଓ ତାଙ୍କ ସୁନ୍ଦରୀ ସ୍ତ୍ରୀ ନମ୍ରତା ଶିରୋଡକର । ମହେଶ ବାବୁ ନିଜର ଅଭିନୟ ପ୍ରତିଭା ରେ ଲୋକମାନଙ୍କ ପ୍ରିୟ ହୋଇ ପାରିଛନ୍ତି । ଏବଂ ଅନେକ ଝିଅ ତାଙ୍କ ପାଇଁ ପାଗଳ କିନ୍ତୁ ମହେଶ ବାବୁ ଯେଉଁ ଝିଅ ପାଇଁ ପାଗଳ ଥିଲେ ସେ ହେଉଛନ୍ତି ନମ୍ରତା ।

ନମ୍ରତା ମଧ୍ୟ ଜଣେ ଅଭିନେତ୍ରୀ ସେ ମଧ୍ୟ ଅନେକ ବଲିଉଡ ଓ ସାଉଥ ରେ ସିନେମା କରିଛନ୍ତି । ସେମାନଙ୍କ ବିବାହ ୨୦୦୫ ରେ ହୋଇଥିଲା । ଏମାନ ଙ୍କ ର ଦୁଇଟି ସନ୍ତାନ ଅଛି।ତେବେ ନମ୍ରତା ନିଜର ସିଂପଲ ବିୟୁଟି ରେ ସମସ୍ତଙ୍କ ହୃଦୟ କୁ ଜିଣିବାରେ ସଫଳ ହୋଇଥିଲେ।


୨- ଦ୍ଵିତୀୟ ରେ ହେଉଛନ୍ତି ବିଜୟ ଜୋଶେପ । କଥି ଭଳି ସିନେମା ରେ ଅଭିନୟ କରି ବିଜୟ ସାଉଥ ସିନେମା ଜଗତରେ ନିଜର ଏକ ପରିଚୟ ସୃଷ୍ଟି କରିଥିଲେ । ସେ ଅନେକ ସିନେମାରେ ଅଭିନୟ କରି ଲୋକପ୍ରିୟ ହୋଇ ପାରିଛନ୍ତି । ବିଜୟ ଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ସଙ୍ଗୀତା ସୋନା ଲିଙ୍ଗମ । ଏମାନେ ୧୯୯୯ ରେ ପ୍ରେମ ବିବାହ କରିଥିଲେ । ଏମାନ ଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି। ତେବେ ସଙ୍ଗୀତା ମଧ୍ୟ କୌଣସି ଅଭିନେତ୍ରୀ ଠାରୁ କମ ନୁହେଁ।


୩- ତୃତୀୟ ରେ ହେଉଛନ୍ତି ଅଲଲୁ ଅର୍ଜୁନ। ଅଲଲୁ ଅର୍ଜୁନ ସାଉଥ ର ଜଣେ ପରିଚିତ ଓ ଲୋକପ୍ରିୟ ଅଭିନେତା। ତାଙ୍କ ପତ୍ନୀ ଙ୍କ ନାମ ହେଉଛି ସ୍ନେହା ରେଡ୍ଡୀ। ଏମାନେ ୨୦୧୧ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଅର୍ଜୁନ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଆନ୍ତି। ତାଙ୍କର ଛୋଟ ବଡ଼ ସବୁ ଇଚ୍ଛା କୁ ସେ ପୂରଣ କରିଥାନ୍ତି। ଏବଂ ସେ ତାଙ୍କୁ ରାଣୀ ଭଳି ରଖିଛନ୍ତି।ତେବେ ସ୍ନେହା ଦେଖିବାକୁ ଖୁବ ସୁନ୍ଦର ଏବଂ ସେ ଦୁଇଟି ସନ୍ତାନର ମାଆ ବୋଲି ମଧ୍ୟ ଦେଖା ଯାଆନ୍ତି ନାହିଁ।


୪- ଚତୁର୍ଥ ରେ ହେଉଛନ୍ତି ସାଉଥ ଫିଲ୍ମ ସୁପରଷ୍ଟାର ଅଭିନେତା ରାମ ଚରଣ ତେଜାଙ୍କ ଆକ୍ସନର ଅନେକ ଫ୍ୟାନ ଅଛନ୍ତି । କିନ୍ତୁ ସେ କାମିନେନୀ ଉପାସନାଙ୍କୁ ପସନ୍ଦ କରିଥିଲେ । ଉପାସନା ଅପୋଲୋ ହସ୍ପିଟାଲର ଅକ୍ଜିକ୍ୟୁଟିଭ ଚେୟାରମ୍ୟାନ ପ୍ରତାପ ସୀ ରେଡ୍ଡୀଙ୍କ ନାତୁଣୀ ଅଟନ୍ତି। ରାମ ଏବଂ ଉପାସନା ୨୦୧୨ ମସିହାରେ ବିବାହ କରିଥିଲେ । ଗୋଟିଏ ପକ୍ଷରେ ଯେଉଁଠି ରାମ ଚରଣ ତେଜା ସୁପରଷ୍ଟାର ଅଟନ୍ତି , ଉପାସନାଙ୍କର ନିଜର ଏକ ପ୍ରଡକ୍ସନ ହାଉସ ମଧ୍ୟ ରହିଛି । ରାମ ଚରଣ ତେଜା, ଅଭିନେତା ଚିରଞ୍ଜିବିଙ୍କ ପୁଅ ଅଟନ୍ତି। ତେବେ ଉପାସନା ଦେଖିବାକୁ ଖୁବ ସୁନ୍ଦର ମଧ୍ୟ।


୫-ପଞ୍ଚମ ରେ ହେଉଛନ୍ତି ଯଶ। କେଜିଏଫ ର ରକି ନିଜର ଅଭିନୟ ରେ ସମସ୍ତ ଙ୍କୁ ପାଗଳ ବନେଇଥିଲେ। ଯଶ ଙ୍କ ପତ୍ନୀ ଙ୍କ ନାମ ହେଉଛି ରାଧିକା ପଣ୍ଡିତ। ସେମାନେ୨୦୧୬ ରେ ବିବାହ କରିଥିଲେ। ରାଧିକା ନିଜେ ମଧ୍ୟ ଜଣେ ପରିଚିତ ଅଭିନେତ୍ରୀ। ସେ ତାଙ୍କ ସ୍ତ୍ରୀ ଙ୍କର ସମସ୍ତ କଥାକୁ ମାନିଥାନ୍ତି। ଏବଂ ସବୁ ଇଚ୍ଛା କୁ ଖୁସି ଖୁସି ପୂରଣ କରିଥାନ୍ତି। ଯଶ ନିଜ ପତ୍ନୀ ଙ୍କୁ ବହୁତ ଭଲ ପାଆନ୍ତି ଓ ତାଙ୍କୁ ରାଣୀ ଭଳି ରଖିଥାନ୍ତି।


୬- ଷଷ୍ଠ ରେ ହେଉଛନ୍ତି ନାଗ ଚୈତନ୍ୟ ଏବଂ ସାମନ୍ଥା। ତେବେ ଦୁହେଁ ୨୦୧୭ ରେ ବିବାହ କରିଥିଲେ ଏବଂ ଏହି ଯୋଡି କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି। ତେବେ ନାଗର୍ଜୁନ ଙ୍କ ବଡ଼ ପୁଅ ହେଉଛନ୍ତି ନାଗ ଚୈତନ୍ୟ ତେବେ ସେ ସାଉଥ ର ଜଣେ ଜଣା ଶୁଣା ଅଭିନେତା ଏବଂ ସାମନ୍ଥା ମଧ୍ୟ ଜଣେ ସାଉଥ ର ସଫଳ ଅଭିନେତ୍ରୀ ଏବଂ ସେ ଦେଖିବାକୁ ଖୁବ ସୁନ୍ଦର ମଧ୍ୟ ତାଙ୍କ ସୁନ୍ଦରତା ରେ ସମସ୍ତେ ଆକର୍ଷିତ ହୋଇ ଥାଆନ୍ତି।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *