କେମିତି ବଦଳିଗଲା ତପସ୍ୱିନୀଙ୍କ ଭାଗ୍ୟ ? ରୁମ ରେଡି ହେଲା ପରେ ଏମିତି କଣ ହେଲା ଶ୍ଵଶୁର ପ୍ରମୋଦ ସାହୁ ଭଡାରେ ଦେଇଦେଲେ ଘର, ଦେଖନ୍ତୁ Video

ବନ୍ଧୁଗଣ, ପ୍ରାୟ ୨ ମାସ ପାଖାପାଖି ହେବ ଚାଲି ଆସୁଥିବା ତପସ୍ଵିନୀ ଏବଂ ସୁମିତ ଙ୍କ ବିବାଦୀୟ ଘଟଣା ବର୍ତ୍ତମାନ ନୂଆ ମୋଡ ନେଇଛି । କୋର୍ଟ ଙ୍କର ନିଷ୍ପତ୍ତି କ୍ରମେ ଶଶୁର ଘରେ ରହିବେ ତପସ୍ଵିନୀ । ମାତ୍ର କୋର୍ଟ ଙ୍କ ଅଡର କୁ ୩ ଦିନ ହେଲାଣି । ଏବଂ ତପସ୍ଵିନୀ ଙ୍କ ଶଶୁର ଏବଂ ତାଙ୍କ ସହଯୋଗୀ ମିଶି ନିଜେ ଉପର ରୁମ କୁ ମଧ୍ୟ ସଜାଡିଛନ୍ତି । କିନ୍ତୁ ବର୍ତ୍ତମାନ ସେ ଆଉ ସେ ଘରେ ରହି ପାରିବେ ନାହିଁ ବୋଲି ସୁଚନା ଦେଇଛନ୍ତି ସୁମିତ ଙ୍କ ଓକିଲ ।

ଏ ନେଇ ତପସ୍ଵିନୀ ବର୍ତ୍ତମାନ କଣ କହୁଛନ୍ତି ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଯେ ହେତୁ ଡାକ୍ତର ସୁମିତ ଏବଂ ତପସ୍ଵିନୀ ଙ୍କ ମାମଲା ଏକ ଭିନ୍ନ ମୋଡ ନେଇଛି ଯେ ଆଜି ସନ୍ଧ୍ୟା ସୁଦ୍ଧା ସେ ଘରେ ପ୍ରବେଶ କରିବାର ଥିଲା । ମାଟ୍ରିମୋନି ହିସାବରେ ତପସ୍ଵିନୀ ଙ୍କୁ ୧୭ ହଜାର ଟଙ୍କା ଦିଆଯିବ ବୋଲି ଅଡର ଦିଆଯାଇଥିଲା । ଏହା ସହିତ ଡାକ୍ତର ସୁମିତ ଙ୍କ ଘରେ ତପସ୍ଵିନୀ ରହିବେ ।

ଏହି କଥା ଅନୁଯାୟୀ ସୁମିତ ଙ୍କ ବାପା ଏବଂ ତାଙ୍କ ଓକିଲ ଘର ଭିତରକୁ ଯାଇ ଘର ସଫା କରିଥିଲେ ଏବଂ ତାଙ୍କର ବାପା ତାଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଯେ, ଆଜି ସନ୍ଧ୍ୟା ସୁଦ୍ଧା ସେ ଘର ଭିତରକୁ ପ୍ରବେଶ କରିବେ । କିନ୍ତୁ ଘରର ସବୁ ଯାବତିୟ ଜିନିଷ ମଧ୍ୟ ରହିଥିଲା ଏବଂ ଗୋଟିଏ କଥା କହିଥିଲେ ଯେ କିଛି ଜିନିଷ ତପସ୍ଵିନୀ ଙ୍କୁ ଦିଆଯିବ ଯେ ହେତୁ ପାଣି, ଇଲେକ୍ଟ୍ରି, ଟିଭି ଏହି ଭାଗରେ ଦିଆଯିବ ।

ମାତ୍ର ହଟାତ ଏକ କୋର୍ଟ ର ରାୟ ଆସିଲା ଯେ, ତାଙ୍କର ପ୍ରତିପକ୍ଷ ଓକିଲ କହିଛନ୍ତି ଯେ ସେଭଳି ଭାବରେ କୋର୍ଟ ର ରାୟ ଦେଇଥିଲେ ସେଥିରେ କିଛି ନଥିଲା ଯେ ଡାକ୍ତର ସୁମିତ ଙ୍କ ଘରେ ତପସ୍ଵିନୀ ରହିବେ କିନ୍ତୁ ସେଥିରେ ଗୋଟିଏ କଥା ଉଲ୍ଲେଖ ଥିଲା ବୋଲି ସେ କହିଛନ୍ତି । ଏ ନେଇ ତପସ୍ଵିନୀ କାନ୍ଦି କାନ୍ଦି ମିଡିଆ ଆଗରେ କହିଛନ୍ତି ଯେ, ୩ ଦିନ ହେଲାଣି ମୋର କୋର୍ଟ ର ଅଡର ବାହାରିଲାଣି । ୨ ଦିନ ହେଲାଣି ସେ ନିଜେ ମଧ୍ୟ କଥା ଦେଇଥିଲେ ଯେ କୋର୍ଟ ଅଡର କୁ ମାନିବେ ବୋଲି ।

ତାଙ୍କ ବାପା ମା ଯେଉଁ ଘରେ ରହୁଛନ୍ତି ମୁଁ ସେଇ ଘରେ ରହିବି ବୋଲି ଉଲ୍ଲେଖ ହୋଇଛି । ମାତ୍ର ବର୍ତ୍ତମାନ ଯଦି ଏମିତି କହିବେ ତେବେ ମୁଁ କାହା ଉପରେ ବିଶ୍ଵାସ କରିବି ? ତପସ୍ଵିନୀ ମନଦୁଖ କରି କହିଛନ୍ତି ଯେ ମତେ ସବୁ ଠକୁଛନ୍ତି । କେହି ମଧ୍ୟ ଭଲ ନୁହଁନ୍ତି । ତପସ୍ଵିନୀ ଙ୍କ ମା ଙ୍କ କହିବା ଅନୁସାରେ ଆଜି ଜଣେ କଣ୍ଟ୍ରାକ୍ଟର ଆସି ତପସ୍ଵିନୀ ଯେଉଁ ରୁମ ରେ ରହିବା କଥା ସେହି ରୁମ ରେ ତାଲା ମାରିଛନ୍ତି ତାଙ୍କୁ ପଚାରିବାରୁ ସେ କହିଲେ ଯେ ଏଟା ଆମ୍ଭକୁ ଭଡା ଦିଆହୋଇଛି ଆମେ ଏଠାରେ ଭଡା ରହିଛୁ ।

ଆପଣଙ୍କର କଣ ହେଇଛି କଣ ନାଇ ଆମେ ତାହା ଜାଣିନାହୁଁ । ଏହିଭଳି କହି ତାଲା ମାରି ଯାଇଛନ୍ତି । ମାତ୍ର ତପସ୍ଵିନୀ ଙ୍କ ମା କହିଛନ୍ତି ଯେ ଏହିଭଳି ଚାଲ କେତେଦିନ ଖେଳିବେ ଦିନେ ନା ଦିନେ ଏହା ସମାପ୍ତ ହେବ । ବନ୍ଧୁଗଣ ତେବେ ଏହି ଘଟଣା ର ନୂଆ ମୋଡ କୁ ନେଇ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *