ଝିଅଟି ସହିତ ଟ୍ରାଫିକ ପୋଲିସ ର ହେଲା ଏମିତି ଝଗଡା, ଦେଖିଲେ ହସି ହସି ଗଡିବେ ଆପଣ ! ଦେଖନ୍ତି ଏହି ଭାଇରାଲ Video

ଆଜିକାଲି ପ୍ରାୟତଃ ସବୁ ସ୍ଥାନରେ ଟ୍ରାଫିକ ପୋଲିସର ଚେକିଙ୍ଗ ଚାଲିଛି । ଯେଉଁମାନେ ଟ୍ରାଫିକ ପୋଲିସଙ୍କ ହାତରେ ଧରା ପଡନ୍ତି ସେମାନେ ଫାଇନ ଦେଇ ଚାଲି ଯାଆନ୍ତି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଭୁଲ କରନ୍ତି ଓ ଟ୍ରାଫିକ ପୋଲିସ ସହ ଝଗଡା ବି କରନ୍ତି । ଏହିଭଳି ଗୋଟିଏ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସୁଛି । ଯେଉଁଥିରେ ଝିଅ ଜଣକ ଟ୍ରାଫିକ ପୋଲିସ ସହ ଝଗଡା କରୁଛି । ଯାହାର କି କିଛି ଅର୍ଥ ନାହିଁ ।

ରାସ୍ତାରେ ଯେତେବେଳେ ଝିଅଟି ନିଜର ଗାଡି ଧରି ଯାଉ ଥିଲା ତେବେ ସେହି ସମୟରେ ଟ୍ରାଫିକ ପୋଲିସ ତାକୁ ଅଟକାଇଲେ । ଝିଅର ଗାଡିର ନମ୍ବର ପ୍ଳେଟ ଭାଙ୍ଗି ଯାଇଛି, ଗାଡିର କାଗଜପତ୍ର ନାହିଁ, ଝିଅ ଜଣକ ମୋବାଇଲରେ କଥା ହୋଇ ଗାଡି ଡ୍ରାଇଭିଙ୍ଗ କରୁଥିଲା ଓ ହେଲମେଟର ସ୍ଟ୍ରିପ ଖୋଲା ଥିଲା ଏହି ସବୁ କାରଣରୁ ଟ୍ରାଫିକ ପୋଲିସ ତାହା ଉପରେ ଫାଇନ ଲଗାଇବା ପାଇଁ କହିଲେ ।

କିନ୍ତୁ ଝିଅ ଜଣକ କିଛି ନ ଶୁଣି ଟ୍ରାଫିକ ପୋଲିସ ସହ ଝଗଡା କରିବା ଆରମ୍ଭ କରି ଦେଲା । ବାରମ୍ବାର ଗାଡି ଷ୍ଟାର୍ଟ କରି ଯିବାକୁ ବି ଚେଷ୍ଟା କରୁଥିଲା । କିନ୍ତୁ ଟ୍ରାଫିକ ପୋଲିସ ଜଣକ ବି ବହୁତ ଚାଲାକ ଥିଲେ ସେ ଏହି ସବୁର ଭିଡିଓ କରୁଥିଲେ ଓ ଯାହାକି ସୋସିଆଲ ମିଡିଆରେ ବର୍ତ୍ତମାନ ଘୁରି ବୁଲୁଛି । ଯାହାକୁ ଦେଖିଲେ ଆପଣଙ୍କ ହସ ବାହାର ଯିବ । ଯେତେବେଳେ ଟ୍ରାଫିକ ପୋଲିସ ଓ ଝିଅର କଥା କଟାକଟି ଚାଲି ଥିଲା ତେବେ ଝିଅ ଜଣକ ଅଳ୍ପ କାନ୍ଦୁ ଥିଲା ଓ କହୁଥିଲା କି ସାର ମୋର ଦେହ ହାତ ଥରୁଛି ମୋତେ ଛାଡି ଦିଅନ୍ତୁ ।

ଏତିକି ନୁହେଁ ଝିଅ ଜଣକ ରାଗରେ ହେଲମେଟକୁ ବି ଫୋପାଡି ଦେଲେ । କିନ୍ତୁ ନିଜେ ହିଁ ପୁଣି ହେଲମେଟ ଧରି ଆସିଲେ । ଦେଖୁ ଦେଖୁ ଅନ୍ୟ ଟ୍ରାଫିକ ପୋଲିସ ଅଫିସରମାନେ ବି ସେଠି ଚାଲି ଆସିଲେ । ସମସ୍ତେ ଝିଅକୁ ବୁଝାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଝିଅ ଜଣକ ବୁଝିବା ପାଇଁ ନାରାଜ । ଝିଅ ଜଣକ କହିଲା କି ମୋର ନମ୍ବର ପ୍ଳେଟ ଭାଙ୍ଗି ଯାଇଛି ଓ ମୁଁ ପୋଲିସରେ ରିପୋର୍ଟ କରିଛି ।

ତାଙ୍କୁ ଯେତେବେଳେ ମୋବାଇଲରେ ରିପୋର୍ଟ ଦେଖାଇବା ପାଇଁ କୁହାଗଲା ତେବେ ସେ କହିଲେ କି ଯଦି ମୁଁ ଆପଣଙ୍କୁ ରିପୋର୍ଟ ଦେଖାଇବି ତେବେ ଆପଣ ମୋତେ କଣ ଦେବେ । ମୋତେ ଟଙ୍କା ଦେବେ କି । ଯାହାକି ସବୁଠୁ ବଡ ହାସ୍ୟପୂର୍ଣ କଥା ଥିଲା । ଝିଅ ଜଣକ କହୁଛି କି ମୁଁ ଫାଶୀ ଲଗାଇ ଦେବି । ଝିଅର କଥା ଶୁଣିଲେ ଆପଣଙ୍କୁ ହସ ଲାଗିବ । କହିଦେଉଛୁ କି ଏହି ଝଗଡା ପାଖାପାଖି ୧୫ ମିନିଟ ପର୍ଯ୍ୟନ୍ତ ଚାଲିଲା ।

Leave a Reply

Your email address will not be published. Required fields are marked *