ଫିଲ୍ମରେ ଆସିବା ପୂର୍ବରୁ ରାସ୍ତାରେ ପେନ ବିକ୍ରି କରି ଘର ଚଳଉଥିଲେ Johnny Lever, ହେଲେ ଆଜି ସେ ଅଟନ୍ତି କେତେ କୋଟି ଟଙ୍କାର ମାଲିକ ଶୁଣିଲେ ଆପଣଙ୍କ ହୋସ ଉଡିଯିବ !

ବନ୍ଧୁଗଣ ବର୍ତ୍ତମାନର ସମୟରେ ଲୋକମାନେ କମେଡି ଫିଲ୍ମ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କମେଡିଆନ ମାନଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ଏହି କମେଡିଆନ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ କମେଡି ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ କମେଡିଆନ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି କମେଡିଆନ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଜନି ଲିବର । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜନି ଲିବରଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଜନି ନିଜ ଜବରଦସ୍ତ କମେଡିରେ ଲୋକ ମାନଙ୍କ ମନ ଜିତିଛନ୍ତି । ଜନିଙ୍କ କମେଡିକୁ ସମସ୍ତ ଲୋକ ବେସ ଅଧିକ ପସନ୍ଦ କରନ୍ତି । ଜନି ବଲିଉଡ ଫିଲ୍ମରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ଦିଗଜ ଅଭିନେତା ମାନଙ୍କ ସହ ସେ କାମ କରିଛନ୍ତି । ହେଲେ ଆଜି ଜନି ଯେଉଁ ସଫଳତା ପାଇଛନ୍ତି ତା ପଛରେ ତାଙ୍କର ବହୁତ କଷ୍ଟ ଓ ସଂଘର୍ଷ ରହିଛି । ଜନି ନିଜ ଜୀବନରେ ବହୁତ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ବନ୍ଧୁଗଣ ଜନିଙ୍କ ଜନ୍ମ 14 ଅଗଷ୍ଟ 1957 ମସିହାରେ ଆନ୍ଧ୍ର ପ୍ରଦେଶରେ ହୋଇଥିଲା । ଜନିଙ୍କ ପ୍ରକୃତ ନାମ ହେଉଛି ଜାଂନ ରାବ ପ୍ରକାଶ ରାବ ଜାନୁମାଲା ।

ଜନି ଏକ ଗରିବ ପରିବାରରେ ଜନ୍ମ ନେଇଥିଲେ ଓ ତାଙ୍କ ବାପା ଏକ କମ୍ପାନୀରେ ଅପରେଟର ଭାବରେ କାମ କରୁଥିଲେ । ତାଙ୍କ ମା ଘର ସମ୍ଭାଳୁ ଥିଲେ । ଆର୍ଥିକ ପରିସ୍ଥିତି ଦୁର୍ବଳ ଥିବାରୁ ଜନି ନିଜ ପାଠ ପଢା ତ୍ୟାଗ କରିଥିଲେ । ସପ୍ତମ ଶ୍ରେଣୀରେ ଜନି ପଢୁଥିବା ବେଳେ ତାଙ୍କ ଘରର ଆର୍ଥିକ ଅବସ୍ଥା ବହୁତ ଖରାପ ହୋଇଗଲା । ଫିଲ୍ମକୁ ଆସିବା ପୂର୍ବରୁ ଜନି ଅନେକ ପ୍ରକାରର କାମ କରିଛନ୍ତି । ଜନି ମୁମ୍ବାଇ ଆସି ରାସ୍ତାରେ ପେନ ବିକ୍ରି କରୁଥିଲେ ଓ ନିଜ ଘର ଚଳାଉ ଥିଲେ । ପେନ ବିକ୍ରି କରିବା ବେଳେ ସେ ବଲିଉଡ କଳାକାରଙ୍କ ନକଲ ମଧ୍ୟ କରୁଥିଲେ ।

ଏହା ସହିତ ସେ କଳାକାର ମାନଙ୍କ ଭଳି ଡ୍ୟାନ୍ସ ମଧ୍ୟ କରୁଥିଲେ । ଏହାପରେ ଜନିଙ୍କ ବାପା ତାଙ୍କୁ ହିନ୍ଦୁସ୍ତାନୀ ୟୁନିଲିବର ଲିମିଟେଡରେ ଚାକିରି କରେଇ ଦେଲେ । ହେଲେ ଏହି ସ୍ଥାନରେ ତାଙ୍କ ମନ ଲାଗିଲା ନାହିଁ ଯାହାଫଳରେ ସେ ସବୁ ଆଡେ କାମ ପାଇଁ ବୁଲିଲେ । ହେଲେ ଶେଷରେ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଲେ ଓ ସଫଳତା ପାଇଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ କମେଡିଆନ ଜନି ଲିବର କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *